• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା, ଭାରତ ସହ କରିଲା BECA ଚୁକ୍ତି

ଏନେଇ ସେ କହିଛନ୍ତି ଏହି ଆଲୋଚନା ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ ଏବଂ ପାରସ୍ପରିକ ସହଯୋଗ କ୍ଷେତ୍ରରେ ସହାୟାକ ହେବ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଲାଗି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା, ଭାରତ ସହ କରିଲା BECA ଚୁକ୍ତି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ତରରେ ଚୀନ୍ (China) ସହ ମୁକାବିଲା କରିବାକୁ ଯାଇ ଅନେକ ମେଣ୍ଟ ଗଠନ କରିଛି ଆମେରିକା (America)। ପୂର୍ବରୁ ଆମେରିକା ପକ୍ଷରୁ କୁହାଯାଇଛି ଯଦି ଚୀନ୍ ଆମର ସହଯୋଗୀ ଦେଶ ଲାଗି ସମସ୍ୟା ସୃଷ୍ଟିକରେ, ତାହଲେ ଦକ୍ଷିଣ ଚୀନ୍ ସାଗର ଠାରୁ ହିମାଳୟ ପର୍ଯ୍ୟନ୍ତ ବନ୍ଧୁ ରାଷ୍ଟ୍ରଙ୍କ ସହ ଛିଡା ହେବ। ଏହି ରଣନୀତି ଅନୁଯାୟୀ ନୂଆଦିଲ୍ଲୀ ଠାରେ ଆୟୋଜିତ ଟୁ ପ୍ଲସ ଟୁ ବୈଠକରେ ଭାରତ କଥାବାର୍ତ୍ତା ଆରମ୍ଭ କରିଛି ।

ଟୁ ପ୍ଲସ ଟୁ ବୈଠକ (2+2 Plus Dialogue) ରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିା ଆମେରିକୀୟ ପ୍ରତିରକ୍ଷା ସଚିବ (US Secretary of Defense) ମାର୍କ ଏସ୍ପର (Mark Esper) ଙ୍କ ସହ ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ (Delhi Hyderabad House) ଠାରେ ଭାରତୀୟ ପ୍ରତିପକ୍ଷଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବାର୍ତ୍ତାଳାପକୁ ସଫଳ ବୋଲି ବର୍ଣ୍ଣନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ (Defense Minsiter) ରାଜନାଥ ସିଂ (Rajnatah Singh)। ଏନେଇ ସେ କହିଛନ୍ତି ଏହି ଆଲୋଚନା ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ ଏବଂ ପାରସ୍ପରିକ ସହଯୋଗ କ୍ଷେତ୍ରରେ ସହାୟାକ ହେବ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଲାଗି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରତିରକ୍ଷା କ୍ଷେତ୍ରରେ ସେନା ସହଯୋଗକୁ ବଢାଇବା ଲାଗି ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। 

 

 

BECA ଚୁକ୍ତିକୁ ନେଇ ସହମତି ଜଣାଇଲେ ଭାରତ-ଆମେରିକା

ଭାରତ-ଆମେରିକା ମଧ୍ୟରେ ବିଇସିଏ (BECA-Basic Exchange and Cooperation Agreement) ଚୁକ୍ତିନାମା ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କର ଆମେରିକୀୟ ପ୍ରତିପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ଆଲୋଚନା ହୋଇଛି। ଉଭୟ ଦେଶ ସାମରିକ ଉପକରଣ ଏବଂ ଭୌଗୋଳିକ ମାନଚିତ୍ର ଆଦାନପ୍ରଦାନ ଉପରେ ଆଲୋଚନା କରାଯିବ। 

ବିଇସିଏ ହେଉଛି ଏକ ଚୁକ୍ତିନାମା, ଯେଉଁଥିରେ ଉଭୟ ସାମରିକ ଏବଂ ବେସାମରିକ କ୍ଷେତ୍ରରେ ଜଳ, ସ୍ଥଳ, ବାୟୁ ମାର୍ଗରେ ସୂଚନା ଆଦାନ ପ୍ରଦାନରେ ସହାୟତା କରିବାକୁ ଆଇନଗତ ଢାଞ୍ଚା ସ୍ଥିର କରିଛି। ଅର୍ଥାତ୍ ଏହି ଚୁକ୍ତିରେ ସହମତି  ଜଣାଇ ଭାରତକୁ ଏକ ଲାଭ ମିଳିଛି। 

ଦୁଇ ଦେଶର ପ୍ରତିରକ୍ଷା ଦାୟିତ୍ୱରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି। ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ରର ବିକାଶ ସହ ପ୍ରତିରକ୍ଷା ସହଯୋଗ ବାବଦରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଉପରୋକ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ରହିଛି।
 
ଟୁ ପ୍ଲସ ଟୁ ବୈଠକ ଆୟୋଜିତ ହେବା ପୂର୍ବରୁ ଆମେରିକା ସ୍ପଷ୍ଟ ଭାବେ ଜଣାଇଦେଇଛି ଯେ ପ୍ରତ୍ୟେକ ପରିସ୍ଥିତିରେ ଭାରତକୁ ସମର୍ଥନ ଜାରିରହିବ। ଚୀନକୁ ମାତ ଦେବା ଲାଗି ଆମେରିକା କୌଣସି କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହିଁ। ଆମେରିକା ବାରମ୍ବାର ଚୀନକୁ କୋରୋନା ମହାମାରୀ (Corona Pandemic) ପାଇଁ ଦାୟୀ କରିଆସୁଛି। 

ଏହା ସହିତ ଚୀନକୁ ମାତ ଦେବା ଲାଗି ଭାରତ ସହ ଆମେରିକା ଜାପାନ (Japan), ଅଷ୍ଟ୍ରେଲିଆ (Australlia) ଆଦି ଦେଶଙ୍କୁ ନେଇ ପ୍ରତିବର୍ଷ ନଭେମ୍ବରରେ ମାଲାବାର ସମରାଭ୍ୟାସ (Malabar Exercise) ଆୟୋଜିତ କରୁଛି। ପ୍ରାୟ ୧୩ ବର୍ଷ ପରେ ଏହି ୪ଟି ଦେଶର ନୌସେନା ଏକତ୍ରୀତ ହୋଇ ନିଜର ସମରାଭ୍ୟାସ ପ୍ରଦର୍ଶିତ କରିବେ। ଏହାପୂର୍ବରୁ ସମୁଦ୍ରରେ ଚୀନ୍‌ର ଜେଜେମା’କୁ ଶେଷ କରିବା ପାଇଁ ଆମେରିକା ଏକ ବଡ ପଦକ୍ଷେପ ନେଇଥିଲା। 

ଚୀନ୍ ସହିତ ଚାଲିଥିବା ତୀବ୍ର ସୀମା ବିବାଦ ଜବାବ ଦେବାକୁ ଯାଇ ଭାରତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ନିକଟରେ ଆମେରିକାର ନୌସେନା ସହ ମିଳିତଭାବେ ଏକ ନୌସମରାଭ୍ୟାସ (Naval Exercise) କରିଥିଲା। ଦକ୍ଷିଣ ଚାଇନା ସାଗରରୁ ଫେରୁଥିବା ଆମେରିକୀୟ ବିମାନ ପରିବହନକାରୀ ଜାହାଜ ୟୁଏସଏସ ନିମିଜ୍ ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ଯୋଗ ଦେଇଥିଲା। ଏହି ଜାହାଜ ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ପରିବହନକାରୀ ଯୁଦ୍ଧପୋତ ଭାବେ ଜଣାଶୁଣା। 

ଚୀନ୍ ନୌସେନାର ବଢୁଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଆମେରିକା, ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଫ୍ରାନ୍ସର ନୌସେନା ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ  ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବାରେ ଲାଗିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ଆମେରିକା ପ୍ରତ୍ୟେକ କ୍ଷେତ୍ରରେ ଭାରତ ସହ ସହଯୋଗ ବୃଦ୍ଧି କରିବାକୁ ପଦକ୍ଷେପ ନେଉଛି। ଯାହା ଚୀନ୍‌ର ବିସ୍ତାରବାଦ ବିରୋଧରେ ଏକ ସ୍ପଷ୍ଟ ସଙ୍କେତ। ପ୍ରତିରକ୍ଷା ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ଭାରତ ଏବଂ ଆମେରିକା ଚୀନ୍ ଉପରେ ଏକ ନିର୍ଣ୍ଣାୟକ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।