କାଏରୋ: ବିଭିନ୍ନ ସମୟରେ ସଡକ ଦୁର୍ଘଟଣା ଅଥବା ଅନ୍ୟ କୌଣସି କାରଣରୁ ରାସ୍ତାରେ ଟ୍ରାଫିକ ଜାମ ହୋଇଥିବାର ଖବର ଆପଣ ଶୁଣିଥିବେ କିମ୍ବା ପଢିଥିବେ। ହେଲେ କେବେ ଆପଣ ଏପରି ଖବର ପଢିଛନ୍ତି   ସମୁଦ୍ରରେ ଟ୍ରାଫିକ ଜାମ ହୋଇଯାଇଛି। ଆଜ୍ଞା ହଁ ଏପରି ଘଟଣା ଘଟିଛି ସାମୁଦ୍ରିକ ବାଣିଜ୍ୟ କାରବାର ପାଇଁ ବିଶ୍ୱର ଏକ ପ୍ରମୁଖ ଜଳପଥ ଭବେ ଜଣାଶୁଣା ସୁଏଜ କେନାଲ ଠାରେ।  


COMMERCIAL BREAK
SCROLL TO CONTINUE READING

ଉଭୟ ଆଫ୍ରିକା-ଏସୀୟା ମହାଦେଶକୁ ଯୋଡୁଥିବା ଇଜିପ୍ଟ (Egypt) ଦେଶରେ ଅବସ୍ଥିତ ଏହି କେନାଲରେ ଏକ ମାଲବାହୀ ଜାହାଜ (Container) ନିୟନ୍ତ୍ରଣ ହରାଇ ଫସିରହିଛି। ଏହି ବିଶାଳକାୟ ଜାହାଜ ସୁଏଜ କେନାଲ (Suez Canal) ଠାରେ ଫସି ରହିବା କାରଣରୁ ଉଭୟ ଭୂମଧ୍ୟ ସାଗର (Mediterranean Sea) ଏବଂ ଲୋହିତ ସାଗର (Red Sea) ଅଞ୍ଚଳରେ ଟ୍ରାଫିକ ଜାମ ହୋଇଯାଇଛି। 


ଉଭୟ ଭୂମଧ୍ୟ ଏବଂ ଲୋହିତ ସାଗରକୁ ଯୋଡିଥାଏ ୧୯୩ କିଲୋମିଟର ଲମ୍ବା ବିଶିଷ୍ଟ ଏହି କେନାଲ। ଏହି ଜଳପଥ ମାଧ୍ୟମର ୟୁରୋପ-ଏସୀୟା ମହାଦେଶ ମଧ୍ୟରେ ବାଣିଜ୍ୟକ କାରବାର ହୋଇଥାଏ। ଯାହା ବିଶ୍ୱର ଏକ ପ୍ରମୁଖ ବାଣିଜ୍ୟ ମାର୍ଗ ଭାବେ ଜଣାଶୁଣା। ପ୍ରତ୍ୟେକ ଦିନ ଏହି କେନାଲ ଅତିକ୍ରମ କରି ହଜାର ହଜାର ଛୋଡ ବଡ ଜାହାଜ ଏସିୟା ୟୁରୋପ ମଧ୍ୟରେ ଯାତାୟତ କରିଥାନ୍ତି।     


Also Read: ପୁଣି ଦବଙ୍ଗଗିରି ଦେଖାଇଲା China; Philippines ସମୁଦ୍ରକୁ ପଠାଇଲା ୨୦୦ ଡଙ୍ଗା


ନିୟନ୍ତ୍ରଣ ହରାଇ ସୁଏଜ କେନାଲରେ ଫସିରହିଥିବା ଏହି ମାଲବାହୀ ଜାହାଜ ଚୀନରୁ ୟୁରୋପ ମହାଦେଶ ଅଭିମୁଖେ ଯାତ୍ରା କରୁଥିଲା। ମଙ୍ଗଳବାର ସକାଳେ ସୁଏଜ ବନ୍ଦରର ଉତ୍ତର ଭାଗରେ ଅବସ୍ଥିତ କେନାଲ ପାର କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ୪୦୦ ମିଟର ଲମ୍ବା ଏବଂ ୫୯ ମିଟର ଚଉଡା ବିଶିଷ୍ଟ ଏହି ମାଲବାହୀ ଜାହାଜ ଫସିଯାଇଥିଲା।             


