କୋରୋନା ପରୀକ୍ଷା ପାଇଁ ୧୫୧ ନମୁନା ପଠାଇଥିଲା ଏହି ରାଜ୍ୟ, ୯୦ରୁ ଅଧିକରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ
Advertisement

କୋରୋନା ପରୀକ୍ଷା ପାଇଁ ୧୫୧ ନମୁନା ପଠାଇଥିଲା ଏହି ରାଜ୍ୟ, ୯୦ରୁ ଅଧିକରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ

ସେପଟେ ଉତ୍ତରପ୍ରଦେଶରେ ସର୍ବପ୍ରଥମେ ଗୋରଖପୁର ଓ ଦେଓରିଆରୁ ଡେଲଟା ପ୍ଲସର ଦୁଇଟି ମାମଲା ଚିହ୍ନଟ ହୋଇଥିଲା । ଗୋରଖପୁରରେ ରହୁଥିବା ୨୩ ବର୍ଷ ବୟସ୍କ MBBS ଛାତ୍ରଙ୍କ ଭିତରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି । 

କୋରୋନା ପରୀକ୍ଷା ପାଇଁ ୧୫୧ ନମୁନା ପଠାଇଥିଲା ଏହି ରାଜ୍ୟ, ୯୦ରୁ ଅଧିକରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ର ସାମ୍ନା କରୁଛି । ଏହି ସମୟରେ ତୃତୀୟ ଲହର (Third Wave) କୁ ନେଇ ବିଶେଷଜ୍ଞମାନେ ଲଗାତର ଚେତାବନୀ ଦେଉଛନ୍ତି । ସେପଟେ ଦେଶରେ କୋରୋନା ଭୂତାଣୁ (COVID-19) ର ମାରାତ୍ମକ ସ୍ୱରୂପ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ (Delta Plus Variants) ଧୀର ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ତ୍ରିପୁରା (Tripura) ଶୁକ୍ରବାର ନିଶ୍ଚିତ କରିଛି ଯେ ଜେନୋମ କ୍ରମ ପାଇଁ ପଶ୍ଚିମବଙ୍ଗକୁ ପଠାଯାଇଥିବା ୧୫୧ଟି ନମୁନା ମଧ୍ୟରୁ ୯୦ରୁ ଅଧିକ ନମୁନା ପଜିଟିଭ ମିଳିଛି ବୋଲି ଜଣାପଡିଛି । ଏହି ସମସ୍ତ ନମୁନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ନିଶ୍ଚିତ ହୋଇଛି, ଯାହା କୋଭିଡ-19ର ତୃତୀୟ ତରଙ୍ଗ ଆସିବାର ସମ୍ଭାବନାକୁ ବଢାଇଦେଇଛି । ରାଜ୍ୟ ଚିକିତ୍ସା ବିଶେଷଜ୍ଞମାନେ ଏ ବିଷୟରେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ

ତ୍ରିପୁରାରେ COVID-19 ର ନୋଡାଲ୍ ଅଧିକାରୀ ଡକ୍ଟର ଦୀପ ଦେବ ବର୍ମା ଶୁକ୍ରବାର କହିଛନ୍ତି ଯେ, "ତ୍ରିପୁରା ଜେନୋମ ସିକ୍ୱେଂସିଙ୍ଗ ପାଇଁ ପଶ୍ଚିମବଙ୍ଗକୁ ୧୫୧ RT-PCR ନମୁନା ପଠାଇଥିଲା । ଏଥିରେ ୯୦ରୁ ଅଧିକ ନମୁନାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମିଳିଛି ।" ଏହା ଏକ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ଏହାପୂର୍ବରୁ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ୩୫ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୭୪ଟି ଜିଲ୍ଲାରେ SARS-CoV-2 କୋରୋନା ଭାଇରସର 'ଚିନ୍ତାର ପ୍ରକାର' ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଗୁଜୁରାଟରେ ରହିଛି ।

ଅଧିକ ପଢ଼ନ୍ତୁ:-ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ସେପଟେ ଉତ୍ତରପ୍ରଦେଶରେ ସର୍ବପ୍ରଥମେ ଗୋରଖପୁର ଓ ଦେଓରିଆରୁ ଡେଲଟା ପ୍ଲସର ଦୁଇଟି ମାମଲା ଚିହ୍ନଟ ହୋଇଥିଲା । ଗୋରଖପୁରରେ ରହୁଥିବା ୨୩ ବର୍ଷ ବୟସ୍କ MBBS ଛାତ୍ରଙ୍କ ଭିତରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି । ଏଥିସହ ଦେଓରିଆ ଜିଲ୍ଲାର ଜଣେ ବୃଦ୍ଧ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି । ବୃଦ୍ଧଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ବୃଦ୍ଧ ମଇ ୧୭ରେ କୋରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ଆପଣଙ୍କୁ କହି ରଖୁଛୁ ଯେ, କିଛି ବିଶେଷଜ୍ଞ ଡେଲଟା ପ୍ଲସ୍ ଭାରିଆଣ୍ଟ ବିଷୟରେ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଭାରିଆଣ୍ଟଟି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ, ଯାହା ଉପରେ ଟିକାର ପ୍ରଭାବ ଯଥେଷ୍ଟ ନୁହେଁ । ଭାରତରେ ଏଣ୍ଟ୍ରି ମାରିବା ମାତ୍ରେ ଡେଲଟା ଏହାର ଭୟଙ୍କର ରୂପ ନେବା ଆରମ୍ଭ କରିଛି ।