)
କୋଲକାତା: ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ତଥା ବର୍ତ୍ତମାନ ଆଇପିଏଲ୍(IPL) ଟିମର ସନରାଇଜର୍ସ ହାଇଦ୍ରାବାଦର କୋଚ୍ ଟମ୍ ମୁ ଡି ତାଙ୍କ ବିଶ୍ୱ ଟି-20 ଟିମ ଚୟନ କରିଛନ୍ତି। ଏହିଟିମରେ ସେ ଭାରତୀୟ ଓପନର୍ ରୋହିତ ଶର୍ମା (Rohit Sharma)ଙ୍କୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ରଖିଛନ୍ତି।
ମୁଡି ମଧ୍ୟ ଭାରତର ବିଶ୍ୱ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରିବର୍ତ୍ତେ ୱିକେଟ୍ କିପର ପାଇଁ ୱେଷ୍ଟଇଣ୍ଡିଜ୍ ନିକୋଲାସ ପୁରାନଙ୍କୁ ସ୍ଥାନ ନେଇଛନ୍ତି। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ବର୍ତ୍ତମାନ ସମୟ ପାଇଁ ରହିଛି। ବର୍ତ୍ତମାନ ସମୟରେ ଖେଳୁଥିବା କ୍ରିକେଟରଙ୍କୁ ନେଇ ଏହି ଟିମ ଗଠିତ କରିଛନ୍ତି।
ମୁଡ୍ଡି କହିଛନ୍ତି କି, ମୁଁ ଏପରି ଏକ ଟିମ ଗଠନ କରିବାକୁ ଯାଉଛି ଯାହା ଆସନ୍ତା ୩ ସପ୍ତାହ ପାଇଁ ଖେଳିବ। ମୋର ଇଚ୍ଛା ତ ଜୋସ ବଟଲରଙ୍କୁ ଦଳରେ ସାମିଲ କରିବା ପାଇଁ। ମାତ୍ର ଦଳର ସନ୍ତୁଳନକୁ ଦେଖିଲେ, ବଟଲରଙ୍କ ପରିବର୍ତ୍ତେ ମୋର ବାମହାତୀ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକ ଥିଲା। ତେଣୁ ମୁଁ ନିକୋଲାସ ପୁରନଙ୍କୁ ଦଳରେ ସ୍ଥାନ ଦେଇଛି।
ସେହିପରି ଧୋନୀଙ୍କୁ ନେଇ ମୁଡ୍ଡି ଆହୁରି ମଧ୍ୟ କହିଥିଲେ କି, ଧୋନୀଙ୍କୁ ଏହି ଟିମ ପାଇଁ ସୁଯୋଗ ଦେଇ ନାହିଁ। କାରଣ ମୋର ଧ୍ୟାନ ଆଜି ଟିମ ଚୟନ କରିବା ଉପରେ ରହିଛି। ମାତ୍ର ମୁଁ ଧୋନୀଙ୍କର ଏକ ବଡ଼ ପ୍ରଶଂସକ। ଜଣେ ଅଧିନାୟକ ଭାବରେ ସେ ଯାହା ଅକ୍ତିଆର ସବୁ କରିଛନ୍ତି ତାହା ନିଶ୍ଚିତ ପକ୍ଷେ ଅବିଶ୍ୱସନୀୟ ବୋଲି ସେ କହିଛନ୍ତି।
ଟମ ମୁଡ୍ଡିଙ୍କ ବିଶ୍ୱ ଟି-୨୦ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଡେଭିଡ଼ ଓ୍ୱାର୍ଣ୍ଣର, ବିରାଟ କୋହଲି, ଆବ୍ରାହାମ ଡିଭିଲିୟର୍ସ, ନିକୋଲାସ ପୁରନ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ମିଶେଲ ଷ୍ଟାର୍କ, ରଶିଦ ଖାନ, ଜସପ୍ରିତ ବୁମରାହ, ଜୋଫ୍ରା ଆର୍ଚର, ରବୀନ୍ଦ୍ର ଜାଡ଼େଜା।