)
Lithium Iron Phosphate (LFP) Batteries: ଭାରତରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି। ଆଉ ଏ ଭିତରେ ଅନେକ ପ୍ରଶ୍ନ ମନ ଭିତରେ ବି ଉଙ୍କି ମାରୁଛି। ସେ ପ୍ରଶ୍ନଗୁଡ଼ିକ ଭିତରୁ ଗୁରୁତ୍ୱପୂର୍ଣ୍ଣ ହେଉଛି "ଏହା କେତେ ଦୂର ଯିବ?" ଅଥବା "ଏହା କେତେ ଲମ୍ବା ସମୟ ଧରି ଚାଲିବ? ଏହି ପ୍ରଶ୍ନଗୁଡ଼ିକ ଯେଉଁ ମୂଳ ବିନ୍ଦୁ ଚାରିପଟେ ଘୂରିବୁଲୁଛି ତାହା ହେଉଛି ଏପରି ଇଲେକ୍ଟ୍ରିକ୍ ଦୁଇଚକିଆରେ ବ୍ୟବହାର ହେଉଥିବା ବ୍ୟାଟେରୀ, ଯାହା ଯେକୌଣସି ଇଲେକ୍ଟ୍ରିକ୍ ଦୁଇଚକିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ।
ବ୍ୟାପକ ଭାବରେ ଦେଖିଲେ, ଆଜି ବଜାରେ ମିଳୁଥିବା ଇଲେକ୍ଟ୍ରିକ୍ ଦୁଇଚକିଆ ଯାନରେ ସାଧାରଣତଃ ଦୁଇ ପ୍ରକାରର ବ୍ୟାଟେରୀ ରସାୟନ ବ୍ୟବହୃତ ହୁଏ। ଗୋଟିଏ ହେଉଛି ନିକେଲ୍ ମାଙ୍ଗାନିଜ୍ କୋବାଲ୍ଟ (ଏନଏମସି) ଏବଂ ଦ୍ୱିତୀୟଟି ହେଉଛି ଲିଥିୟମ୍ ଆଇରନ୍ ଫସଫେଟ୍ (ଏଲ୍ଏଫ୍ପି )। ଏହି ଦୁଇ ବ୍ୟାଟେରୀର ନିଜସ୍ୱ ସୁବିଧା ଏବଂ ଅସୁବିଧା ବି ରହିଛି। କିନ୍ତୁ କେଉଁ ବ୍ୟାଟେରୀ ଆପଣ ବାଛିବେ ତାହା ଗାଡି଼ର ଦୀର୍ଘକାଳୀନ କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟତା ନିର୍ଣ୍ଣୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
କିଛି ନିର୍ମାତା ବର୍ତ୍ତମାନ ଏଲ୍ଏଫ୍ପି ବ୍ୟାଟେରୀ ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସୁଜୁକି ମୋଟରସାଇକେଲ୍ ଇଣ୍ଡିଆ, ଯାହା ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର - ସୁଜୁକି ଇ-ଆକ୍ସେସରେ ଏହି ଏଲ୍ଏଫ୍ପି ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିଛି। ତେବେ ଆସନ୍ତୁ ଜାଣିବା ଏହି ପ୍ରଯୁକ୍ତିବିଦ୍ୟା କାହିଁକି ଗୁରୁତ୍ୱପୂର୍ଣ୍ଣ।

ଏଲ୍ଏଫ୍ପି ବ୍ୟାଟେରୀ କ’ଣ ଏବଂ ଏହା କିପରି ଭିନ୍ନ?
ଲିଥିୟମ ଆଇରନ ଫସଫେଟ୍ (ଏଲ୍ଏଫ୍ପି) ବ୍ୟାଟେରୀ ଅନେକଗୁଡ଼ିଏ ଫାଇଦା ପ୍ରଦାନ କରିଥାଏ, ଯେଉଁଗୁଡ଼ିକ ଦୈନନ୍ଦିନ ଯାତାୟାତ ପାଇଁ ଉପଯୁକ୍ତ ହୋଇଥାଏ:
* ଲମ୍ବା ସମୟ ଚାଲେ: ଏଲ୍ଏଫ୍ପି ବ୍ୟାଟେରୀଗୁଡ଼ିକ ସାଧାରଣତଃ ଏନଏମସି ବ୍ୟାଟେରୀ ଅପେକ୍ଷା ଦୁଇରୁ ତିନି ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ।
* ଉତ୍ତମ ତାପଜ ସ୍ଥିରତା: ଏଲ୍ଏଫ୍ପି ବ୍ୟାଟେରୀ ଅଧିକ ତାପଜ ସ୍ଥିରତା ପ୍ରଦାନ କରିଥାଏ। ବ୍ୟାଟେରୀ ସମ୍ବନ୍ଧୀୟ କୌଣସି ତ୍ରୁଟି ବା ଅତ୍ୟଧିକ ଗରମ କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ଏ କ୍ଷେତ୍ରରେ କମ୍ ହୋଇଥାଏ।
* ଦୀର୍ଘ ସ୍ଥାୟୀ: ଏନଏମସି ବ୍ୟାଟେରୀ ତୁଳନାରେ ସାମାନ୍ୟ ଭାରୀ ଏବଂ କମ୍ ଶକ୍ତି-ଘନତା ସତ୍ତ୍ୱେ ଏଲ୍ଏଫ୍ପି ବ୍ୟାଟେରୀ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତା ବଜାୟ ରଖେ। ଏହି ବିଶେଷତା ସେହି ଗାଡ଼ି ଚାଳକଙ୍କୁ ଅଧିକ ପସନ୍ଦିତ କରିଥାଏ ଯେଉଁମାନେ ଅଧିକ ବାଟ ଅପେକ୍ଷା ଦୀର୍ଘ ସ୍ଥାୟିତ୍ୱକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି।

ଦୀର୍ଘ ବ୍ୟାଟେରୀ ଜୀବନ :
2 / 4
(X-ଆକ୍ସିସ: ବ୍ୟାଟେରୀ ଜୀବନ | Y-ଆକ୍ସିସ: ବ୍ୟାଟେରୀ ଦକ୍ଷତା ଧାରଣ)
ଏହି ଗ୍ରାଫ୍ ଏଲ୍ଏଫ୍ପି ଏବଂ ଏନଏମସି ବ୍ୟାଟେରୀ ମଧ୍ୟରେ ସମୟ ସହିତ ବ୍ୟାଟେରୀ କ୍ଷମତା ହ୍ରାସକୁ ତୁଳନା କରେ।
ଏଲ୍ଏଫ୍ପି (ସୁଜୁକି ଇ-ଆକ୍ସେସ୍ରେ ବ୍ୟବହୃତ) ବ୍ୟାଟେରୀକୁ ପ୍ରତିନିଧିତ୍ୱ କରୁଥିବା କଠିନ ନୀଳ ରେଖା ଦୀର୍ଘ ସମୟ କିମ୍ବା ଏକାଧିକ ଚାର୍ଜିଂ ଚକ୍ରରେ କ୍ଷମତାରେ ଏକ ଧୀର ଏବଂ ଅଧିକ ସ୍ଥିର ଅବନତି ଦର୍ଶାଏ। ଅପରପକ୍ଷେ ପାରମ୍ପରିକ ଏନଏମସି ବ୍ୟାଟେରୀକୁ ପ୍ରତିନିଧିତ୍ୱ କରୁଥିବା ବିନ୍ଦୁଯୁକ୍ତ ରେଖା ଅଧିକ ଦ୍ରୁତ ଅବନତି ଦର୍ଶାଏ। ଏହା ସୂଚିତ କରେ ଯେ ଚାର୍ଜିଂ ଚକ୍ର ସଂଖ୍ୟା ବୃଦ୍ଧି ପାଇବା ସହିତ ଏହାର କ୍ଷମତା ଦ୍ରୁତ ହ୍ରାସ ପାଏ।
ଗ୍ରାହକଙ୍କ ପାଇଁ ଏହାର ଅର୍ଥ କ’ଣ?
