ରେଳଯାତ୍ରା ବେଳେ ନେଇପାରିବେ ନାହିଁ ଏପରି ଜିନିଷ; ନହେଲେ ହୋଇପାରନ୍ତି ଦଣ୍ଡିତ
Advertisement

ରେଳଯାତ୍ରା ବେଳେ ନେଇପାରିବେ ନାହିଁ ଏପରି ଜିନିଷ; ନହେଲେ ହୋଇପାରନ୍ତି ଦଣ୍ଡିତ

ଘରୋଇ ଜିନିଷ ଠାରୁ ଆରମ୍ଭ କରି ଏପରି ଅନେକ ପ୍ରକାରର ସାମଗ୍ରୀ ରହିଛି ଯାହାକୁ ରେଳ ଯୋଗେ ପରିବହନ କରିବାକୁ ଅନୁମତି ମିଳିନଥାଏ।

ରେଳଯାତ୍ରା ବେଳେ ନେଇପାରିବେ ନାହିଁ ଏପରି ଜିନିଷ; ନହେଲେ ହୋଇପାରନ୍ତି ଦଣ୍ଡିତ

ନୂଆଦିଲ୍ଲୀ: ଯାତ୍ରୀ ପରିବହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଟ୍ରେନ। ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସକ୍ଷମ ହୋଇଥିଲେ ମଧ୍ୟ ବିମାନ ପରିବର୍ତ୍ତେ ରେଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ରେଳ ଯୋଗେ ଯାତ୍ରା କରିବା ବେଳେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁ ମାତ୍ରରେ ଲଗେଜ୍ ସହ ଯାତ୍ରା କରିଥାନ୍ତି।

ହେଲେ କ'ଣ ଆପଣ ଜାଣନ୍ତି ଘରୋଇ ଜିନିଷ ଠାରୁ ଆରମ୍ଭ କରି ଏପରି ଅନେକ ପ୍ରକାରର ସାମଗ୍ରୀ ରହିଛି ଯାହାକୁ ରେଳ ଯୋଗେ ପରିବହନ କରିବାକୁ ଅନୁମତି ମିଳିନଥାଏ ଦିଏ ନାହିଁ। ଏପରି ପରିସ୍ଥିତିରେ ଆପଣଙ୍କ ସହିତ ଅଧିକ ଜିନିଷ ବହନ କରିବା ଆପଣଙ୍କ ପାଇଁ ଏକ ସମସ୍ୟା ହୋଇପାରେ।

Also Read: ଯାତ୍ରା କରିବା ବେଳେ ଲାଇନଚ୍ୟୁତ ହେଲା ଇନ୍ଦୋର-ଦୌଣ୍ଡ ସ୍ପେଶାଲ ଟ୍ରେନ

ବିମାନ ଭଳି ରେଳଯାତ୍ରା ସମୟରେ ମଧ୍ୟ ଅଧିକ ମାତ୍ରାରେ ସାମଗ୍ରୀ ପରିବହନ କରିବା ଉପରେ କଟକଣା ରହିଛିଛି। ଆପଣ ଏକ ନିର୍ଦ୍ଧିଷ୍ଟ ପରିମାଣ ଠାରୁ ଅଧିକ ମାତ୍ରାରେ ଭାରୀ ସାମଗ୍ରୀ ନେଇ ରେଳଯାତ୍ରା କରିପାରିବେ ନାହିଁ। ଯାତ୍ରା ବେଳେ  ରେଳଯାତ୍ରୀ କେଉଁ ସାମଗ୍ରୀ କେତେ ପରିମାଣରେ ନେଇପାରିବେ ତାହାର ଏକ ନିୟମ ରହିଛି। ନଚେତ୍ ଯାତ୍ରୀଙ୍କୁ ଯାତ୍ରା ସମୟରେ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

