ଦିଲ୍ଲୀ ହିଂସା: ୧୦ ଦିନ ରିମାଣ୍ଡରେ ଉମର, ଖୋଲିବ ବହୁ ଗୁମର !
Advertisement

ଦିଲ୍ଲୀ ହିଂସା: ୧୦ ଦିନ ରିମାଣ୍ଡରେ ଉମର, ଖୋଲିବ ବହୁ ଗୁମର !

ଦିଲ୍ଲୀ ଦଙ୍ଗା (Delhi Riots) ଘଟଣାରେ ଅଭିଯୁକ୍ତ ଉମର ଖାଲିଦ (Umar Khalid) କୁ ଗିରଫ କରିଛି ପୋଲିସ। ରବିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି ପୋଲିସ (Delhi Police)। 

ଦିଲ୍ଲୀ ହିଂସା: ୧୦ ଦିନ ରିମାଣ୍ଡରେ ଉମର, ଖୋଲିବ ବହୁ ଗୁମର !

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା (Delhi Riots) ଘଟଣାରେ ଅଭିଯୁକ୍ତ ଉମର ଖାଲିଦ (Umar Khalid) କୁ ଗିରଫ କରିଛି ପୋଲିସ। ରବିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି ପୋଲିସ (Delhi Police)। ତେବେ ତାକୁ କୋର୍ଟରେ ହାଜର ପରେ ପୋଲିସ ୧୦ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ସମୟରେ ପୋଲିସ ଉମରକୁ ପଚରାଉଚୁରା କରିବ।

ଦିଲ୍ଲୀ ପୋଲିସ ମୁତାବକ ଉମର ଖାଲିଦ (Umar Khalid) ଓ ତାର ସହଯୋଗୀ ଦିଲ୍ଲୀ ଦଙ୍ଗା (Delhi Riots) ଘଟାଇବାକୁ ଏକ ବ୍ଲୁ ପ୍ରିଣ୍ଟ (Blue Print) ପ୍ରସ୍ତୁତ କରିଥିଲେ। ଘଟଣାକୁ ପୂର୍ଣ୍ଣ ରୂପ ଦେବା ପାଇଁ ବାରମ୍ବାର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିବା ସହିତ ବୈଠକ ମଧ୍ୟ କରିଥିଲେ। ଉମର ଓ ତାଙ୍କର ସାଥୀ ଧାରଣା ଦେବା ଓ ଦଙ୍ଗା (Riots) ଉସକାଇବା ଭଳି ଘଟଣା କାର୍ଯ୍ୟ କରୁଥିଲେ। ଏପରିକି ଘଟଣା ଘଟାଇବା ପାଇଁ ଏମାନେ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇ ଦେଇ ଆସୁଥିଲେ। ଏହାକୁ କରିବା ପାଇଁ ଉମର ବିଭିନ୍ନ ସମୟରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ମଧ୍ୟ ପରିଚାଳନା କରିଆସୁଥିଲେ। ପୋଲିସ ଆହୁରି ମଧ୍ୟ କହିଛନ୍ତି କି, ଉମର ଖାଲିଦର ସୁରକ୍ଷାକୁ ଦୃଷ୍ଟିରେ ରଖି ତାକୁ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ପୋଲିସର ଏହି ବ୍ୟବସ୍ଥାକୁ ମାନ୍ୟବର କୋର୍ଟ ମଧ୍ୟ ତାହାକୁ ଗ୍ରହଣ କରିଥିଲେ। 

ରିମାଣ୍ଡରେ ନେବା ପରେ ପୋଲିସ ୧୧ ଘଣ୍ଟା ଧରି ମାରାଥନ ଜେରା କରିଛି। ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ଏଥିରେ ଅଭିଯୁକ୍ତ ଉମର ଖାଲିଦ କହିଥିଲେ କି, ସିଏଏ (CAA) ଓ ଏନଆରସି (NRC) ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଲୋକମାନଙ୍କୁ ଉସୁକାଇବା କାର୍ଯ୍ୟ କରାଯାଉଥିଲା। ଜଙ୍ଗପୁରା ଅଞ୍ଚଳରେ ଏକ ବଡ଼ ବୈଠକର ଆୟୋଜନ କରାଯାଇଥିଲା। ସେଠାରେ ଉମର ଖାଲିଦ (Umar Khalid), ଶରଜିଲ ଇମାମ (Serjil Imam), ପରଭେଜ ଆଲମ (Parvez Alam), ନଦୀମ ଖାନ (Nadim Khan) ଓ ଅନ୍ୟ ଲୋକମାନେ ସାମିଲ ହୋଇଥିଲେ। 

ଆୟୋଜିତ ହୋଇଥିବା ଏହି ବୈଠକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଏହି ବୈଠକରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବା ପାଇଁ ଯୋଜନା କରାଯାଇଥିଲା। ଲୋକମାନଙ୍କୁ ଉତ୍ତେଜିତ କରିବା ପାଇଁ ମଧ୍ୟ ଏକ ହ୍ୱାଟସଅପ ଗ୍ରୁପର କରାଯାଇଥିଲା। ଯାହାର ନାମ ସିଏବି ରଖାଯାଇଥିଲା। ଏହି ଗ୍ରୁପ ମାଧ୍ୟମରେ ସରକାରଙ୍କ ବିରୋଧୀ ବାର୍ତ୍ତା ମଧ୍ୟ ପ୍ରସାର କରାଯାଉଥିଲା ବୋଲି ଅଭିଯୁକ୍ତ ଉମର ପ୍ରକାଶ କରିଥିବା ନେଇ ପୋଲିସ ସୂଚନା ଦେଇଥିଲେ। 

ସୂଚନା ଉମର ଖାଲିଦ ହେଉଛି ଜେଏନୟୁର ପୂର୍ବତନ ଛାତ୍ରନେତା। ଉମରଙ୍କ ଭଳି ଅନେକ ଲୋକ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀ ଭଳି ଅତି ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଦଙ୍ଗା ଘଟାଇବା ଭଳି ବ୍ୟକ୍ତିବିଶେଷ ଲିପ୍ତ ରହୁଛନ୍ତି। ଏହି ଦିଲ୍ଲୀ ଦଙ୍ଗାରେ ପ୍ରାୟ ୫୩ ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।