ଭୂସ୍ୱର୍ଗରେ ବଡ଼ ଷଡ଼ଯନ୍ତ୍ରର ଖୁଲାସା: ଜାରି ହେଲା ୧୦ Most Wanted ଆତଙ୍କୀଙ୍କ ତାଲିକା
X

ଭୂସ୍ୱର୍ଗରେ ବଡ଼ ଷଡ଼ଯନ୍ତ୍ରର ଖୁଲାସା: ଜାରି ହେଲା ୧୦ Most Wanted ଆତଙ୍କୀଙ୍କ ତାଲିକା

ଉପତ୍ୟକାରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନେ (Terrorists)  ବିଭିନ୍ନ ସଂଗଠନ ସହ ଜଡିତ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ କ୍ରମାଗତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛି। ଆଇଜି କାଶ୍ମୀର ପୋଲିସ ବିଜୟ କୁମାର ୧୦ ଜଣ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରିଛନ୍ତି।

ଭୂସ୍ୱର୍ଗରେ ବଡ଼ ଷଡ଼ଯନ୍ତ୍ରର ଖୁଲାସା: ଜାରି ହେଲା ୧୦ Most Wanted ଆତଙ୍କୀଙ୍କ ତାଲିକା

ଶ୍ରୀନଗର: ଜାମ୍ମୁ କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାପାଇଁ ସୁରକ୍ଷା ବାହିନୀ କ୍ରମାଗତ ଭାବେ ଅପରେସନ୍ କ୍ଲିନ୍ ଚଳାଉଛନ୍ତି। ଯାହା ଅଧୀନରେ ଉପତ୍ୟକାରେ ଆତଙ୍କ ସୃଷ୍ଟି କରୁଥିବା କୁଖ୍ୟାତ ଆତଙ୍କବାଦୀମାନେଙ୍କୁ ସଫା ହେଉଛନ୍ତି। ଏହି ସମୟରେ ଜାମ୍ମୁ କାଶ୍ମୀର ପୋଲିସ ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରିଛି। ଉଭୟ ନୂଆ ଏବଂ ପୁରୁଣା ଆତଙ୍କବାଦୀ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। 

ଉପତ୍ୟକାରେ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀମାନେ (Terrorists)  ବିଭିନ୍ନ ସଂଗଠନ ସହ ଜଡିତ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ କ୍ରମାଗତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛି। ଆଇଜି କାଶ୍ମୀର ପୋଲିସ ବିଜୟ କୁମାର ୧୦ ଜଣ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରିଛନ୍ତି। ସେଥିରେ କିଛି ପୁରୁଣା ଏବଂ କିଛି ନୂଆ ନାମ ଅଛି। ଏହି ତାଲିକାରେ ଜୈସ-ଏ-ମହମ୍ମଦ (JeM), ଲସ୍କର-ଏ-ତୋଇବା (LeT), ହିଜବୁଲ ମୁଜାହିଦ୍ଦିନ ଏବଂ ଅଲ ବଦରର ଆତଙ୍କବାଦୀ ଅନ୍ତର୍ଭୁକ୍ତ।

Also Read: ବିଗତ ୨ ବର୍ଷ ମଧ୍ୟରେ ରେଳ ଦୁର୍ଘଟଣାରେ ଯାଇନାହିଁ କାହାର ଜୀବନ: Indian Railway 

ଜାମ୍ମୁ କାଶ୍ମୀର ପୋଲିସ (Jammu Kashmir Police) ର ଏହି ତାଲିକାରେ ପୁରୁଣା ଆତଙ୍କବାଦୀଙ୍କ ନାମରେ ସଲିମ ପରେ, ୟୁସୁଫ କାଣ୍ଟ୍ରୋ, ଅବ୍ବାସ ଶେଖ, ରେୟାଜ ଶେଟରଗୁଣ୍ଡ, ଫାରୁକ ନାଲୀ, ଜୁବୈର ୱାନି ଏବଂ ଆଶରଫ ମୌଲବିର ନାମ ଅନ୍ତର୍ଭୁକ୍ତ। ତାଲିକାରେ ନୂତନ ନାମ ସାକିବ ମଞ୍ଜୁର, ଉମର ମୁସ୍ତାକ୍ ଖଣ୍ଡେ ଏବଂ ଭାକିଲ ଶାହାର ଅଛି।

ଏହି ସମୟରେ ଜାମ୍ମୁ (Jammu Kashmir) ରେ ଡ୍ରୋନ୍ (Dron) ସାହାଯ୍ୟରେ ଆତଙ୍କ ସୃଷ୍ଟି କରିବାର ପ୍ରକ୍ରିୟା ଜାରି ରହିଛି। ସୋମବାର ସନ୍ଧ୍ୟାରେ ହିରାନଗର ସେକ୍ଟର (Hiranagar Sector) ର ବନିୟାଡିରେ ଡ୍ରୋନ୍ ଠାବ କରାଯାଇଥିଲା। ଡ୍ରୋନଗୁଡିକ ଚାରିଟି ସ୍ଥାନରେ ସୁରକ୍ଷା ବାହିନୀର କ୍ୟାମ୍ପ ଉପରେ ବୁଲୁଥିବା ଦେଖାଯାଇଥିଲା। ପରେ ସୁରକ୍ଷା ବାହିନୀ (Security force) ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। 

 

Trending news