Also Read: ୧୧ ବଗି ଲାଇନଚ୍ୟୁତ; ଦିଲ୍ଲୀ-ହାୱଡା ରୁଟରେ ଲାଗିଲା ବ୍ରେକ

ଟ୍ରେନ ଯାତ୍ରା ବେଳେ ଯେଉଁ ସାମଗ୍ରୀକୁ ପରିବହନ କରିବା ଉପରେ କଟକଣା ଜାରି କରାଯାଇଛି ତାହାର ତାଲିକା ବେଷ ଲମ୍ବା। ବିସ୍ଫୋରକ ସାମଗ୍ରୀ, ବିପଜ୍ଜନକ ସାମଗ୍ରୀ, ଜ୍ୱଳନ୍ତ ପଦାର୍ଥ, ଖାଲି ଗ୍ୟାସ୍ ସିଲିଣ୍ଡର, ଏସିଡ୍ ଭଳି ଦ୍ରବ୍ୟ ସହ ଆପଣ ରେଳଯାତ୍ରା କରିପାରିବେ ନାହିଁ। ଏହା ବ୍ୟତୀତ ଆପଣ ସ୍କୁଟର, ସାଇକେଲ, ବାଇକ ପ୍ରଭୃତି ଯାନ ନେଇପାରିବେ ନାହିଁ। ଯେଉଁମାନେ ନିଜ ଗୃହପାଳିତ ପଶୁଙ୍କୁ ସେମାନଙ୍କ ସାଙ୍ଗରେ ନେବାକୁ ଚାହାଁନ୍ତି ସେମାନ ତାଙ୍କୁ ମିଳିଥିବା ସିଟ୍ ସହ ଯାତ୍ରା କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ଅଲଗା ଟିକେଟ୍ କରିବାକୁ ହେବ। ଏପରି ଧରଣର ଦ୍ରବ୍ୟ କିମ୍ବା ପଶୁଙ୍କ ବ୍ରେକ୍ ଭ୍ୟାନ୍ ଯୋଗେ ପରିବହନ କରାଯିବ। ଏହା ବ୍ୟତୀତ ଆପଣଙ୍କୁ କୌଣସି ବ୍ୟବସାୟିକ ଜିନିଷ ନେବାକୁ ଅନୁମତି ନାହିଁ।

ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ସାମଗ୍ରୀ ସହ ରେଳଯାତ୍ରା କରିପାରିବେ। ଟ୍ରେନ ଯାତ୍ରା କରିବା ସମୟରେ ଆପଣ ଟ୍ରଙ୍କ, ସୁଟକେସ୍, ବାକ୍ସ ନେଇପାରିବେ ହେଲେ ଏହାର ଆକାର ୧୦୦ ସେମି x୬୦ ସେମି x୨୫ ସେମି ଠାରୁ ଅଧିକ ହେବ ନାହିଁ। ଯଦି ଆପଣ ଗୃହପାଳିତ ପଶୁଙ୍କୁ ନେବାକୁ ଚାହାଁନ୍ତି ତାହେଲେ ଏନେଇ ଏକ ପ୍ରକ୍ରିୟା ରହିଛି। ପ୍ରଥମ ଶ୍ରେଣୀ ଏସି ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ଏକ ଭିନ୍ନ ନିୟମ ରହିଛି। ଏଥିରେ ଆପଣ ଘୋଡା, ଛେଳି ପରି ପଶୁଙ୍କୁ ମଧ୍ୟ ନେଇପାରିବେ। ଯଦିଓ ଟ୍ରେନ ଯାତ୍ରା ସମୟରେ ଗ୍ୟାସ ସିଲିଣ୍ଡର ନିଷେଧ ହେଲେ ଯଦି ଚିକିତ୍ସାଧିନ ଅବସ୍ଥାରେ ଯାତ୍ରା କରୁଥିବା ରେଳଯାତ୍ରୀ ନିଜ ସହ ମେଡିକାଲ ସିଲିଣ୍ଡର ନେଇପାରିବେ। ଅମ୍ଳଜାନ ସିଲିଣ୍ଡର ପାଇଁ ରେଳବାଇ ଦ୍ୱାରା ଅନେକ ସୁବିଧା ମଧ୍ୟ ଦିଆଯାଏ।

Also Read: ସମ୍ଭାଳି ପାରିଲାନାହିଁ Train Speed; ଦେଖୁ ଦେଖୁ ଭାଙ୍ଗିଗଲା Chandni Railway Station

ଆପଣ ନିଶ୍ଚିତ ଭାବେ ଏକଥା ଜାଣିଥିବେ ଯେ ଆପଣ ଅନ୍ୟ ବ୍ୟକ୍ତିଙ୍କ ଟିକେଟ୍ ଯୋଗେ ଯାତ୍ରା କରିପାରିବେ ନାହିଁ। ହେଲେ ପରିବାରକୁ ନେଇ ରେଳଯାତ୍ରା ପାଇଁ ଏକ ଭିନ୍ନ ନିୟମ ରହିଛି। ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ଟିକେଟ ଯୋରେ ରେଳଯାତ୍ରା କରିପାରିବେ। ହେଲେ ରେଳଯାତ୍ରୀ ଏକଥା ମନେରଖିବା ଆବଶ୍ୟକ ଯେ ସେ ଯେଉଁ ବ୍ୟକ୍ତିଙ୍କ ଟିକେଟରେ ଯାତ୍ରା କରୁଛନ୍ତି ସେହି ବ୍ୟକ୍ତିଙ୍କ ସହି ତାଙ୍କର ରକ୍ତ ସମ୍ପର୍କ ରହିବା ଆବଶ୍ୟକ। କୌଣସି ରେଳଯାତ୍ରୀ ପିତାମାତା, ଭାଇଭଉଣୀ, ସ୍ୱାମୀୃସ୍ତ୍ରୀ କିମ୍ବା ପିଲାଙ୍କ ଟିକେଟ୍ ଜରିଆରେ ଯାତ୍ରା କରିପାରିବେ। ଏଥିପାଇଁ ଏକ ଅଲଗା ଟିକେଟ୍ ମଧ୍ୟ ଯାତ୍ରୀଙ୍କୁ ଦିଆଯାଏ।