ପଞ୍ଜାବରୁ ଧରାପଡିଲେ ଦୁଇ ପାକିସ୍ତାନୀ ଗୁପ୍ତଚର, ସେନାର ଗତିବିଧି ନେଇ ଦେଉଥିଲେ ସୂଚନା !

ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଗୌରବ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଡିଜିପିଙ୍କ ସୂଚନା ମୁତାବକ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନରେ ବସିଥିବା ତାଙ୍କ ହ୍ୟାଣ୍ଡଲରଙ୍କୁ ଭାରତୀୟ ସେନାର କାର୍ଯ୍ୟକଳାପ ସମ୍ବନ୍ଧୀୟ ଗତିବିଧି ନେଇ ସୂଚନା ଦେଉଥିଲେ। ପ୍ରଥମେ ପୋଲିସ ଜଣକୁ ଗିରଫ କରି ପଚରାଉଚରା କରିବା ପରେ ସେ ଅନ୍ୟ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲା। ସେହି ତଥ୍ୟ ଆଧାରରେ ପୋଲିସ ତାଙ୍କର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା ।

ପଞ୍ଜାବରୁ ଧରାପଡିଲେ ଦୁଇ ପାକିସ୍ତାନୀ ଗୁପ୍ତଚର, ସେନାର ଗତିବିଧି ନେଇ ଦେଉଥିଲେ ସୂଚନା !

About the Author