• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

Twitterକୁ ଭାରତ ସହ ବିବାଦ ପଡିଲା ମହଙ୍ଗା, କମ୍ପାନୀର ୨୫% ସେୟାର ହ୍ରାସ

Twitter Share Fall: ନୂତନ ଆଇଟି ନିୟମକୁ ନେଇ ଭାରତ ସରକାରଙ୍କ ସହ ମୁହାଁମୁହିଁ ହେବା ଟ୍ୱିଟର ପାଇଁ ମହଙ୍ଗା ପଡିଛି । ସମସ୍ତ ସୋସିଆଲ ମିଡିଆ ସାଇଟ ପାଇଁ ଭାରତ ସରକାର ନୂତନ ଆଇଟି ନିୟମ ପ୍ରସ୍ତୁତ କରିଛନ୍ତି ।  

Twitterକୁ ଭାରତ ସହ ବିବାଦ ପଡିଲା ମହଙ୍ଗା, କମ୍ପାନୀର ୨୫% ସେୟାର ହ୍ରାସ
Twitter ପାଇଁ ମହଙ୍ଗା ପଡିଲା ଭାରତ ସରକାରଙ୍କ ସହ ବିବାଦ

ନୂଆଦିଲ୍ଲୀ: Twitter Share Fall: ନୂତନ ଆଇଟି ନିୟମକୁ ନେଇ ଭାରତ ସରକାରଙ୍କ ସହ ମୁହାଁମୁହିଁ ହେବା ଟ୍ୱିଟର (Twitter) ପାଇଁ ମହଙ୍ଗା ପଡିଛି । ସମସ୍ତ ସୋସିଆଲ ମିଡିଆ ସାଇଟ ପାଇଁ ଭାରତ ସରକାର ନୂତନ ଆଇଟି ନିୟମ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଟ୍ୱିଟର ଏହି ନିୟମର ପାଳନ ନକରିବା ପ୍ରଭାବ ଏହାର ସେୟାର ଉପରେ ପଡିଛି । ଯାହା ଫଳରେ ଟ୍ୱିଟର ସେୟାର ଲଗାତାର ହ୍ରାସ ପାଇବାରେ ଲାଗିଛି ।

ଟ୍ୱିଟର ପାଇଁ ମହଙ୍ଗା ପଡିଲା ଭାରତ ସରକାରଙ୍କ ସହ ବିବାଦ
ଭାରତ ସରକାରଙ୍କ ସହ ଟ୍ୱିଟର ବିବାଦ ଯୋଗୁଁ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ (NYSE) ଏହାର ଷ୍ଟକ୍ ୫୨ ସପ୍ତାହର ଉଚ୍ଚତାରୁ (52 Week high) ୨୫% ରୁ ଅଧିକ ହ୍ରାସ ପାଇଛି । ୧୬ ଜୁନରେ ଟ୍ୱିଟର ଭାରତରେ ନିଜର 'ଇଣ୍ଟରମିଡିଏଟ ଷ୍ଟେଟସ' ହରାଇ ଥିଲା । ଭାରତ ସରକାର କହିଛନ୍ତି ଯେ ନୂତନ ଆଇଟି ନିୟମ ପାଳନ କରିବା ପାଇଁ ଆମେ ଟ୍ୱିଟରକୁ ଅନେକ ସୁଯୋଗ ଦେଇଛୁ । ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ଟ୍ୱିଟର ସେୟାର ବୁଧବାର ଅଧା ପ୍ରତିଶତ ହ୍ରାସ ପାଇ ୫୯.୯୩ ଡଲାରରେ ବନ୍ଦ ହୋଇଛି ।

