ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା; ଏହି ୫ ରାଜ୍ୟରୁ ଆସିଲେ ଆବଶ୍ୟକ କୋଭିଡ ନେଗେଟିଭ ରିପୋର୍ଟ
Advertisement

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା; ଏହି ୫ ରାଜ୍ୟରୁ ଆସିଲେ ଆବଶ୍ୟକ କୋଭିଡ ନେଗେଟିଭ ରିପୋର୍ଟ

ପରିସ୍ଥିତି ଅଣାୟତ୍ତ ହେଲେ ଲକଡାଉନ, ସଟଡାଉନ ଭଳି ପରିସ୍ଥିତି ମଧ୍ୟ ସାମ୍ନାକୁ ଆସିପାରେ । ତେବେ ବେଳହୁଁ ସାବଧାନ ହେବା ଏବେ ଦେଶବାସୀଙ୍କ ପାଇଁ ଜରୁରୀ ହୋଇପଡ଼ିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା; ଏହି ୫ ରାଜ୍ୟରୁ ଆସିଲେ ଆବଶ୍ୟକ କୋଭିଡ ନେଗେଟିଭ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହେଲାଣି କୋରୋନା ଗ୍ରାଫ୍ । ଯାହାକୁ ନେଇ ପୁଣି ରାଜ୍ୟ ମାନେ ସତର୍କତା ଅବଲମ୍ବନ କଲେଣି। କେବଳ ଏତିକି ନୁହେଁ, ପରିସ୍ଥିତି ଅଣାୟତ୍ତ ହେଲେ ଲକଡାଉନ, ସଟଡାଉନ ଭଳି ପରିସ୍ଥିତି ମଧ୍ୟ ସାମ୍ନାକୁ ଆସିପାରେ । ତେବେ ବେଳହୁଁ ସାବଧାନ ହେବା ଏବେ ଦେଶବାସୀଙ୍କ ପାଇଁ ଜରୁରୀ ହୋଇପଡ଼ିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ପଞ୍ଜାବରୁ ଆସୁଥିବା ଲୋକଙ୍କୁ କୋରୋନା ରିପୋର୍ଟ ନେଗେଟିଭ୍ ଦେଖାଇବା ପରେ ହିଁ ଏଣ୍ଟ୍ରି ମିଳିବ ବୋଲି ଦିଲ୍ଲୀ ସରକାର କହିଛନ୍ତି।  

ଦେଶର ରାଜଧାନୀରେ ପ୍ରବେଶ କରିବାକୁ ହେଲେ RT-PCR ର କୋରୋନା ନେଗେଟିଭ୍ (Corona Negative) ରିପୋର୍ଟ ଦେଖାଇବା ନିତ୍ୟାନ୍ତ ଜରୁରୀ । ଏହି ରିପୋର୍ଟର ବୈଧତା ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଦରକାର । ୭୨ ଘଣ୍ଟାରୁ ଅଧିକ ପୁରୁଣା ହେଲେ ଏହାକୁ ସୁରକ୍ଷିତ ଭାବେ ଗ୍ରହଣ କରାଯିବ ନାହିଁ। ଆଉ ଏହି ନିର୍ଦ୍ଦେଶ ଫେବ୍ରୁଆରୀ ୨୬ ମଧ୍ୟ ରାତ୍ରରୁ ଲାଗୁ ହୋଇ ମାର୍ଚ୍ଚ ୧୫ ଯାଏଁ ରହିବ । ଏହି ୫ ଟି ରାଜ୍ୟରୁ ଆସୁଥିବା ଲୋକ ତାହା ବିମାନ (Flight), ରେଳ (Train)କି ବସ୍ (Bus)ରେ ହେଉ ଯାତ୍ରା କଲେ ନେଗେଟିଭ ରିପୋର୍ଟ ସାଥୀରେ ରହିବା ଦରକାର ବୋଲି ଦିଲ୍ଲୀ ସରକାର ବଡ଼ ଘୋଷଣା କରିଛନ୍ତି ।

Also Read: ଦେଶରେ କୋରୋନାର ୨ଟି ନୂଆ ଷ୍ଟ୍ରେନ, ୨୦୦ ପାଖାପାଖି ଲୋକ ସଂକ୍ରମିତ !

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଦିଲ୍ଲୀ (Delhi) ରେ ଏବେ ସୁଦ୍ଧା ୧.୨ କୋଟି ନମୁନା ପରୀକ୍ଷା କରାଯାଇଛି । କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଦେଶର ରାଜଧାନୀରେ ଏବେ ସୁଦ୍ଧା ୬ ଲକ୍ଷ ୩୮ ହଜାର ୧୭୩ ଲୋକ ସଂକ୍ରମିତ ହୋଇଛନ୍ତି । ଯେଉଁଥିରୁ ୧୦ ହଜାର ୯୦୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ୬ ଲକ୍ଷ ୨୬ ହଜାର ୨୬୧ ଲୋକ ମହାମାରୀରୁ ଭଲ ହୋଇଥିବା ଜଣାପଡ଼ିଛି । ସେପଟେ ୧୦୦୯ ଜଣଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି ।

Also Read: ଫାଶୀ ଖୁଣ୍ଟରୁ ଓହରିଯିବେ କି ହତ୍ୟାକାରୀ ସବନମ !

ସୂଚନାନୁଯାୟୀ, ପୁରାଦେଶରେ କୋରୋନା ଭାଇରସ (Corona Virus) ରେ ୧ ଲକ୍ଷ ୪୬ ହଜାର ୯୦୭ ଆକ୍ଟିଭ୍ କେସ ରହିଛି । ଯେଉଁଥିରୁ କେରଳ ଓ ମହାରାଷ୍ଟ୍ରରେ ସବୁଠାରୁ ଅଧିକ କେସ ରହିଛି । କେରଳ ରାଜ୍ୟରେ କୋଭିଡ-19 (Covid-19) କେସ ୫୪ ହଜାରରୁ ଅଧିକ ରହିଛି ।ସେହିପରି ମହାରାଷ୍ଟ୍ରରେ ୫୪ ହଜାର ୬୦୪ କେସ ରହିଛି। ଏହାବାଦ୍ ପଞ୍ଜାବରେ ୩ ହଜାର ୨୯୫, ଛତିଶଗଡ଼ରେ ୨ ହଜାର ୯୭୭  ଓ ମଧ୍ୟ ପ୍ରଦେଶରେ ୨ ହଜାର ୧୫୧ ଆକ୍ଟିଭ୍ କେସ ରହିଛି ।