ନେପାଳରେ ଭୂସ୍ଖଳନର ତାଣ୍ଡବ, ବିଗତ ୪୮ ଘଣ୍ଟା ମଧ୍ୟରେ ୩୭ ମୃତ
Advertisement

ନେପାଳରେ ଭୂସ୍ଖଳନର ତାଣ୍ଡବ, ବିଗତ ୪୮ ଘଣ୍ଟା ମଧ୍ୟରେ ୩୭ ମୃତ

ବିଗତ ୪୮ ଘଣ୍ଟା ମଧ୍ୟରେ ନେପାଳରେ ଭୂସ୍ଖଳନ କାରଣରୁ ୩୭ ଲୋକଙ୍କ ମୃତ୍ୟୁ ଘଟିଛି  ।

ନେପାଳରେ ଭୂସ୍ଖଳନର ତାଣ୍ଡବ, ବିଗତ ୪୮ ଘଣ୍ଟା ମଧ୍ୟରେ ୩୭ ମୃତ

କାଠମାଣ୍ଡୁ: ଗତ ଶନିବାର ପଶ୍ଚିମ ନେପାଳରେ ଲଗାତାର ବର୍ଷା କାରଣରୁ ୧୫ ଲୋକଙ୍କ ମୃତ୍ୟୁ ଘଟିଛି । ବିଗତ ୪୮ ଘଣ୍ଟା ମଧ୍ୟରେ ଭୂମି ଧସିବା କାରଣରୁ ମୋଟ ୩୭ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ନେପାଳ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତକାଲି ଦେଶର ମାୟାଗଡି ଜିଲ୍ଲାରେ ଭୂସ୍ଖଳନ କାରଣରୁ ପନ୍ଦର ଜଣଙ୍କ ମୃତ୍ୟୁ ଘଟିଥିଲା ।

ସମସ୍ତ ମୃତକ ନିଖୋଜ ଥିବାର ଖବର ମିଳିଛି । ଏହା ପୂର୍ବରୁ ଶୁକ୍ରବାର ନେପାଳରେ ହୋଇଥିବା ଭୂସ୍ଖଳନରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୪୮ ଘଣ୍ଟା ମଧ୍ୟରେ ଏପରି ପ୍ରାକୃତିକ ବିପର୍ଯ୍ୟୟରେ ମୋଟ ୩୭ ଲୋକ ପ୍ରାଣ ହରାଇଛନ୍ତି । ଭୂସ୍ଖଳନରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନା ଏବଂ ପୋଲିସ ବାହିନୀକୁ ନିୟୋଜିତ କରିଛନ୍ତି ନେପାଳ ସରକାର।

ନେପାଳରେ ଲଗାତାର ବର୍ଷା ହେବା କାରଣରୁ ନାରାୟଣୀ ଏବଂ ଅନ୍ୟାନ୍ୟ ନଦୀରେ ଜଳସ୍ତର ବଢିଚାଲିଛି। ଶୁକ୍ରବାର ନେପାଳ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ଦେଶର ଆହୁରି ୩ ଦିନ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହିବା କାରଣରୁ ବର୍ଷା ଜାରି ରହିବ ।