ଟ୍ୱିଟର ୫୨ ସପ୍ତାହର ଉଚ୍ଚତାରୁ ୨୫% ହ୍ରାସ ପାଇଛି 
ଯଦିଓ ଗୁରୁବାର ଦିନ କମ୍ପାନୀର ସେୟାରରେ କିଛି ଉନ୍ନତି ଦେଖାଦେଇଥିଲା ଯେତେବେଳେ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ ଆମେ ଭାରତରେ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉ ନାହୁଁ । ୨୬ ଫେବୃଆରୀ ୨୦୨୧ ରେ ଟ୍ୱିଟରର ଷ୍ଟକ୍ ୫୨ ସପ୍ତାହର ଉଚ୍ଚତାରୁ ୮୦.୭୫ ଡଲାରରୁ ହ୍ରାସ ପାଇ ୫୯.୯୩ ଡଲାରରେ ପହଞ୍ଚିଛି, ଅର୍ଥାତ୍ ୨୫.୭୮% ହ୍ରାସ ପାଇଛି । ୨୬ ଫେବୃଆରୀ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୱିଟର ୧୩.୮୭ ବିଲିୟନ ଡ଼ଲାରର ମାର୍କେଟ କ୍ୟାପ୍ ହରାଇ ସାରିଛି ।

ଅଧିକ ପଢ଼ନ୍ତୁ: ପ୍ରଥମ ଥର ପାଇଁ ବାୟୋପିକରେ ନଜର ଆସିବେ ସଲମାନ ଖାନ, ବନିବେ 'ବ୍ଲାକ୍ ଟାଇଗର'

ପୂର୍ବରୁ ମଧ୍ୟ ଲାଗିସାରିଛି ଝଟକା 
ଏହାପୂର୍ବରୁ ଯେତେବେଳେ ବି ଟ୍ୱିଟର ଭାରତ ସରକାରଙ୍କ ସହ ବିବାଦ କରିଥିଲା ସେତେବେଳେ ମଧ୍ୟ ତାକୁ ଝଟକା ଲାଗିଥିଲା । ୧୩ ନଭେମ୍ବର ୨୦୨୦ ରେ ଟ୍ୱିଟର ଯେତେବେଳେ ଲେହକୁ ଲାଦାଖର ୟୁନିଅନ୍ ଟେରିଟୋରୀ ଦେଖାଇବା ପରିବର୍ତ୍ତେ ଜାମ୍ମୁ କାଶ୍ମୀରର ଅଂଶ ଭାବରେ ଦର୍ଶାଇଥିଲା, ସେତେବେଳେ ଭାରତ ସରକାର ଟ୍ୱିଟରକୁ ଏକ ନୋଟିସ୍ ପଠାଇଥିଲେ । ଏହାର କିଛି ସମୟ ପରେ, #BanTwitter ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କଲା ଓ ଟ୍ୱିଟରର ସେୟାର ୪୩.୪୮ ଡଲାର ହ୍ରାସ ସହ ବନ୍ଦ ହୋଇଥିଲା ।

ଅଧିକ ପଢ଼ନ୍ତୁ: ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି

ଇଣ୍ଟରମିଡିଏଟ ଷ୍ଟେଟସ କ’ଣ?
ନୂତନ ଆଇଟି ନିୟମର ଧାରା ୭ ଅନୁଯାୟୀ ଯଦି ସୋସିଆଲ ମିଡିଆ ସାଇଟଗୁଡିକ ସାରକାରଙ୍କ ନିୟମ ପାଳନ ନକରନ୍ତି, ତେବେ ସେମାନଙ୍କର ଇଣ୍ଟରମିଡିଏଟ ଷ୍ଟେଟସ ନଷ୍ଟ ହୋଇଯାଏ ଓ ୱେବସାଇଟରେ ସମସ୍ତ ବିଷୟବସ୍ତୁ ପାଇଁ ଦାୟୀ ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ନିଜେ ରହିଥାଏ । ଅର୍ଥାତ୍ ଭାରତରେ ତୃତୀୟ ପକ୍ଷର ବେଆଇନ ବିଷୟବସ୍ତୁ ପାଇଁ ଆଇପିସି ଅଧୀନରେ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ୱିଟର ଦାୟୀ ରହିବ । ଏହାପୂର୍ବରୁ ଟ୍ୱିଟର ଆଇଟି ଆକ୍ଟର ଧାରା ୭୯ ଅନୁଯାୟୀ ଆଇନଗତ ସୁରକ୍ଷା ପାଇଥିଲା ।