ଭାରତ ପାଇଁ ଜାତିସଂଘରୁ ବାଜିଲା ସତର୍କ ଘଣ୍ଟି
X

ଭାରତ ପାଇଁ ଜାତିସଂଘରୁ ବାଜିଲା ସତର୍କ ଘଣ୍ଟି

ମିଳିତ ଜାତିସଂଘ (UNCTAD)ର ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀ ବ୍ୟାପିବା ଏବଂ ଘରୋଇ ବ୍ୟବହାର ଉପରେ ଖାଦ୍ୟ ମୁଦ୍ରାସ୍ଫୀତିର ନକାରାତ୍ମକ ପ୍ରଭାବ ଯୋଗୁଁ ଦେଶରେ ପୁନଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ।

 ଭାରତ ପାଇଁ ଜାତିସଂଘରୁ ବାଜିଲା ସତର୍କ ଘଣ୍ଟି

ନୂଆଦିଲ୍ଲୀ: ମହାମାରୀ କୋରୋନା କାଳରେ ଭାରତର ଅର୍ଥିନୀତି ଦୋହଲି ଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ଚିନ୍ତାଜନକ ଭାବେ ହ୍ରାସ ପାଇଛି। ଗତ ତ୍ରୟ ମାସିକ ତଥ୍ୟରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ଆଗକୁ ଏହା ଆହୁରି ଦୟନୀୟ ସ୍ଥିତିକୁ ଯାଇପାରେ ବୋଲି ମିଳିତ ଜାତିସଂଘର ରିପୋର୍ଟରୁ ସୂଚନା ମିଳିଛି। 

ମିଳିତ ଜାତିସଂଘ (UNCTAD)ର  ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀ ବ୍ୟାପିବା ଏବଂ ଘରୋଇ ବ୍ୟବହାର ଉପରେ ଖାଦ୍ୟ ମୁଦ୍ରାସ୍ଫୀତିର ନକାରାତ୍ମକ ପ୍ରଭାବ ଯୋଗୁଁ ଦେଶରେ ପୁନଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ।  ୨୦୨୧ରେ ବିଶ୍ୱ ଅର୍ଥନୀତି ଏକ ଶକ୍ତିଶାଳୀ ପୁନଉଦ୍ଧାର ପାଇଁ ପ୍ରସ୍ତୁତ ଅଛି। ତଥାପି ଆଞ୍ଚଳିକ ଏବଂ ଦେଶ ଭିତ୍ତିରେ କିଛି ଅନିଶ୍ଚିତତା ରହିଆସିଛି। ତେବେ ୨୦୨୧ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏହା ଆସନ୍ତା ବର୍ଷ ହ୍ରାସ ହୋଇପାରେ ବୋଲି ଜାତିସଂଘ ଅନୁମାନ କରିଛି।

Also Read: ଅନଲାଇନରେ ବିକ୍ରି ହେଉଛି 'ପିଲାଙ୍କ ମାଡ଼ ମାରିବା ପାଇଁ ବାଡ଼ି'

UNCTAD ଅନୁସାରେ, ୨୦୨୦ରେ ବିଶ୍ୱର ଉତ୍ପାଦନ ୩.୫ ପ୍ରତିଶତ ହ୍ରାସ ପାଇବା ପରେ ଚଳିତବର୍ଷ ଏହା ୫.୩ ପ୍ରତିଶତ ବୃଦ୍ଧି ପାଇବ। ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରେ ଭାରତ ସାତ ପ୍ରତିଶତ ହ୍ରାସ ପାଇଛି ଏବଂ ୨୦୨୧ରେ ୭.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୨ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବ, ଯାହା ୨୦୨୧ରେ ଆଶା କରାଯାଇଥିବା ଅଭିବୃଦ୍ଧି ହାରଠାରୁ କମ।

ମହାମାରୀ (Coronavirus)ର ପ୍ରକୋପ ସତ୍ତ୍ୱେ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି (World GDP) ୫.୩ ପ୍ରିତିଶତ ବୃଦ୍ଧି ପାଇପାରେ। ଯଦି ଏପରି ହୁଏ ତେବେ ଏହା ଗତ ୫ ଶତାବ୍ଦିରେ ସବୁଠାରୁ ଦ୍ରୁତତମ ବୃଦ୍ଧି ହେବ। ତେବେ ଏହି ସମୟରେ ଭାରତ (India) କୁ ଟପି ଚୀନ (China) ର ଜିଡିପି ୨୦୨୧ରେ ୮.୩ ପ୍ରତିଶତକୁ ପହଞ୍ଚିବ। 

Also Read: ୯୦ ମିନିଟର କଲ୍ ସତ୍ତ୍ୱେ ବାଇଡେନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଜିନପିଙ୍ଗ, ଏହା ଥିଲା ଚୀନ ରାଷ୍ଟ୍ରପତିଙ୍କ ଜବାବ 

ବିଶ୍ୱବ୍ୟାଙ୍କ ଅନୁସାରେ ୨୦୧୧ ଠାରୁ ୨୦୧୬ ପର୍ଯ୍ୟନ୍ତ ଭାରତର ଜିଡିପି ଲଗାତାର ବୃଦ୍ଧିପାଇଥିଲା। କିନ୍ତୁ ୨୦୧୬ ପରଠୁ ତାହାର ଗ୍ରାଫ ତଳମୁହାଁ ହୋଇଛି। ୨୦୨୦ ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି -୭.୯୬ ପ୍ରତିଶତକୁ ଖସି ଆସିଥିଲା। ଶେଷ ଥର ପାଇଁ ୧୯୮୮ ମସିହାରେ ଭାରତର ଡିଜିପି ସର୍ବାଧିକ ୯.୬୨ ପ୍ରତିଶତ ଥିଲା।

 

Trending news