ଉଦୟପୁରର ନିର୍ମମ ହତ୍ୟାକୁ ନେଇ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ
Advertisement

ଉଦୟପୁରର ନିର୍ମମ ହତ୍ୟାକୁ ନେଇ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

Udaipur Murder Case: କଂଗ୍ରେସ ଶାସିତ ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲ (Kanhaiya Lal) ଙ୍କ ନିର୍ମମ ହତ୍ୟାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ  (Rahul Gandhi) ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଉଦୟପୁରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡରେ ମୁଁ ବହୁତ ସ୍ତବ୍ଧ ଅଛି । ଧର୍ମ ନାମରେ

ଉଦୟପୁରର ନିର୍ମମ ହତ୍ୟାକୁ ନେଇ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ନୂଆଦିଲ୍ଲୀ: Udaipur Murder Case: କଂଗ୍ରେସ ଶାସିତ ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲ (Kanhaiya Lal) ଙ୍କ ନିର୍ମମ ହତ୍ୟାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ  (Rahul Gandhi) ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଉଦୟପୁରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡରେ ମୁଁ ବହୁତ ସ୍ତବ୍ଧ ଅଛି । ଧର୍ମ ନାମରେ ନିର୍ଦ୍ଦୟତାକୁ ବରଦାସ୍ତ କରାଯାଇପାରିବ ନାହିଁ । ଏହି ନିଷ୍ଠୁରତା ସହିତ ଆତଙ୍କ ବିସ୍ତାର କରିଥିବା ଲୋକଙ୍କୁ ତୁରନ୍ତ କଠୋର ଦଣ୍ଡ ମିଳୁ । ଆମେ ସମସ୍ତଙ୍କୁ ମିଶି ଘୃଣାକୁ ପରାସ୍ତ କରିବାକୁ ପଡିବ । ମୁଁ ସମସ୍ତଙ୍କୁ ନିବେଦନ କରୁଛି, ଦୟାକରି ଶାନ୍ତି ଓ ଭାଇଚାରା ବଜାୟ ରଖନ୍ତୁ ।"

ଏଥି ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ (Priyanka Gandhi)  କହିଛନ୍ତି ଯେ, "ଉଦୟପୁରରେ ଘଟିଥିବା ହିଂସା ଘଟଣାର ନିନ୍ଦା ଯେତେ କରିବି ସେତେ କମ୍ ହେବ । ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍ । ଧର୍ମ ନାମରେ ଘୃଣା ଓ ହିଂସା ବିସ୍ତାର କରୁଥିବା ଉଦ୍ଦେଶ୍ୟ ଆମ ଦେଶ ତଥା ସମାଜ ପାଇଁ ସାଂଘାତିକ ଅଟେ । ମିଳିତ ଭାବେ ଶାନ୍ତି ଓ ଅହିଂସା ପାଇଁ ଉଦ୍ୟମକୁ ମଜବୁତ କରିବାକୁ ପଡ଼ିବ ।"

ଏଠାରେ କହି ରଖୁଛୁ ଯେ, ଏହି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଉଦୟପୁରରେ ଯୁବକ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ରାଜସମନ୍ଦରୁ ଗିରଫ କରାଯାଇଛି । ଏହି ମାମଲାରେ ତଦନ୍ତ ଅଫିସର ସ୍କିମ୍ ଅଧୀନରେ ଅନୁସନ୍ଧାନ କରାଯିବ ଓ ଶୀଘ୍ର ଅନୁସନ୍ଧାନ ସୁନିଶ୍ଚିତ କରି ଅପରାଧୀଙ୍କୁ କୋର୍ଟରେ କଠୋର ଦଣ୍ଡ ଦିଆଯିବ । ଶାନ୍ତି ବଜାୟ ରଖିବା ପାଇଁ ମୁଁ ପୁଣି ସମସ୍ତଙ୍କୁ ନିବେଦନ କରୁଛି ।

ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ

ଏହା ବି ପଢ଼ନ୍ତୁ:-ଏହି ଆଦିବାସୀ ଚେହେରା ଉପରେ ଭାରି ପଡ଼ିଲେ ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି ପଦ ପାଇଁ କେବଳ ଆଦିବାସୀ ହେବା ଯଥେଷ୍ଟ ନୁହେଁ

ପୋଲିସର ସୂଚନାନୁସାରେ, ଉଦୟପୁରର ଧାନ ବଜାର ଅଞ୍ଚଳରେ କହ୍ନେୟା ଲାଲ ସାହୁଙ୍କର ଏକ ଟେଲରିଂ (କପଡ଼ା ସିଲେଇ) ଦୋକାନ ଥିଲା । ସେଠାରେ ଦୁଇଜଣ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ଟେଲରଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ବଜାର ବନ୍ଦ ହୋଇଯାଇଥିଲା । ଏହି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । କହ୍ନେୟା ଲାଲଙ୍କ ବିଷୟରେ ଦାବି କରାଯାଇଛି ଯେ, ସେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ ।

ହତ୍ୟା ଘଟଣା ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହାସହ ସାତୋଟି ପୋଲିସ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ଅତିରିକ୍ତ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଧାନମଣ୍ଡି, ଘଣ୍ଟାଗର, ହାତିପୋଲ, ଅମ୍ବାଟା, ସୁରଜପୋଲ, ଭୁପାଲପୁରା ଏବଂ ସଭିନା ପୋଲିସ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି ।