ବିଦେଶୀ ରାଷ୍ଟ୍ରଦୂତଙ୍କ ଉପରେ ଖପ୍ପା ତୁର୍କୀ ରାଷ୍ଟ୍ରପତି; ଦେଶରୁ ବାହାର କରିବାକୁ ନେଲେ ନିଷ୍ପତ୍ତି
Advertisement

ବିଦେଶୀ ରାଷ୍ଟ୍ରଦୂତଙ୍କ ଉପରେ ଖପ୍ପା ତୁର୍କୀ ରାଷ୍ଟ୍ରପତି; ଦେଶରୁ ବାହାର କରିବାକୁ ନେଲେ ନିଷ୍ପତ୍ତି

ତୁର୍କୀ ସରକାର ଦେଶରେ ଅବସ୍ଥାପିତ ୧୦ ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କୁ Persona non Grata ଅର୍ଥାତ ଅସ୍ୱୀକାର୍ଯ୍ୟ ବ୍ୟକ୍ତି ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ବିଦେଶୀ ରାଷ୍ଟ୍ରଦୂତଙ୍କ ଉପରେ ଖପ୍ପା ତୁର୍କୀ ରାଷ୍ଟ୍ରପତି; ଦେଶରୁ ବାହାର କରିବାକୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଅବସ୍ଥାପିତ ବିଦେଶୀ ରାଷ୍ଟ୍ରଦୂତଙ୍କ ଉପରେ ତାତି ଉଠିଛନ୍ତି ତୁର୍କୀ ରାଷ୍ଟ୍ରପତି ତୟୈପ ଏର୍ଦୋଗାନ। ଶନିବାର ରାଷ୍ଟ୍ରପତି ଏର୍ଦୋଗାନଙ୍କ ପକ୍ଷରୁ କୁହାଯାଇଛି ତୁର୍କୀ ସରକାର ଦେଶରେ ଅବସ୍ଥାପିତ ୧୦ ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କୁ Persona non Grata ଅର୍ଥାତ ଅସ୍ୱୀକାର୍ଯ୍ୟ ବ୍ୟକ୍ତି ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତାଲିକାରେ  ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ମୋଟ ୧୦  ଦେଶର ରାଷ୍ଟ୍ରଦୂତ ଅଛନ୍ତି। ସେମାନେ ତୁର୍କୀ ଜେଲରେ ବନ୍ଦୀ ଥିବା ଜଣେ ସମାଜସେବୀଙ୍କୁ ମୁକ୍ତ କରିବାକୁ ଦାବି ରଖିଥିଲେ।

ଏନେଇ ମିଳିଥିବା ଖବର ଅନୁସାରେ ଚଳିତ ସପ୍ତାହ ଆରମ୍ଭରେ ତୁର୍କୀ (Turkey ) ରାଜଧାନୀ ଆଙ୍କରା (Ankara) ଠାରେ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ମୋଟ ୧୦ ଦେଶର ରାଷ୍ଟ୍ରଦୂତଙ୍କ ପକ୍ଷରୁ ଏକ ବୟାନ ଜାରି ଜେଲରେ ବନ୍ଦୀ ଥିବା ବ୍ୟବସାୟୀ ତଥା ସମାଜସେବୀ ଉସ୍ମାନ କବଲାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଏକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନଥିବା ଏହି ସମାଜସେବୀ ଗତ ୨୦୧୭ ବର୍ଷରୁ ଜେଲରେ ବନ୍ଦୀ ଅଛନ୍ତି।

Also Read: ଦେଶ ଭାଙ୍ଗିବାକୁ ତୁର୍କୀର ଭୟାନକ ଷଡଯନ୍ତ୍ର!

ବିଦେଶୀ ରାଷ୍ଟ୍ରଦୂତଙ୍କ (Foreign Ambassador) ଏହି ବିବୃତ୍ତିକୁ ଅହଂକାରୀ ବୋଲି କହିବା ସହ ସେମାନଙ୍କୁ Persona non Grata ଅର୍ଥାତ ଅସ୍ୱୀକାର୍ଯ୍ୟ ବ୍ୟକ୍ତି ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟୈପ ଏର୍ଦୋଗାନ (Turkey President Tayyip Erdogan) । ଏକ ରାଲିରେ ଯୋଗଦେବା ଅବସରରେ ପ୍ରତିକ୍ରିୟା ରଖି ସେ କହିଥଲେ ମୁଁ ମୋର ବୈଦେଶିକ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ କହିଥିଲି ଯେ ଏହି ୧୦ ଜଣ ବିଦେଶୀ ରାଷ୍ଟ୍ରଦୂତଙ୍କୁ Persona non Grata ଭାବେ ଘୋଷଣା କରିବା ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନିଆଯାଉ। ଏହି ଲୋକେ ତୁର୍କୀକୁ ଚିହ୍ନିବେ, ଜାଣିବେ ଏବଂ ବୁଝିବେ। ଯଦି ସେମାନେ ତୁର୍କୀକୁ ବୁଝନ୍ତି ନାହିଁ ତାହେଲେ ସେମାନଙ୍କୁ ଏଠାରୁ ଯିବାକୁ ହେବ।

ତୁର୍କୀ ସରକାରଙ୍କ (Turkey Govt) ଦ୍ୱାରା ବହିଷ୍କୃତ ହୋଇଥିବା ରାଷ୍ଟ୍ରଦୂତଙ୍କ ତାଲିକାରେ ରହିଛି ନେଦରଲ୍ୟାଣ୍ଡ, କାନାଡା, ଡେନମାର୍କ, ସ୍ୱିଡେନ, ଫିନଲ୍ୟାଣ୍ଡ, ନରୱେ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫ୍ରାନ୍ସ, ଜର୍ମାନୀ ଭଳି ଦେଶର କୂଟନୀତିଜ୍ଞ। ମଙ୍ଗଳବାର ସେମାନଙ୍କୁ ତୁର୍କୀ ଦେଶିକ ମନ୍ତ୍ରଣାଳୟକୁ (Turkey Foreign Affairs Ministry) ଡକାଯାଇଥିଲା। ଜଣେ କୂଟନୀତିଜ୍ଞଙ୍କୁ Persona non Grata ଭାବେ ଘୋଷଣା କରିବା ଅର୍ଥ ହେଉଛି ଯେ ତାଙ୍କର ଆୟୋଜକ ଦେଶରେ ରହିବା ଉପରେ କଟକଣା ଲଗାଇବା।