ଦୀପ ସିଦ୍ଧୁଙ୍କଠୁ ନିଜକୁ ଅଲଗା କଲେ ସନ୍ନି ଦେଓଲ, ଜାଣନ୍ତୁ ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଲୋକଙ୍କ ମଧ୍ୟରେ ସାମିଲ ଏହି ବ୍ୟକ୍ତି ଜଣକ କିଏ?
Advertisement

ଦୀପ ସିଦ୍ଧୁଙ୍କଠୁ ନିଜକୁ ଅଲଗା କଲେ ସନ୍ନି ଦେଓଲ, ଜାଣନ୍ତୁ ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଲୋକଙ୍କ ମଧ୍ୟରେ ସାମିଲ ଏହି ବ୍ୟକ୍ତି ଜଣକ କିଏ?

ସୂଚନାଯୋଗ୍ୟ, ସିଦ୍ଧୁଠୁ (Deep Sidhu) ମିଳିତ କିସାନ୍ ମୋର୍ଚ୍ଚା ନିଜକୁ ଅଲଗା କରିନେଇଛି । ଏଥି ସହିତ ଦୀପ ନିଜକୁ ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ସମ୍ପର୍କୀୟ ବୋଲି କହନ୍ତି ।

ଦୀପ ସିଦ୍ଧୁଙ୍କଠୁ ନିଜକୁ ଅଲଗା କଲେ ସନ୍ନି ଦେଓଲ, ଜାଣନ୍ତୁ ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଲୋକଙ୍କ ମଧ୍ୟରେ ସାମିଲ ଏହି ବ୍ୟକ୍ତି ଜଣକ କିଏ?

ନୂଆଦିଲ୍ଲୀ: ଲାଲକିଲ୍ଲା (Red Fort) ର ପ୍ରାଚୀରରେ ପତାକା ଉଡ଼ାଇ ପ୍ରସଙ୍ଗରେ ଚର୍ଚ୍ଚାରେ ଆସିଥିବା ଦୀପ ସିଦ୍ଧୁ (Deep Sidhu) କଂଗ୍ରେସ ନେତା (Congress Leader) ଙ୍କ ସମେତ ଅନେକ ଲୋକଙ୍କ ଟାର୍ଗେଟରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନେଇ ବିଭିନ୍ନ ଦାବି କରାଯାଉଛି । ଏହା ମଧ୍ୟରେ ସେ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି । ସେ କାହା ଆଦେଶରେ ଲାଲକିଲ୍ଲାକୁ ଯାଇଥିଲେ, ତାହା ସେ କହିପାରି ନଥିଲେ । ଏଥି ସହିତ ଶିଖ୍ ଫର ଜଷ୍ଟିସର ଏଜେଣ୍ଡା ଚଳାଇବା ଉପରେ ତାଙ୍କ ପାଖରେ କୌଣସି ଉତ୍ତର ନଥିଲା । ତେବେ ସେ ସମସ୍ତ ଅଭିଯୋଗକୁ ଭୁଲ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଲାଲକିଲ୍ଲାରେ ଯେଉଁଠି ପିଏମ ଉଡ଼ାନ୍ତି ତ୍ରିରଙ୍ଗା, ସେଠାରେ କୃଷକ ଉଡ଼ାଇଲେ ନିଜ ଝଣ୍ଡା

କଂଗ୍ରେସ ସାଂସଦ ରବନୀତ ସିଂ ବିଟ୍ଟୁ (Congress MP Ravneet Singh Bittu) ଦୀପ ସିଦ୍ଧୁଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ଆଜିର ଉପଦ୍ରବ ପଛରେ ଶିଖ ଫର୍ ଜଷ୍ଟିସର ହାତ ରହିଛି । ଖାଲିସ୍ତାନୀ (Khalistani) ଦୀପ ସିଦ୍ଧୁ ଏହି ଷଡଯନ୍ତ୍ର ରଚିଛନ୍ତି । ଲାଲକିଲ୍ଲାରେ ଯେଉଁ ପତାକା ଉଡ଼ାଯାଇଛି ତାହା ଶିଖ ପତାକା ନୁହେଁ । ଆମର ଧାର୍ମିକ ପତାକା ହେଉଛି କେଶରୀ, ହଳଦିଆ ନୁହେଁ । ଯେଉଁମାନେ ଲାଲକିଲ୍ଲାକୁ ଦଖଲ କରି ଉପଦ୍ରବ ସୃଷ୍ଟି କରିଥିଲେ ସେମାନେ ହେଲେ ଖାଲିସ୍ତାନୀ । ଆଜିର ଉପଦ୍ରବରେ କୃଷକ ସାମିଲ ନଥିଲେ । ଏନଆଇଏର ଯାଞ୍ଚ ହେଉ ଏବଂ ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଆଜି ରାତିରେ ହିଁ ଜେଲରେ ପହଞ୍ଚାଯାଉ । 

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ଏପ୍ରିଲରୁ ବଢ଼ିବ ଗ୍ରାଚ୍ୟୁଇଟି ଓ PF, କିନ୍ତୁ ହାତରେ ଆସିବ କମ୍ ଟଙ୍କା!

ସୂଚନାଯୋଗ୍ୟ, ସିଦ୍ଧୁଠୁ ମିଳିତ କିସାନ୍ ମୋର୍ଚ୍ଚା ନିଜକୁ ଅଲଗା କରିନେଇଛି । ଏଥି ସହିତ ଦୀପ ନିଜକୁ ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ସମ୍ପର୍କୀୟ ବୋଲି କହନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ​​ସନ୍ନି ଦେଓଲ (Sunny Deol) ସମଗ୍ର ଅଭିଯାନରେ ସେ ସାଥ୍ ରହୁଥିଲେ । ପ୍ରଧାନମନ୍ତ୍ରୀ ମୋଦି (PM Modi) ମଧ୍ୟ ସନ୍ନିଙ୍କ ସହ ତାଙ୍କୁ ଭେଟିଥିଲେ । ନିକଟରେ ପିଏମ ଏବଂ ସନ୍ନି ଦେଓଲଙ୍କ ସହ ଦୀପଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ପ୍ରଶ୍ନ ଉଠାଉଛନ୍ତି ।

ଅଧିକ ପଢ଼ନ୍ତୁ:-'ଦିଦି'ଙ୍କୁ ପୁଣି ଲାଗିଲା ବଡ଼ ଝଟକା, ଦଳର ୨ଟି ପଦରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ତେବେ ଏହି ଫଟୋ ଭାଇରାଲ ହେବା ପରେ ଗୁରୁଦାସପୁରରୁ ବିଜେପି ସାଂସଦ ସନ୍ନି ଦେଓଲ ଦୀପ ସିଦ୍ଧୁଙ୍କଠୁ ନିଜକୁ ଅଲଗା କରିନେଇଛନ୍ତି । ସେ କହିଛନ୍ତି ଯେ, ଆଜି ଲାଲକିଲ୍ଲାରେ ଯାହା ଘଟିଛି ତାହା ଦେଖି ମୋର ହୃଦୟ ଅତ୍ୟନ୍ତ ଦୁଃଖିତ । ଡିସେମ୍ବର ୬ ରେ ମୁଁ ଟ୍ୱିଟର ମାଧ୍ୟମରେ ଏହା ସ୍ପଷ୍ଟ କରିସାରିଛି ଯେ ଦୀପ ସିଦ୍ଧୁଙ୍କ ସହ ମୋର କିମ୍ବା ମୋର ପରିବାରର କୌଣସି ସମ୍ପର୍କ ନାହିଁ ।