Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଉଗ୍ରରୂପ ନେବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ୨ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟରେ ରେକର୍ଡ ମୃତ୍ୟୁ। ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୦୦୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ ମୋଟ ୧୧୯୦୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେପଟେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୭୪ଟି ମାମଲା ସାମ୍ନାକୁ ଆସିଛି। ଏହି ସଂଖ୍ୟା ସହିତ ଦେଶରେ ମୋଟ ୩,୫୪,୦୬୫ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି।
ତେବେ ଦେଶରେ ମୋଟ ୧,୮୬,୯୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବିଭାଗ କହିଛି ଯେ, ବର୍ତ୍ତମାନ ମଧ୍ୟ ୫୨।୭୯ ପ୍ରତିଶତରେ ରୋଗୀ ସୁସ୍ଥ ହେଉଛନ୍ତି। ସେପଟେ ୧,୧୩,୪୪୫ ଆକ୍ରାନ୍ତଙ୍କ ସହିତ ଦେଶରେ କୋରୋନା ସଂକ୍ରମିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ରାଜ୍ୟରେ ମୋଟ ୫୦,୦୪୪ ଜଣ ଚିକିତ୍ସାଧିନ ଥିବା ବେଳେ ୫୫୩୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫୭,୮୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।
ସେହିପରି ଦିଲ୍ଲୀରେ ୪୪୬୮୮ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଗୁଜୁରାଟରେ ୨୪୬୨୮ଟି, ରାଜସ୍ଥାନରେ ୧୩୨୧୬ଟି ଓ ତାମିଲନାଡ଼ୁରେ ୪୮୦୧୯ଟି ମାମଲା ରହିଛି।