Advertisement
Article Detail0/zeeodisha/odisha696096
Zee OdishaOdisha National-Internationalପାକିସ୍ତାନରେ ଦୁଇ ଭାରତୀୟ ଅଧିକାରୀ ନିଖୋଜ

ପାକିସ୍ତାନରେ ଦୁଇ ଭାରତୀୟ ଅଧିକାରୀ ନିଖୋଜ

ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚ ଆୟୋଗର ଦୁଇଜଣ ଅଧିକାରୀ ସକାଳୁ ନିଖୋଜ ଅଛନ୍ତି। ଉଭୟ ଭାରତୀୟ ଅଧିକାରୀ ସକାଳେ ହାଇ କମିଶନରେ କାମ କରିବାକୁ ଯାଇଥିଲେ, କିନ୍ତୁ ସକାଳ ସାଢେ ୮ରୁ ଉଭୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା। ଭାରତ ପାକିସ୍ତାନ ନିକଟରେ ଏହି ପ୍ରସଙ୍ଗ ଉଠାଇଛି। ଭାରତ ପାକିସ୍ତାନର କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛି।

ପାକିସ୍ତାନରେ ଦୁଇ ଭାରତୀୟ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚ ଆୟୋଗର ଦୁଇଜଣ ଅଧିକାରୀ ସକାଳୁ ନିଖୋଜ ଅଛନ୍ତି। ଉଭୟ ଭାରତୀୟ ଅଧିକାରୀ ସକାଳେ ହାଇ କମିଶନରେ କାମ କରିବାକୁ ଯାଇଥିଲେ, କିନ୍ତୁ ସକାଳ ସାଢେ ୮ରୁ ଉଭୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା। ଭାରତ ପାକିସ୍ତାନ ନିକଟରେ ଏହି ପ୍ରସଙ୍ଗ ଉଠାଇଛି। ଭାରତ ପାକିସ୍ତାନର କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛି।

ମେ ୩୧ରେ ଆଇଏସଆଇର ସଦସ୍ୟ ଡେପୁଟି ହାଇ କମିଶନର ଗୌରବ ଆଲହୁୱାଲିଆଙ୍କୁ ବାଇକ୍ ଯୋଗେ ପିଛା କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡ଼ିଓଟି ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା | ଭାରତୀୟ କୂଟନୀତିଜ୍ଞମାନେ କାରରେ କୌଣସି ସ୍ଥାନକୁ ଯାଉଥିଲେ ଏବଂ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଜଣେ ସଦସ୍ୟ ସେମାନଙ୍କୁ ବାଇକ୍ ଯୋଗେ ଗୋଡ଼ାଉଥିଲେ।

ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞମାନେ କିପରି ହଇରାଣ ହେଉଛନ୍ତି ତାହାର ଏହା ପ୍ରମାଣ ଥିଲା। ଏହି ପୂରା ଘଟଣାକୁ ଭାରତ ଦୃଢ ବିରୋଧ କରିଥିଲା। ଭାରତୀୟ ହାଇ କମିଶନ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଏହାର ତଦନ୍ତ ଦାବି କରିଛନ୍ତି।

Add Zee News as a Preferred Source
About the Author