• ଦେଶରେ ୨୪ ଘଣ୍ଟାରେ ୬୨,୪୮୦ ପଜିଟିଭ୍ ଚିହ୍ନଟ
  • ୧୫୮୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୟୂରଭଞ୍ଜ PRM ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ
  • ଭିସି ଜରିଆରେ ଶିଳନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି
  • ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ.ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ
  • ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ
  • ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ
  • ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛି CHSE
  • ରଥଯାତ୍ରାର ରିତିନୀତିର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ

ମହିଳା ଟି -20 ଚ୍ୟାଲେଞ୍ଜ; ପ୍ରଥମ ଥର ଟ୍ରେଲବ୍ଲେଜର୍ସ ଜିତିଲା ଟାଇଟଲ୍

ୟୁଏଇରେ ଶେଷ ହୋଇଯାଇଛି ମହିଳା ଟି -20 ଚ୍ୟାଲେଞ୍ଜ। ଫାଇନାଲରେ ସୁପରନୋଭାସକୁ ୧୬ ରନରେ ପରାସ୍ତ କରି ପ୍ରଥମ ଥର ଚମ୍ପିଆନ ହୋଇଛି ଟ୍ରେଲବ୍ଲେଜର୍ସ।

ମହିଳା ଟି -20 ଚ୍ୟାଲେଞ୍ଜ; ପ୍ରଥମ ଥର ଟ୍ରେଲବ୍ଲେଜର୍ସ ଜିତିଲା ଟାଇଟଲ୍
@ICC

ନୂଆଦିଲ୍ଲୀ: ମହିଳା ଟି-୨୦ ଚ୍ୟାଲେଞ୍ଜର ଫାଇନାଲରେ ଟ୍ରେଲବ୍ଲେଜର୍ସ ସୁପରନୋଭାସଙ୍କୁ 16 ରନରେ ପରାସ୍ତ କରିଛି। ଏହି ବିଜୟ ସହ ଟ୍ରେଲବ୍ଲେଜର୍ସ ପ୍ରଥମ ଥର ପାଇଁ ମହିଳା ଟି-୨୦ ଚ୍ୟାଲେଞ୍ଜ ଟାଇଟଲ୍ ଜିତିଛି। ଆଉ ୨୦୧୮ ଏବଂ ୨୦୧୯ର ବିଜେତା ସୁପରନୋଭାସ ହ୍ୟାଟ୍ରିକ୍ କରିବାରୁ ବଞ୍ଚିତ ହୋଇଛି।

ମଙ୍ଗଳବାର ଶାରଜାଠାରେ ସ୍ମୃତି ମଣ୍ଡନାଙ୍କ ନେତୃତ୍ୱାଧିନ ଟ୍ରେଲବ୍ଲେଜର୍ସ ଓ ହରମନପ୍ରୀତ କୌରଙ୍କ ସୁପରନୋଭାସ ମଧ୍ୟରେ ଏକ ଦମଦାର ମ୍ୟାଚ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରି ଟ୍ରେଲବ୍ଲେଜର୍ସ ୨୦  ଓଭରରେ ୧୧୮ ରନ ସଂଗ୍ରହ କରିଥିଲା। କ୍ୟାପଟେନ ସ୍ମୃତି ମନ୍ଧନା ୪୯ଟି ବଲରେ ୩ଟି  ଛକା ଓ ୫ଟି ଚୌକା ସହ ୬୮ ରନ କରିଥିଲେ। ତେବେ ୧୯୯ ରନର ଟାର୍ଗେଟକୁ ପିଛା କରୁଥିବା ସୁପରନୋଭାସ୍ 20 ଓଭରରେ ମାତ୍ର ୧୦୨ ରନ୍ କରି ହ୍ରାଟ୍ରିକ ବିଜୟଠୁ ମାତ୍ର ୧୬ ରନ ପଛରେ ରହିଯାଇଛି।

ସୁପରନୋଭାସ୍ ପକ୍ଷରୁ କ୍ୟାପଟେନ ହରମାନପ୍ରୀତ କୌର ସର୍ବାଧିକ ୩୦ ରନ୍ କରିବାରେ ସକ୍ଷମ ହୋଇଥିଲେ। ପୂଜା ଭାସ୍ତ୍ରାକର ଖାତା ନ ଖୋଲି ଆଉଟ ହୋଇଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରିନଥିଲେ। ଶିଶିକଳା ସିରିୱାର୍ଧେନେ ୧୯, ତାନିଆ ଭାଟିଆ ୧୪ ଏବଂ ଜେମିମା ରୋଡ୍ରିଗେଜ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ।

ବୋଲରମାନେ ଫାଇନାଲରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ସୁପରନୋଭାଙ୍କୁ ୭ ୱିକେଟ୍ ପାଇଁ ୧୦୨ ରନର ଅଟକାଇଛନ୍ତି। ବାଂଲାଦେଶ ଅଫ୍ ସ୍ପିନର ସଲମା ଖଟୁନ୍ ୧୮ ରନ୍ ଦେଇ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ସେପଟେ ସୁପରନୋଭାସର ରାଧା ଯାଦବ ମଧ୍ୟ ନିଜର ସ୍ପିନର ଯାଦୁ ଦେଖାଇଛନ୍ତି। ସେ ନିଜ କୋଟାର ଓଭରରେ ୧୬ ରନ୍ ଦେଇ ୮ରୁ ୫ଟି ଶିକାର କରିଛନ୍ତି। ଯାହା ଫଳରେ ଟ୍ରେଲବ୍ଲେଜର୍ସକୁ ୧୧୮ ରନ୍ କଭର୍ କରିବାକୁ ପଡିଥିଲା। 

ଟ୍ରେଲବ୍ଲେଜର ଅଧିନାୟକ ସ୍ମିତି ମନ୍ଧନା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଇନିଂସର ଦ୍ୱିତୀୟ ଓଭରରେ ସେ ଦୁଇଟି ଚୌକା ମାରିଥିଲେ। କିନ୍ତୁ ଖୁବଶୀଘ୍ର ସୁପୋରନୋଭାସ ସ୍ପିନରମାନେ ରନ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ପାଞ୍ଚ ଚୌକା ଓ ତିନି ଛକା ସହାୟତାରେ ସ୍ମିତି ୪୯ ବଲରେ ୬୮ ରନ୍ କରିଥିଲେ। କିନ୍ତୁ ତାନିଆ ଭାଟିଆଙ୍କ ବୋଲରେ ସେ ଷ୍ଟମ୍ପିଂ ହୋଇଥିଲେ।

ଉତ୍ତମ ପ୍ରଦର୍ଶନ ପାଇଁ ସ୍ମିତି ମନ୍ଧାନାଙ୍କୁ ଫାଇନାଲ ମ୍ୟାଚର ଶେଷ୍ଠ ଖଳାଳୀ ପୁରସ୍କାର ଦିଆଯାଇଛି। ସେପଟେ ୧୬ ରନ ଦେଇ ୫ଟି ୱିକେଟ ନେଇଥିବା ରଧା ଯାଦବଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇଛି।