ଉବର ଇଣ୍ଡିଆର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି । ଯେତେବେଳେ କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ କିଛି ସର୍ତ୍ତ ସହିତ ୩୧ ମେ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଛି । କୋରୋନା ଭୂତାଣୁ ମହାମାରୀ ଓ ଲକଡାଉନ୍ ଅର୍ଥନୀତିର ଗତିକୁ ମନ୍ଥର କରିଦେଇଛି ।
Trending Photos
ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଓ ଲକଡାଉନ୍ ଯୋଗୁଁ ବୈଶ୍ୱିକ ସ୍ତରରେ ଅର୍ଥ ବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପଡ଼ିଛି । କ୍ୟାବ ସେବା ଯୋଗାଉଥିବା ଏକ ଜଣାଶୁଣା କମ୍ପାନୀ ଉବେର ଇଣ୍ଡିଆ କହିଛି ଯେ, କୋରୋନା ଭାଇରସ ମହାମାରୀ ହେତୁ ନିଜର ପ୍ରାୟ ୬୦୦ କର୍ମଚାରୀଙ୍କୁ ଝଟେଇ କରୁଛୁ । ଏହା ହେଉଛି ଦେଶରେ କମ୍ପାନୀର ଶ୍ରମିକମାନଙ୍କ ପ୍ରାୟ ୨୫ ପ୍ରତିଶତ । ଛଟେଇ ଦ୍ୱାରା ପ୍ରଭାବିତ କର୍ମଚାରୀଙ୍କ ମଧ୍ୟରେ ଡ୍ରାଇଭର, ରାଇଡର ସପୋର୍ଟ ପରି କର୍ମଚାରୀ ସାମିଲ ଅଛନ୍ତି । ଉବର ଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ପ୍ରଦୀପ ପରମେଶ୍ୱରନ୍ ଏକ ବୟାନରେ ଏହି ସୂଚନା ଦେଇଛନ୍ତି ।
ଉବର ଇଣ୍ଡିଆର ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି । ଯେତେବେଳେ କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ କିଛି ସର୍ତ୍ତ ସହିତ ୩୧ ମେ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଛି । କୋରୋନା ଭୂତାଣୁ ମହାମାରୀ ଓ ଲକଡାଉନ୍ ଅର୍ଥନୀତିର ଗତିକୁ ମନ୍ଥର କରିଦେଇଛି । ଅନେକ ବ୍ୟବସାୟିକ ସମୂହକୁ ସେମାନଙ୍କ କର୍ମଚାରୀ ହ୍ରାସ କରିବାକୁ ବାଧ୍ୟ କରିଛି । ପରମେଶ୍ୱରନ୍ କହିଛନ୍ତି ଯେ ଯେଉ କର୍ମଚାରୀଙ୍କ ଛଟେଇ କରାଯାଇଛି । ସେମାନଙ୍କୁ ଅତି କମରେ ୧୦ ସପ୍ତାହର ଦରମା ଦିଆଯିବ । ଏହାସହ ସେମାନଙ୍କୁ ଆଗାମୀ ୬ ମାସ ଯାଏ ମେଡିକାଲ ବୀମା ପ୍ରଦାନ କରାଯିବ । ଏହା ବ୍ୟତୀତ କମ୍ପାନୀ ଏହି କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଯୋଗାଇବାର ମଧ୍ୟ ସାହାଯ୍ୟ କରିବ ।