ଏହି ଜାହାଜକୁ କେନାଲରୁ ବାହାର କରି ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ଟଗ ବୋଟ (Tugboat) ନିୟୋଜିତ କରାଯାଇଛି। ଏପରି ଧରଣର ସମୁଦରେ ଫସିରହିଥିବା ଜାହାଜର ସହାୟତା କରିବା ଲାଗି ଉଦ୍ଦିଷ୍ଟ।  ସୁଏଜ କେଲାରେ ଫସି ରହିଥିବା ଏହି ମାଲବାହୀ ଜାହାଜକୁ ବାହାର କରି ସମୁଦ୍ରରେ ପହଞ୍ଚାଇବାକୁ ଅନେକ ଦିନ ସମୟ ଲାଗିପାରେ। ଅନ୍ୟପଟେ କେନାଲ ରାସ୍ତା ଖାଲିନଥିବାରୁ ଏବେ ଏହି ଜଳପଥ ଦେଇ ଯାତ୍ର  କରିବାକୁ ଥିବା ଜାହାଜ ଆଫ୍ରିକା ମହାଦେଶର ଉପକୂଳ ରେଖା ଅତିକ୍ରମ କରି ୟୁରୋପ ଅଭିମୁଖେ ଯାତ୍ରା କରିବ। 


Also Read: ମହଙ୍ଗା ପଡିଲା ଅନୁପ୍ରବେଶ; ଡଙ୍ଗା ସହ ୬୦ ଚୀନୀ ନାଗରିକଙ୍କୁ ସମୁଦ୍ରରୁ ଟେକିନେଲା ମାଲେସିୟା ନୌସେନା


ସୁଏଜ କେନାଲରେ ଫସି ରହିଥିବା ଏହି ମାଲବାହୀ ଜାହାଜକୁ ତାଇୱାନ ଭିତ୍ତିକ ପରିବହନ କମ୍ପାନୀ ଏଭରଗ୍ରୀନ ମ୍ୟାରିନ ପକ୍ଷରୁ ସଞ୍ଚାଳିତ କରାଯାଇଥାଏ। ମାଲ ବୋଝେଇ କରି ସାରିବା ପରେ ଏହି ଜାହାଜ ଚୀନରୁ ନେଦରଲ୍ୟାଣ୍ଡସ୍ଥିତ ରୋଡରଡ୍ୟାମ ଅଭିମୁଖେ ଯାତ୍ରା କରୁଥିଲା। ଗତ ମଙ୍ଗଳବାର ସୁଏଜ କେନାଲ ଅତିକ୍ରମ କରୁଥିବା ସମୟରେ ପ୍ରବଳ ପବନ ବହିବା କାରଣରୁ ଏହା ନିୟନ୍ତ୍ରଣ ହରାଇଥିଲା। ପରେ ଏହାକୁ ସିଧା କରିବା ଲାଗି ପ୍ରୟାସ କରାଯିବା ପରେ ଏହାର ଲମ୍ବ ଚଉଡା ଦ୍ୱାରା ସମଗ୍ର କେନାଲ ବନ୍ଦ ହୋଇଯାଇଥିଲା। ଯାହା ଫଳରେ ଉଭୟ ଭୂମଧ୍ୟ-ଲୋହିତ ସାଗର ଅଞ୍ଚଳରେ ଟ୍ରାଫିକ ଜାମ ହୋଇଛି।