ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା Twitter, ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗମା
Advertisement

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା Twitter, ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗମା

ତଥାପି, କିଛି ଲୋକ ଏହା ମଧ୍ୟ ଦାବି କରୁଛନ୍ତି ଯେ ତାଙ୍କର ଆକାଉଣ୍ଟ ସକ୍ରିୟ ନଥିଲା, ଯେଉଁଥିପାଇଁ ଏହାକୁ ଅନଭେରିଫାଇଡ୍ କରିଦିଆଯାଇଛି ।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା Twitter, ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ହଙ୍ଗମା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର (Twitter) ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ (Vice President of India M Venkaiah Naidu) ଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଇଡ କରିଦେଇଛି । ଯାହା ଫଳରେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି । ଏହି ଖବର ଆସିବା ମାତ୍ରେ 'Vice President of India' ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ସୋସିଆଲ ମିଡିଆରେ ଅନେକ ଲୋକ ଟ୍ୱିଟରର ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ବାତିଲ ହେଲା ଏସବୁ ଟ୍ରେନ୍, କିଛି ଟ୍ରେନର ସମୟରେ କରାଗଲା ପରିବର୍ତ୍ତନ, ଦେଖନ୍ତୁ ପୁରା ଲିଷ୍ଟ୍

ବିଜେପି ନେତା ସୁରେଶ ନାଖୁଆ ପଚାରିଛନ୍ତି, "ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଟ୍ୱିଟର କାହିଁକି ବ୍ଲୁ ଟିକ୍ ହଟାଇଲା? ଏହା ହେଉଛି ଭାରତର ସମ୍ବିଧାନ ଉପରେ ଆକ୍ରମଣ ।" ତଥାପି, କିଛି ଲୋକ ଏହା ମଧ୍ୟ ଦାବି କରୁଛନ୍ତି ଯେ ତାଙ୍କର ଆକାଉଣ୍ଟ ସକ୍ରିୟ ନଥିଲା, ଯେଉଁଥିପାଇଁ ଏହାକୁ ଅନଭେରିଫାଇଡ୍ କରିଦିଆଯାଇଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ପାଇଁ ଖୁବ୍ ଶୀଘ୍ର ହେବ ବୈଠକ, ଜାଣନ୍ତୁ କେବେ ମିଳିବ ୩ଟି ବକେୟା କିସ୍ତି?

ଆପଣଙ୍କୁ କହି ରଖୁଛୁ ଯେ, ଟ୍ୱିଟର ଆକାଉଣ୍ଟ Active ହେବା ଅର୍ଥ ହେଉଛି ଆପଣ ଗତ ୬ ମାସ ଧରି ଲଗାତାର ଭାବରେ ଆକାଉଣ୍ଟ୍ ବ୍ୟବହାର କରୁଛନ୍ତି, ତେବେ ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ Active ହେବା । ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି, "ଭାରତର ଉପରାଷ୍ଟ୍ରପତି ୨୩ ଜୁଲାଇ ୨୦୨୦ ପରେ କିଛି ଟ୍ୱିଟ୍ କରିନାହାଁନ୍ତି, ଅର୍ଥାତ ଗତ ୧୦ ମାସ ଧରି ତାଙ୍କ ଆକାଉଣ୍ଟ ନିଷ୍କ୍ରିୟ ରହିଛି । ଟ୍ୱିଟର ନୀତି ଅନୁଯାୟୀ ନିଷ୍କ୍ରିୟ ଆକାଉଣ୍ଟରୁ ବ୍ଲୁ ଟିକ୍ ସ୍ୱୟଂଚାଳିତ ଭାବରେ ଅପସାରିତ ହୁଏ । ସେଥିପାଇଁ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି ।