Earthquake: ଦକ୍ଷିଣ ଆମେରିକୀୟ ଦେଶ ଚିଲିର ଭୂମିକମ୍ପ ଝଟରେ ଥରି ଉଠିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ଼ କରାଯାଇଛି।
Trending Photos
Earthquake: ଦକ୍ଷିଣ ଆମେରିକୀୟ ଦେଶ ଚିଲିର ଭୂମିକମ୍ପ ଝଟରେ ଥରି ଉଠିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରେକର୍ଡ଼ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ରିପୋର୍ଟ କରିଛି ଯେ, ଉତ୍ତର ଚିଲିରେ ୫.୭ ତୀବ୍ରତାର ଭୂମିକମ୍ପ ଘଟିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ୧୭୮ କିଲୋମିଟର ଗଭୀରତାରେ ଥିଲା। ତେବେ, ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ କାହାର ଜୀବନ ଯାଇନଥିବା ଜଣାପଡିଛି। ତେବେ, ଭୂମିକମ୍ପ ହେବା ମାତ୍ରେ ସେମାନେ ଘରୁ ବାହାରକୁ ଆସିଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୭ ତାରିଖରେ ମଧ୍ୟ ଭୂକମ୍ପ ହୋଇଥିଲା । ଦକ୍ଷିଣ ଆମେରିକୀୟ ଦେଶ ଚିଲିର ଉତ୍ତର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁସାରେ ଏହାର ତୀବ୍ରତା ୬.୧ ଥିଲା। ଏହାର ଝଟକା ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା
ସେହିପରି, ନିକଟରେ ଆମେରିକାର ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଝଟକା ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ ହୋଇଥିଲା । ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ସ୍ଥାନୀୟ ସମୟ ବିଳମ୍ବିତ ରାତିରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଏହାର ପ୍ରଭାବରେ ସେନ୍ ଡିଏଗୋରେ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଘର ଦୋହଲିବାକୁ ଲାଗିଥିଲା । ଜିନିଷପତ୍ର ଏଣେ ତେଣେ ପଡ଼ିଯାଇଥିଲା । ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ । ମାତ୍ର ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିବା ଦେଖିବାକୁ ମିଳିଛି ।