• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

ଏମିତି ଏକ ଦେଶ ଯେଉଁଠାରେ ପୁରୁଷ ରୁହନ୍ତି ଲୁଚି, ମହିଳାଙ୍କୁ ମିଳେ ପୁରା ଆଜାଦି

ପୁରୁଷ ମାନଙ୍କୁ ପରଦା ଭିତରେ ରହିବାକୁ ପଡ଼ିଥାଏ ତା ସହ କୌଣସି ସ୍ଥାନକୁ ଯିବା ପୂର୍ବରୁ ପୁରୁଷ ମାନଙ୍କୁ ଅନୁମତି ନେବାକୁ ପଡ଼ିଥାଏ । ପରମ୍ପରା ଅନୁଯାୟୀ ମହିଳାମାନେ ନିଜ ଇଚ୍ଛାରେ ବିବାହ କରିପାରିବେ ।

ଏମିତି ଏକ ଦେଶ ଯେଉଁଠାରେ ପୁରୁଷ ରୁହନ୍ତି ଲୁଚି, ମହିଳାଙ୍କୁ ମିଳେ ପୁରା ଆଜାଦି

ଏହି ଦୁନିଆ ଅଜବ ପରମ୍ପରା ଏବଂ ରୀତିନୀତିରେ ପରିପୂର୍ଣ୍ଣ ହୋଇ ରହିଛି । ଆଜି ଆମେ ଆପଣଙ୍କୁ ଏକ ସମାନ ଜନଜାତି ବିଷୟରେ କହିବୁ, ଯାହାର ରୀତିନୀତି ଅନ୍ୟମାନଙ୍କ ତୁଳନାରେ ବହୁତ ଭିନ୍ନ  ଓ ଅଲଗା । ଏଠାରେ ପୁରୁଷମାନେ ଲୁଚି ଲୁଚି ରହିଥାନ୍ତି , ଆଉ ସେତେବେଳେ ମହିଳାମାନେ ସଂପୂର୍ଣ୍ଣ ମୁକ୍ତ ଜୀବନଯାପନ କରନ୍ତି । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ପଶ୍ଚିମ ଆଫ୍ରିକା (West Africa) ର ନାଇଜର (Niger)ରେ ରହୁଥିବା ତୁଆରେଗରେ (Tuareg people),ମହିଳାମାନେ ଚାହୁଁଥିବା ସମସ୍ତ କାର୍ଯ୍ୟ କରିବାର ସ୍ୱାଧୀନତା ପାଇଛନ୍ତି । ଏଠାରେ ମହିଳାମାନଙ୍କୁ ବିବାହ ପୂର୍ବରୁ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ଅନୁମତି ଦିଆଯାଇଛି । କିନ୍ତୁ ପୁରୁଷ (Male) ମାନଙ୍କୁ ପରଦା ଭିତରେ ରହିବାକୁ ପଡ଼ିଥାଏ ତା ସହ କୌଣସି ସ୍ଥାନକୁ ଯିବା ପୂର୍ବରୁ ପୁରୁଷ ମାନଙ୍କୁ ଅନୁମତି ନେବାକୁ ପଡ଼ିଥାଏ । ପରମ୍ପରା ଅନୁଯାୟୀ ମହିଳାମାନେ ନିଜ ଇଚ୍ଛାରେ ବିବାହ କରିପାରିବେ । କେବଳ ଏତିକି ନୁହେଁ, ବିବାହ ପରେ ମଧ୍ୟ ସେ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ (Relation) କରିପାରିବେ ଏନେଇ ସେମାନଙ୍କୁ ଅନୁମତି ଦିଆଯାଇଛି ।

Also Read: Karnataka Politics: ନେତୃତ୍ୱ ପରିବର୍ତ୍ତନ ନେଇ ଏହା କହିଲେ CM Yediyurappa

ଯେଉଁଠାରେ ପୁରୁଷମାନଙ୍କୁ ସମାଜରୁ ମୁହଁ ଲୁଚାଇ ରଖିବାକୁ ପଡ଼ିଥାଏ । ଏହି ଜନଜାତିରେ, ମହିଳାମାନେ ଚାହିଁଲେ ନିଜ ସ୍ୱାମୀଙ୍କୁ ସବୁଦିନ ପାଇଁ ଛାଡି଼ ପାରିବେ । ଏହି ସମାଜରେ ବିବାହ ଏବଂ ଛାଡ଼ପତ୍ର ଏକ ସାଧାରଣ କଥା । ଏଠାରେ ଝିଅର ଛାଡ଼ପତ୍ର (Divorce) ପରେ ଝିଅର ପରିବାର ସଦସ୍ୟ ମାନେ ଉତ୍ସବ ପାଳନ କରନ୍ତି। ଛାଡ଼ପତ୍ର ହେବା ପରେ ମହିଳାମାନେ ଯାହା ଚାହାଁନ୍ତି ତାହା ମାଗି ପାରିବେ । ଏହା ବ୍ୟତୀତ ମହିଳାମାନେ କୌଣସି ମୁଖ ଆବରଣ ପିନ୍ଧିବେ ନାହିଁ କାରଣ ସେମାନଙ୍କର ଚେହେରା ପୁରୁଷମାନଙ୍କୁ ଦେଖାଯିବା ଉଚିତ୍ । ଏଠାରେ ପୁରୁଷମାନେ କିଛି ବଡ଼ ନିଷ୍ପତ୍ତି ନେବାକୁ ଚାହିଁଲେ ମହିଳାଙ୍କ ଅନୁମତି ନେବାକୁ ବାଧ୍ୟ ହୋଇଥାନ୍ତି ।

Also Read: ମାହି ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ କେବେଠୁ ଗ୍ରାଉଣ୍ଡରେ ନଜର ଆସିବେ Dhoni

ଏହି ସମାଜ (Society) ରେ ଏହି ପରମ୍ପରା ବହୁତ ପୁରାତନ, ଏବଂ ଏହାକୁ ସେଠାରେ ଥିବା ଲୋକମାନେ ମଧ୍ୟ ମାନିଥାନ୍ତି । ଏହି ଅନନ୍ୟ ପରମ୍ପରା ମହିଳାମାନଙ୍କୁ ସମସ୍ତ ସ୍ୱାଧୀନତା ଦେଇଥାଏ ଯାହା ଆମ ସମାଜରେ କେବଳ ପୁରୁଷମାନଙ୍କ ପାଖରେ ଅଛି । ଆଜି ବି ସେଠାରେ ପୁଅମାନଙ୍କୁ ଛୋଟ ବୟସରୁ ହିଁ ମୁଖ ଆବରଣ କରିବାର ଅଭ୍ୟାସ ଜାଗ୍ରତ କରିବାକୁ କୁହାଯାଇଥାଏ।