• ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍
  • ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ
  • ଗୋବିନ୍ଦ ସାହୁ କଲେଜରେ ଚାଲୁଥିଲା ସେକ୍ସ ରାକେଟ : ମହାଲିଙ୍ଗ କଲେଜ ଛାତ୍ର
  • କିଙ୍ଗ୍ ଖାନ୍ ଶାହାରୁଖଙ୍କ ମୁମ୍ବାଇ ସ୍ଥିତ ‘ମନ୍ନତ’ ଘରେ ଲାଗିଲା ନୋଟିସ୍
  • ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚିଲେ ଏନସିବିର ଟିମ୍
  • ମମିତା ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
  • ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି
  • ମମିତା ମେହେର ହତ୍ୟାକାଣ୍ଡ ମାମଲା : ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର
  • କହିଲେ ‘ଗୃହମନ୍ତ୍ରୀଙ୍କୁ ଖସାଇ ଦେବାକୁ ଚାହୁଁଛି ପୋଲିସ’
  • କଳାହାଣ୍ଡି ମହାଲିଙ୍ଗରେ ଡିଆଇଜି ଓ ଏସପି

ତୁଳସୀ ପତ୍ର ଖାଇଲେ ହୁଏ ନାହିଁ ଏହି ସବୁ ରୋଗ, ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ

Tulsi benefits for health: ତୁଳସୀ ପତ୍ରରୁ ଲାଭ ପାଇବା ପାଇଁ, ଆପଣ ଏହାକୁ ଠିକ୍ ସମୟରେ ଖାଇବା ଉଚିତ୍ । ଜାଣନ୍ତୁ ଏହା ବିଷୟରେ...

ତୁଳସୀ ପତ୍ର ଖାଇଲେ ହୁଏ ନାହିଁ ଏହି ସବୁ ରୋଗ, ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ
ପ୍ରତୀକାତ୍ମକ ଛବି

Tulsi benefits: ହିନ୍ଦୁ ଧାର୍ମିକ ଗ୍ରନ୍ଥଗୁଡ଼ିକରେ ତୁଳସୀକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି । ସେହିପରି ଆୟୁର୍ବେଦରେ ତୁଳସୀ ଗଛର ବିଶେଷତା ମଧ୍ୟ ଉଲ୍ଲେଖ କରାଯାଇଛି । ଆୟୁର୍ବେଦ ଅନୁଯାୟୀ ତୁଲସୀ ଗଛରେ ଅନେକ ଔଷଧୀୟ ଗୁଣ ଲୁଚି ରହିଛି । ଯାହା ଶରୀରର ଅନେକ ରୋଗକୁ ନଷ୍ଟ କରିଦିଏ । ପ୍ରତିଦିନ ତୁଳସୀ ପତ୍ର ଖାଇବା ପାଇଁ ମଧ୍ୟ ଏକ ସଠିକ୍ ଉପାୟ ଅଛି ।ଜାଣନ୍ତୁ ଏହା ବିଷୟରେ...

ତୁଳସୀ ପତ୍ରର ବିଶେଷତା ଓ ଏହାକୁ ଖାଇବାର ସଠିକ୍ ଉପାୟ? 
ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଅବରାର ମଲ୍ଟାନୀଙ୍କ ଅନୁଯାୟୀ ତୁଳସୀରେ ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ଏ, ଭିଟାମିନ୍ କେ, ମାଙ୍ଗାନିଜ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି । ଏଥି ସହିତ ତୁଳସୀ ପତ୍ରକୁ ସକାଳେ ଖାଲି ପେଟରେ ଖାଇବା ଉଚିତ୍ । ଆପଣ ସକାଳେ ୪ ରୁ ୫ ଟି ତାଜା ତୁଳସୀ ପତ୍ର ଧୋଇ ଖାଇପାରିବେ । ଏଥି ସହିତ ଏହାକୁ ଚା' ଓ ଖାଦ୍ୟରେ ମିଶାଇ ମଧ୍ୟ ଖାଇ ପାରିବେ ।

ଅଧିକ ପଢ଼ନ୍ତୁ: ଲଗାତାର ତୃତୀୟ ଦିନରେ ସୋନୁ ସୁଦଙ୍କ ଘରେ IT ର ଛାପାମାରି, ଟିକସ ହେରଫରରେ ମିଳିଛି ଦୃଢ଼ ପ୍ରମାଣ: ସୂତ୍ର

ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ 
ଡକ୍ଟର ଅବରାର ମଲ୍ଟାନୀଙ୍କ ଅନୁଯାୟୀ, ତୁଳସୀରେ ଥିବା ଆଣ୍ଟି-ମାଇକ୍ରୋବାୟଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଶରୀର ଅନେକ ସଂକ୍ରମଣରୁ ଦୂରେଇ ରହିଥାଏ । ପିଲାମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ବୟସ୍କମାନଙ୍କ ଅପେକ୍ଷା ଦୁର୍ବଳ । ତେଣୁ, ଆପଣ ପିଲାମାନଙ୍କୁ ପ୍ରତିଦିନ କିଛି ତୁଳସୀ ପତ୍ର କହିବାକୁ ଦେଇପାରିବେ ।

ଅଧିକ ପଢ଼ନ୍ତୁ: ଟି-୨୦ ପରେ ଦିନିକିଆର ମଧ୍ୟ ଅଧିନାୟକତ୍ୱ ଛାଡିବେ ବିରାଟ କୋହଲି? ଶୀଘ୍ର ନିଆଯିବ ନିଷ୍ପତ୍ତି

ତୁଳସୀ ପତ୍ରର ଅନ୍ୟାନ୍ୟ ଲାଭ 
ତୁଳସୀ ପତ୍ରକୁ ନିୟମିତ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ ।
ତୁଳସୀ ପତ୍ର ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ ବୋଲି ବିଶ୍ୱାସ କରାଯାଏ । ଯେଉଁ କାରଣରୁ ଓଜନ ସନ୍ତୁଳିତ ରହିଥାଏ ଓ ମେଦବହୁଳତା ଦୂରରେ ରହିଥାଏ ।
ତୁଳସୀ ରେ ଥିବା ଗୁଣ ମଧ୍ୟ ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରେ ।

(ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।)