ଏନଏମସି ବ୍ୟାଟେରୀ ତୁଳନାରେ ଏଲ୍ଏଫ୍ପି ବ୍ୟାଟେରୀ ଦୁଇଗୁଣ ଅଧିକ ବ୍ୟବହାର ସମୟ ସହିତ ଦୁଇଗୁଣ ଅଧିକ ଚାର୍ଜିଂ ସାଇକେଲ୍ ପ୍ରଦାନ କରିବା ଆଶା କରାଯାଏ। ଏହାର ଅର୍ଥ ହେଉଛି ବ୍ୟାଟେରୀକୁ କମ୍ ଥର ବଦଳାଇବାକୁ ପଡ଼ିବ। ଦୀର୍ଘକାଳୀନ ଭାବରେ କମ୍ ଖର୍ଚ୍ଚ ହେବ ଏବଂ ଚାଳକଙ୍କୁ ମନର ଶାନ୍ତି ମିଳିବ।
ଦୀର୍ଘକାଳୀନ ବ୍ୟାଟେରୀ କାହିଁକି ଗୁରୁତ୍ୱପୂର୍ଣ୍ଣ
ବ୍ୟାଟେରୀ ପରିବର୍ତ୍ତନ ହେଉଛି ଇଲେକ୍ଟ୍ରିକ ଯାନ ମାଲିକମାନଙ୍କ ପାଇଁ ରକ୍ଷଣାବେକ୍ଷଣର ସବୁଠାରୁ ମହଙ୍ଗା ଦିଗ ମଧ୍ୟରୁ ଗୋଟିଏ। ଏକ ସ୍କୁଟର ଯାହା ପ୍ରାରମ୍ଭିକ ଭାବରେ ୧୦୦ କିଲୋମିଟର ଦୂରତା ଯିବାର ଶକ୍ତି ଦିଏ ତାହାର ବ୍ୟାଟେରୀ ବିଶେଷ କରି ଏନ୍ଏମ୍ସି ବ୍ୟାଟେରୀ କ୍ଷେତ୍ରରେ ଶ୍ରୀଘ୍ର ଅବକ୍ଷୟ ଘଟେ ଏବଂ ସମୟ କ୍ରମେ କମ୍ ଦୂରତା ଯିବାକୁ ବାଧ୍ୟ କରାଏ।
ସୁଜକି ଇ-ଆକ୍ସେସ ପରି ଏଲ୍ଏଫ୍ପି ବ୍ୟାଟେରୀ ଥିବା ଗାଡ଼ି କ୍ଷେତ୍ରରେ ଦୂରତା ପହଞ୍ଚିବା ନିରନ୍ତରତା ସମ୍ଭାବନା ବହୁତ ଭଲ। ଗାଡ଼ି ଚାଳକ ମାନେ ବର୍ଷ ବର୍ଷ ଧରି ଏକ ସ୍ଥିର ଦୂରତା ପହଞ୍ଚିବା ଅନୁଭବ କରନ୍ତି। ଯାହା ବ୍ୟାଟେରୀ ବଦଳାଇବାର ଆବଶ୍ୟକତାକୁ ହ୍ରାସ କରେ ଏବଂ ସ୍କୁଟରର ସାମଗ୍ରିକ ଜୀବନ ବୃଦ୍ଧି କରିଥାଏ।
ଦୀର୍ଘକାଳୀନ ପରିସର ସ୍ଥିରତା:
3 / 4
(X-ଆକ୍ସିସ: ଦୂରତା | Y-ଆକ୍ସିସ: ଚାର୍ଜ ଓ୍ୱାରି ଦୂରତା)
ଏହି ଗ୍ରାଫ୍ ସମୟ ସହିତ ପ୍ରତି ଚାର୍ଜରେ ପରିବର୍ତ୍ତନକୁ ତୁଳନା କରେ। ଯେତେବେଳେ ଯାନ ଅଧିକ ଦୂରତା ଯାତ୍ରା କରେ ଏବଂ ଏନଏମସି ଏବଂ ଏଲପିଏଫ୍ ବ୍ୟାଟେରୀ ମଧ୍ୟରେ କାର୍ଯ୍ୟଦକ୍ଷତାରେ ପାର୍ଥକ୍ୟ ଏହି ଗ୍ରାଫ୍ ଦର୍ଶାଏ।
ଲାଲ ବିନ୍ଦୁ ରେଖା ଯାହା ଏନଏମସି ବ୍ୟାଟେରୀକୁ ପ୍ରତିନିଧିତ୍ୱ କରେ, ପ୍ରାରମ୍ଭରେ ଏକ ଉଚ୍ଚ ରେଞ୍ଜ ସହିତ ଆରମ୍ଭ ହୁଏ କିନ୍ତୁ ଯାତ୍ରା ବୃଦ୍ଧି ପାଇବା ସହିତ ଏହାର ଦୂରତା ଦ୍ରୁତ ଗତିରେ ହ୍ରାସ ପାଏ। ତୁଳନାର ସୁଜୁକି ଇ-ଆକ୍ସେସରେ ଏଲପିଏଫ୍ ବ୍ୟାଟେରୀକୁ ପ୍ରତିନିଧିତ୍ୱ କରୁଥିବା କଠିନ ନୀଳ ରେଖା ଟିକିଏ କମ୍ ରେଞ୍ଜ ସହିତ ଆରମ୍ଭ ହୁଏ କିନ୍ତୁ ସମୟ ସହିତ ଅଧିକ ସ୍ଥିର ଏବଂ ସ୍ଥିର ରହିଥାଏ।
