ପାଣିକୁ ଆକାଶରେ ଉଡାଇନେଲା ଘୂର୍ଣ୍ଣିବଳୟ
Advertisement

ପାଣିକୁ ଆକାଶରେ ଉଡାଇନେଲା ଘୂର୍ଣ୍ଣିବଳୟ

 ଉଚ୍ଚରୁ ନୀଚ୍ଚକୁ ଗତି କରିବା ହେଉଛି ଜଳର ଧର୍ମ। ମାତ୍ର ତଳୁ ଉପରକୁ ପାଣି ଉଠିବା ଘଟଣା ହେଉଛି ବୈଜ୍ଞାନିକ। 

ପାଣିକୁ ଆକାଶରେ ଉଡାଇନେଲା ଘୂର୍ଣ୍ଣିବଳୟ

Tornado in Assam: ଗତ ଶନିବାର ଆସାମର ବରପେଟା ଜିଲ୍ଲାରେ ହୋଇଥିବା ଏକ ନିମ୍ନ ତୀବ୍ରତା ବିଶିଷ୍ଟ ଘୂର୍ଣ୍ଣିବଳୟ ଲୋକଙ୍କୁ ଚକିତ କରିଦେଇଛି। ଲୋକେ ଏଭଳି ବିରଳ ପାଣିପାଗ ଘଟଣାକୁ ଲୋକେ ସେମାନଙ୍କ ସ୍ମାର୍ଟଫୋନ ଯୋଗ ରେକର୍ଡିଂ କରିଥିଲେ। ଯାହାର ଭିଡି଼ଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ।

ଏହି ଘଟଣାରେ ପ୍ରତିକ୍ରିୟା ଗୌହାଟିସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଗତ ଶନିବାର ରାଜ୍ୟର ବାରପେଟା ଚାଙ୍ଗା ଜିଲ୍ଲାରେ ଏକ ସ୍ୱଳ୍ପ ତୀବ୍ରତା ବିଶିଷ୍ଟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ମାତ୍ର ଏହା ଘୂର୍ଣ୍ଣିବଳୟ ନୁହେଁ। ଏହା ଏପରି ଏକ ସମୟରେ ଆସିଛି ଯେତେବେଳେ ଆଇଏମଡି ପୂର୍ବାନୁମାନ କରିଛି ଯେ ବଙ୍ଗୋପ ସାଗରରେ ଏକ ଝଡ଼ ସୃଷ୍ଟି ହୋଇଛି।  

ଏପରି ସମାନ ଘଟଣା ଗତ ବର୍ଷ ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲାର ବନାଞ୍ଚଳ କୁସୁମୀ ସ୍ଥିତ ଭୁଇମାଡ଼ ଠାରେ ଦେଖିବାକୁ ମିଳିଥିଲା। ଏଠାରେ ଅବସ୍ଥିତ ଦେଓରି ଡ୍ୟାମ ପାଣି ଆକାଶ ଆଡକୁ ଉଡ଼ିଯାଇଥିଲା। ପ୍ରକୃତିର ଏହି ଅଦ୍ଭୂତ ବିରଳ ଦୃଶ୍ୟ ପ୍ରାୟ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଏହା ପରେ ଉଡିଯାଇଥିବା ପାଣି ପୁଣି ଥରେ ଡ୍ୟାମ ପରିସରରେ ପଡ଼ିଥିଲା। ସ୍ଥାନୀୟ ଲୋକେ ଏହି ଘଟଣାର ଭିଡ଼ିଓ ରେକର୍ଡିଂ କରିବା ପରେ ଏହା ଭାଇରାଲ ହୋଇଯାଇଥିଲା। 

fallbackଉଚ୍ଚରୁ ନୀଚ୍ଚକୁ ଗତି କରିବା ହେଉଛି ଜଳର ଧର୍ମ। ମାତ୍ର ତଳୁ ଉପରକୁ ପାଣି ଉଠିବା ଘଟଣା ହେଉଛି ବୈଜ୍ଞାନିକ। କାରଣ ଯେତେବେଳେ ବର୍ଷା ଋତୁରେ ପ୍ରବଳ ବେଗର ପବନ ପ୍ରବାହିତ ହୁଏ ସେତେବେଳେ ଗୋଟିଏ ସ୍ଥାନରେ ସଂଗୃହୀତ ହୋଇଥିବା ଜଳ ପବନ ସହିତ ଉପରକୁ ଉଠିବା ଆରମ୍ଭ କରେ। ଏହାକୁ ଘୂର୍ଣ୍ଣିବାତ୍ୟା କୁହାଯାଏ। ଆମେରିକା ସମେତ ଅନେକ ଦେଶରେ ଏଭଳି ଘଟଣା ବାରମ୍ବାର ଘଟିଥାଏ। ଯାହା ସେଠାରେ ଟର୍ଣ୍ଣାଡୋ ନାମରେ ଜଣାଶୁଣା। ମାତ୍ର  ଭାରତରେ ଏଭଳି ବିରଳ ଘଟଣା ବହୁତ କମ ଘଟିଥାଏ। 

Also Read: ଅଚାନକ ହେଲା ଆକାଶରୁ ହେଲା ମାଛ ବର୍ଷା; ଅଘଟଣ ଆଶଙ୍କାରେ ଭୟଭୀତ ହୋଇଉଠିଲେ ଲୋକେ