ବାଦୁଡିଠୁ କେମିତି ବ୍ୟାପିଲା କୋରୋନା? WHOକୁ ମିଳିଲା କାରଣ
Advertisement

ବାଦୁଡିଠୁ କେମିତି ବ୍ୟାପିଲା କୋରୋନା? WHOକୁ ମିଳିଲା କାରଣ

ମହାମାରୀ ବ୍ୟାପିବାର କେତେକ ପ୍ରମୁଖ କାରଣ ଖୋଜି ବାହାର କରିଛି। କୋରୋନା ଭୂତାଣୁ ସିଧାସଳଖ ମଣିଷ ଶରୀରକୁ ଆସି ନଥିବା WHO ଓ ଚୀନର ମିଳିତ ଅନୁଧ୍ୟାନରୁ ଜଣା ପଡିଛି।

ଡିଜାଇନ ଫଟୋ

ବେଜିଂ: ମହାମାରୀ କୋରୋନା ବ୍ୟାପିବା କାରଣ ଖୋଜାରେ WHOକୁ ଏକ ବଡ ସଫଳତା ମିଳିଛି। ଅନେକ ଦିନର ଯାଞ୍ଚ ପରେ ସଙ୍ଗଠନ ମହାମାରୀ ବ୍ୟାପିବାର କେତେକ ପ୍ରମୁଖ କାରଣ ଖୋଜି ବାହାର କରିଛି। କୋରୋନା ଭୂତାଣୁ ସିଧାସଳଖ ମଣିଷ ଶରୀରକୁ ଆସି ନଥିବା WHO ଓ ଚୀନର ମିଳିତ ଅନୁଧ୍ୟାନରୁ ଜଣା ପଡିଛି।

WHO ଓ ଚୀନର ମିଳିତ ତଦନ୍ତ ରିପୋର୍ଟର ଏକ ଡ୍ରାଫ୍ଟ କପି ସମୋବାର ଗଣମାଧ୍ୟମ ହାତରେ ଲାଗିଛି। ସେଥିରେ କୁହାଯାଇଛି ଯେ, କୋରୋନା ଭାଇରସ (Coronavirus) ଉହାନ ଲ୍ୟାବ (Wuhan Lab) ରୁ ଉତ୍ପନ ହୋଇ ନାହିଁ। ଏହା ବାଦୁଡି ଠାରୁ ଏକ ମାଧ୍ୟମ ଦେଇ ମଣିଷ ଶରୀରକୁ ଯାଇଛି। ଏହି ସଂକ୍ରମଣ ସଂଚାଳନ ପାଇଁ ୪ଟି ମାଧ୍ୟମ ଥିବା ରିପୋର୍ଟରେ କୁହାଯାଇଛି।

Also Read: ଦେଶରେ ତାଣ୍ଡବ କରୁଛି କୋରୋନା, ଚଳିତ ବର୍ଷ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ଉହାନରେ ଗତ ଜାନୁଆରୀ ମାସଠାରୁ WHO ଟିମ୍ କୋରୋନାର ଉତ୍ପତ୍ତିର କାରଣ ଖୋଜୁଛି। ତେବେ ଏହାର ରିପୋର୍ଟ ସାର୍ବଜନୀନ କରିବାରେ ବିଳମ୍ବ ହେଉଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା। ଆଉ ପ୍ରସଙ୍ଗ ଯୋର ଧରିବାରୁ ଡ୍ରାଫ୍ଟ କପି ପ୍ରକାଶ ପାଇଛି। ଉହାନ ମିଶନର ନେତୃତ୍ୱ ନେଇଥିବା WHO ବିଶେଷଜ୍ଞ ପିଟର ବେନ ଏମ୍ବରେକ କହିଛନ୍ତି ଯେ, ରିପୋର୍ଟ ଚୂଡ଼ାନ୍ତ ହୋଇଛି ଏବଂ ଏହାକୁ ଯାଞ୍ଚ କରାଯାଇ ଅନୁବାଦ କରାଯାଇଛି। ଆସନ୍ତା କିଛି ଦିନ ମଧ୍ୟରେ ଏହାକୁ ସର୍ବସାଧାରଣ କରାଯିବ ବୋଲି ଆମେ ଆଶା କରୁଛୁ।

ସେପଟେ ରିପୋର୍ଟର ବିଳମ୍ବକୁ ନେଇ ଅନେକ ସନ୍ଦେହ ରହିଛି। ଚୀନର ଦୋଷ ଧାରାପଡିବା ଭୟରେ WHO ଜାଣିଶୁଣି ବଳମ୍ବ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ସେଥିରେ ପରିବର୍ତ୍ତନ କରାଯାଇପାରେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଚାରୋଟି ମାଧ୍ୟମକୁ କୋରୋନା ବ୍ୟପିବାର ସମ୍ଭାବ୍ୟ କାରଣ ବୋଲି କହିଛନ୍ତି।

Also Read: ଗୋଟିଏ କନ୍ୟାକୁ ସାତ ବର, ଥାନା ପାଲଟିଲା ଶଶୁର ଘର

ରିପୋର୍ଟ ଅନୁସାରେ ବାଦୁଡି (Bat) ଙ୍କ ଠାରୁ କୋରୋନା ଭାଇରସ ମଣିଷ ଶରୀରକୁ ସିଧାସଳଖ ସଞ୍ଚାରର (covid19 transmission) ମୂଲ୍ୟାଙ୍କନ କରିଥିଲେ। 'କୋଲ୍ଡ ଚେନ୍' ବା ଖାଦ୍ୟ ପଦାର୍ଥ ମାଧ୍ୟମରେ କୋରୋନା ବ୍ୟାପିବା ସମ୍ଭବ ନୁହେଁ। ଏବା କୌଣସି ଜୀବଜନ୍ତୁଙ୍କ ମଧ୍ୟମରେ ମଣିଷ ଶରୀର (Human body) କୁ ଯାଇପାରେ। ସେଥିପାଇଁ ବାଦୁଡିର ସମ୍ପର୍କୀୟ ଜନ୍ତୁ ଦାୟୀ ହୋଇପାରନ୍ତି। 

ବାଦୁଡି ଶରୀରରେ ଥିବା ଏହି ଭାଇରସ୍ ଏବଂ SARS-CoV-2 ମଧ୍ୟରେ ସାମଞ୍ଜସ୍ୟ ରହିଛି ଏବଂ ଏହା ଅନେକ ଦଶନ୍ଧି ଧରି ସେମାନଙ୍କ ଶରୀରରେ ବିକଶିତ ହେଉଛି। ବଶ୍ୱର ସର୍ବାଧିକ ଚୋରା ଚାଲାଣ କରାଯାଉଥିବା ବଜ୍ରକାପ୍ତାରେ ମଧ୍ୟ କୋରୋନା ଭଳି ପ୍ରାୟ ସମାନ ଭାଇରସ ଦେଖିବାକୁ ମିଳେ। କିନ୍ତୁ ଏବଂ ବିଲେଇମାନେ ମଧ୍ୟ କୋରୋନା ସଂକ୍ରମଣ ବାହକ ହୋଇପାରନ୍ତି।

ସେପଟେ ବିଶ୍ୱରେ କୋରୋନା ମାମଲା ୧୨୭ ନିୟୁତ ଅତିକ୍ରମ କରିସାରିଥିବା ବେଳେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୨.୭୮ ମିଲିୟନକୁ ବୃଦ୍ଧି ପାଇଛି।