ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ ପ୍ରବାସୀ ଶ୍ରମିକଙ୍କ ସମେତ ୨ ମୃତ, ୮ ଆହତ
Advertisement

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ ପ୍ରବାସୀ ଶ୍ରମିକଙ୍କ ସମେତ ୨ ମୃତ, ୮ ଆହତ

ଛତିଶଗଡର ବେମେତରା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଶ୍ରମିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୮ ଜଣ ଆହତ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା କମିବାର ନାଁ ନେଉ ନାହିଁ । ପ୍ରାୟ ଦିନ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେଉଛନ୍ତି ପ୍ରବାସୀ ଶ୍ରମିକ । ଏହି କ୍ରମରେ ଆଜି(ଗୁରୁବାର)  ଛତିଶଗଡର ବେମେତରା ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଶ୍ରମିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୮ ଜଣ ଆହତ ହୋଇଛନ୍ତି । 

ବେମେତରା ଜିଲ୍ଲାର ପୋଲିସ ଅଧିକାରୀ କହିଛନ୍ତି ଯେ, ଜିଲ୍ଲାର ନନ୍ଦଘାଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଟେମରୀ ଗ୍ରାମ ନିକଟ ରାୟପୁର-ବିଲାସପୁର ରାସ୍ତାରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣେ ବସ୍ ଡ୍ରାଇଭର ସମେତ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୮ ଜଣ ଆହତ ହୋଇଛନ୍ତି । ଝାଡ଼ଖଣ୍ଡ ଓ ବିହାର ରାଜ୍ୟର ଶ୍ରମିକମାନେ ମହାରାଷ୍ଟ୍ର ଛାଡି ନିଜ ଘରକୁ ଯାଇଥିଲେ । ଯେତେବେଳେ ସେମାନେ ବାଘ ନଦୀ ନିକଟ ଛତିଶଗଡ ଓ ମହାରାଷ୍ଟ୍ର ସୀମାରେ ପହଞ୍ଚିଥିଲେ । ସେମାନଙ୍କ ପାଇଁ ଝାଡ଼ଖଣ୍ଡ ସୀମାକୁ ଯିବା ପାଇଁ ଏକ ବସ୍ ବ୍ୟବସ୍ଥା କରାଯାଇଥିଲା ।

ସେ କହିଛନ୍ତି ଯେ, ସକାଳେ ଟେମରୀ ଗ୍ରାମ ନିକଟରୁ ଆସୁଥିବା ଟ୍ରକ ସହିତ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ରାଜନନ୍ଦଗାଓଁର ବସ ଡ୍ରାଇଭର ଗୁହାରାମ ସୋନୱାନି ଓ ବିହାରର ଶ୍ରମିକ ଦେବନାଥ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଭର୍ତ୍ତି କରାଯାଇଛି ।