Advertisement
Article Detail0/zeeodisha/odisha703689
Zee OdishaOdisha National-Internationalବିଶାଖାପାଟଣାରେ ପୁଣି ଥରେ ଗ୍ୟାସ ଲିକ, ଦୁଇ ମୃତ

ବିଶାଖାପାଟଣାରେ ପୁଣି ଥରେ ଗ୍ୟାସ ଲିକ, ଦୁଇ ମୃତ

ଆନ୍ଧ୍ରପ୍ରଦେଶର ବିଶାଖପାଟଣାରେ ୫୮ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଣି ଥରେ ଗ୍ୟାସ ଲିକ। ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏକ ଔଷଧ ନିର୍ମାଣକାରୀ ସଂସ୍ଥାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମ

ବିଶାଖାପାଟଣାରେ ପୁଣି ଥରେ ଗ୍ୟାସ  ଲିକ, ଦୁଇ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖପାଟଣାରେ ୫୮ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଣି ଥରେ ଗ୍ୟାସ ଲିକ। ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏକ ଔଷଧ ନିର୍ମାଣକାରୀ ସଂସ୍ଥାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ବିଶାଖାପାଟଣା ଅନ୍ତର୍ଗତ ପରଓ୍ୱାଡ଼ା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା। ଏଠାରେ ଥିବା ସାନିଅର ଲାଇଫ ସାଇନ୍ସ ଔଷଧ ନିର୍ମାଣକାରୀ ସଂସ୍ଥାରେ ଏହି ଗ୍ୟାସ ଲିକ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷ କହିବା ମୁତାବକ  କମ୍ପାନୀରୁ ଯାନ୍ତ୍ରୀକ ତୃଟି କାରଣରୁ ବେନଜିମିଡାଜୋଲ ନାମକ ଏକ ଗ୍ୟାସ ଲିକ ହୋଇଥିଲା। ସେତେବେଳେ କମ୍ପାନୀରେ ପ୍ରାୟ ୩୦ ଜଣ କାର୍ଯ୍ୟରତ ଥିଲେ। 

ତେବେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି। ମୃତକ ଦୁଇ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଆର ନରେନ୍ଦ୍ର ଓ ଗୌରୀଶଙ୍କର ବୋଲି ଜଣାପଡ଼ିଛି। 

Add Zee News as a Preferred Source

 

 

About the Author