ମହାରାଷ୍ଟ୍ରରେ କୁହୁଳୁଛି ମେଣ୍ଟ କନ୍ଦଳ। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୈତିକ କନ୍ଦଳ ପରେ ଏବେ ଚିନ୍ତାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏପରିକି ଉଦ୍ଧବ ଖୋଲାଖୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
Trending Photos
ମୁମ୍ବାଇ: ମହାରାଷ୍ଟ୍ରରେ କୁହୁଳୁଛି ମେଣ୍ଟ କନ୍ଦଳ। ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ରାଜନୈତିକ କନ୍ଦଳ ପରେ ଏବେ ଚିନ୍ତାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏପରିକି ଉଦ୍ଧବ ଖୋଲାଖୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଚେତାବନୀ ଆଳରେ ନିଜର ଆଶଙ୍କାକୁ ମଧ୍ୟ ପଦାରେ ପକାଇଛନ୍ତି ଉଦ୍ଧବ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି, ମୋ ସରକାରର ଭବିଷ୍ୟତ ବିରୋଧୀଙ୍କ ହାତରେ ନାହିଁ। ମୋ ସରକାର ହେଉଛି ଗରୀବଙ୍କ ତିନି ଚକିଆ ରିକସା। ଷ୍ଟିଅରିଂ ଯଦିଓ ମୋ ହାତରେ ରହିଛି, କିନ୍ତୁ ରିକସା ପଛରେ ଆଉ ଦୁଇ ଜଣ ବସି ରହିଛନ୍ତି। ଏନସିପି ଓ କଂଗ୍ରେସ ଏହି ମେଣ୍ଟ ସରକାର ମଧ୍ୟରେ କୌଣସି ବିଭେଦ ନାହିଁ। ସବୁକିଛି ସକରାତ୍ମକ ଢଙ୍ଗରେ ଚାଲିଛି। ଆଉ ଏହି ମହାବିକାଶ ଅଘାଡ଼ି ସରକାରକୁ ସେମାନଙ୍କର ଅଭିଜ୍ଞତାର ଫାଇଦା ମଧ୍ୟ ମିଳୁଛି ବୋଲି ସେ କହିଛନ୍ତି।
ବିଜେପିକୁ ଟାର୍ଗେଟ କରି ଉଦ୍ଧବ କହିଛନ୍ତି କି, ଯଦି ମୋ ସରକାର ସଠିକ ଦିଗରେ ଆଗକୁ ବଢୁଛି ଯଦି କାହାର ଅସୁବିଧା କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଆମେ ଯେତେବେଳେ ଏକ ବୈଠକରେ ସାମିଲ ହୋଇଥିଲୁ ସେତେବେଳେ ୩୦ ରୁ ୩୫ ଚକିଆ ଥିଲା ବୋଲି ସେ କହିଥିଲେ।
ଉଲ୍ଲେଖନୀୟ କଥା ହେଉଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପୂର୍ବରୁ ମହା ବିକାଶ ଆଘାଡ଼ି ସରକାରଙ୍କୁ ତିନି ଚକିଆ ଅଟୋରିକ୍ସା ସହିତ ତୁଳନା କରିବା ସହିତ ଏହା ସ୍ଥିରତା ଉପରେ ପ୍ରଶ୍ନ ଉଠାଇଥିଲେ। ଶ୍ରୀରାମ ମନ୍ଦିରର ଭୁମି ପୂଜନକୁ ଯିବା ପ୍ରଶ୍ନରେ ଉଦ୍ଧବ କହିଛନ୍ତି ଯେ ମୁଁ ଜଣେ ମଣିଷ ଭାବରେ କିଛି ଉତ୍ତର ଦେଇପାରେ କିନ୍ତୁ ରାମ ମନ୍ଦିରର ସଂଗ୍ରାମରେ ଶିବସେନାଙ୍କ ଭୂମିକା ଇତିହାସରେ ଲିପିବଦ୍ଧ ହୋଇଛି। ମୁଁ ସେତେବେଳେ ମୁଖ୍ୟମନ୍ତ୍ରୀ ନଥିଲି ମଧ୍ୟ ରାମ ମନ୍ଦିରକୁ ଯାଇଥିଲି।
ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ଯିବି। ବର୍ତ୍ତମାନ ମୁଁ ମୁଖ୍ୟମନ୍ତ୍ରୀ କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ନଥିଲେ ମଧ୍ୟ ସେଠାରେ ମୋର ସମସ୍ତ ସମ୍ମାନ ପାଇଥିଲି | ବର୍ତ୍ତମାନ ମୁଁ ମୁଖ୍ୟମନ୍ତ୍ରୀ ଭାବେ ସୁରକ୍ଷା ପାଇବି। ମୁଁ ସଠିକ ଢଙ୍ଗରେ ଯାଇ ସେଠାରେ ପୂଜାର୍ଚ୍ଚନା କରିବି ଏବଂ କାର୍ଯ୍ୟକ୍ରମରେ ଭାଗ ନେଇ ଫେରି ଆସିବି | ରାମ ମନ୍ଦିର ସମ୍ବନ୍ଧରେ ଶିବସେନାଙ୍କ ଭୂମିକାରେ ପରିବର୍ତ୍ତନ ହେବାର କୌଣସି ପ୍ରଶ୍ନ ନାହିଁ। ରାମ ମନ୍ଦିର ଆମର ଭାବନା ସହିତ ଜଡିତ ଏକ ପ୍ରସଙ୍ଗ | ଇତିହାସ କହୁଛି ଶିବସେନା ରାମ ମନ୍ଦିର ପାଇଁ ଏକ ପଥ ପରିସ୍କାର କରିଥିଲେ।