କି ଅପରାଧ: ୨୬ ଦିନ ହେଲାଣି ଜେଲ ହାଜତରେ ଦୁଇ କୁକୁଡ଼ା
Advertisement

କି ଅପରାଧ: ୨୬ ଦିନ ହେଲାଣି ଜେଲ ହାଜତରେ ଦୁଇ କୁକୁଡ଼ା

ଘଟଣାଟି ହେଉଛି ଏମିତି, ଏଠାରେ ବିଗତ ୨୬ ଦିନ ହେଲାଣି କୁକୁଡା ଜେଲରେ ବନ୍ଦୀ ହୋଇରହିଛି । ତେବେ ଏହାର କାରଣ ବି ଅତ୍ୟନ୍ତ ମଜାଦାର । 

 

କି ଅପରାଧ: ୨୬ ଦିନ ହେଲାଣି ଜେଲ ହାଜତରେ ଦୁଇ କୁକୁଡ଼ା

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟର ଖମ୍ମାମ ଅଞ୍ଚଳରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଏହାରି ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସାର । ଘଟଣାଟି ହେଉଛି ଏମିତି, ଏଠାରେ ବିଗତ ୨୬ ଦିନ ହେଲାଣି କୁକୁଡା ଜେଲରେ ବନ୍ଦୀ ହୋଇରହିଛି । ତେବେ ଏହାର କାରଣ ବି ଅତ୍ୟନ୍ତ ମଜାଦାର । ସ୍ଥାନୀୟ ଅଞ୍ଚଳରେ ସଟ୍ଟା ଖେଳ ଚାଲିଥିବା ଅଭିଯୋଗରେ ମାଲିକ ବଦଳରେ ପୋଲିସ କୁକୁଡାକୁ ଜେଲରେ ବନ୍ଦୀ କରିରଖିଛନ୍ତି।

ସୂଚନାନୁସାରେ, କୁକୁଡା ଜେଲ(Jail) ରେ ରହିବା ଘଟଣା ଜଣାପଡ଼ିବା ପରେ ସୋସିଆଲ ମିଡିଆ (Social Media) ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । କେହି କେହି ଏହି ଘଟଣାକୁ ନେଇ ହସୁଥିବା ବେଳେ କେହି କେହି ଜୁଆଡିଙ୍କ ପାଇଁ ନୀରିହ ଜନ୍ତୁ ଦଣ୍ଡ ପାଇବା ଘଟଣା ଦୁଃଖ ଦେଇଛି । ସଟ୍ଟାବାଜି ବା ଜୁଆ ଖେଳ (Gambling) ଚାଲିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ରାଜ୍ୟରେ ଏହି ନିଶା ଖେଳକୁ ବନ୍ଦ କରିବାକୁ ଏକ ଅଭିଯାନ ଚାଲିଥିବା ବେଳେ ଏହି ଦୁଇ କୁକୁଡାଙ୍କୁ ରେଡ (Raid) କରିବା ସମୟରେ ଧରାଯାଇ ଜେଲରେ ରଖାଯାଇଥିଲା । 

Also Read: ଦେବଭୂମିରେ ପ୍ରକୃତିର ତାଣ୍ଡବ; ଗ୍ଲାସିୟର ବିସ୍ଫୋରଣରେ ଗର୍ଜିଲା ଧଉଳିଗଙ୍ଗା, ୨୦୦ ହତାହତ ଆଶଙ୍କା

ସୂଚନାଯୋଗ୍ୟ, ବିଗତ ମାସ  ୧୦ ଜାନୁଆରୀରେ ପୋଲିସ ପ୍ରାଥମିକ ଆଧାରରେ ସୂଚନା ମିଳିଥିଲା। ସେଠାରେ କୁକୁଡା ଉପରେ ସଟ୍ଟାବାଜି ଲାଗୁଥିବା ଜାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା ।  ଯାହାଫଳରେ ପୋଲିସ (Police) ଘଟଣାସ୍ଥଳରୁ ୧୦ ଜଣଙ୍କୁ ଗିରଫ କରିବା ପରେ ସେଠାରେ ଥିବା ଦୁଇ କୁକୁଡ଼ା (Hen) ଙ୍କୁ ପ୍ରାମଣ ଆଧାରରେ ଜବତ କରି ଜେଲରେ ରଖିଥିବା ଜଣାପଡ଼ିଛି । 

ହେଲେ ଗିରଫ ହୋଇଥିବା ୧୦ ଜଣଙ୍କୁ ଜାମିନ ମିଳି ସାରିଥିବା ବେଳେ ଦୁଇ କୁକୁଡ଼ା ୨୬ ଦିନ ହେଲାଣି ଜେଲ (Jail) ହାଜତରେ ରହିଛନ୍ତି ।