ଉଦାହରଣ: ପ୍ରାରମ୍ଭରେ ଏକ ଏନଏମସି ବ୍ୟାଟେରୀଯୁକ୍ତ ସ୍କୁଟର ଏକ ଏଲଏଫପି ତୁଳନାରେ ଟିକିଏ ଅଧିକ ରେଞ୍ଜ ପ୍ରଦାନ କରିପାରେ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ସମୟ ପରେ (ଯଥା- ୧.୫ ବର୍ଷ, ପ୍ରାୟ ୮୦ କିମି/ଦିନ ବ୍ୟବହାର ଧରନ୍ତୁ) ଏଲଏଫପି ବ୍ୟାଟେରୀ ଦେଉଥିବା ଦୂରତା ଏନଏମସି ବ୍ୟାଟେରୀ ସହିତ ସମାନ ହୋଇଥାଏ। ଏହାପରେ ଏଲଏଫପି ସମାନ ରେଞ୍ଜ ବା ଦୂରତା ବଜାୟ ରଖେ। ଅର୍ଥାତ୍ ସମୟ ସହିତ ଏକ ସ୍ପଷ୍ଟ ଲାଭ ପ୍ରଦାନ କରେ।
ସଂକ୍ଷେପରେ କହିବାକୁ ଗଲେ ଯଦି ବ୍ୟାଟେରୀ ଅବନତିକୁ ବିଚାର କରାନଯାଏ ତେବେ ପ୍ରାରମ୍ଭିକ ପରିସରର ସଂଖ୍ୟା ଭ୍ରାମକ ହୋଇପାରେ। ଯଦିଓ ଏନଏମସି ପ୍ରାରମ୍ଭିକ ଭାବରେ ଭଲ ସଂଖ୍ୟା ଦେଇପାରେ ତଥାପି ଜୀବନକାଳ ମଧ୍ୟରେ ଏଲଏଫପି ର ଧୀର ଅବନତି ନିଶ୍ଚିତ କରେ ଯେ ଆପଣ ଯେଉଁ ରେଞ୍ଜ ସହିତ ଆରମ୍ଭ କରିବେ ତାହା ଦୀର୍ଘ ସମୟ ପାଇଁ ସେହି ରେଞ୍ଜ ପ୍ରଦାନ କରିଥାଏ।
ପ୍ରକୃତ ବ୍ୟବହାର: ବ୍ୟବହାରିକତା ଉପରେ ଧ୍ୟାନ ଦିଅନ୍ତୁ କେବଳ ସର୍ବାଧିକ ରେଞ୍ଜ ନୁହେଁ
ଯଦିଓ ରେଞ୍ଜ ପ୍ରାୟତଃ ଏକ ଗୁରୁତ୍ୱପୂର୍ଣ୍ଣ ତୁଳନାତ୍ମକ ବିନ୍ଦୁ। କିନ୍ତୁ ଏହା ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭାରତରେ ଅଧିକାଂଶ ଦୈନିକ ଯାତ୍ରା ଛୋଟ ଏବଂ ନିୟମିତ ହୋଇଥାଏ ତାହା ବୁଝି କିଛି ନିର୍ମାତା କେବଳ ଉଚ୍ଚ ରେଞ୍ଜ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ପ୍ରକୃତ କାର୍ଯ୍ୟଦକ୍ଷତାକୁ ଅପ୍ଟିମାଇଜ୍ କରିବା ଉପରେ ଧ୍ୟାନ ଦେଉଛନ୍ତି। ଉଦାହରଣ ସ୍ୱରୂପ, ସୁଜୁକି ଇ-ଆକ୍ସେସରେ ଏହି ପଦ୍ଧତି ଗ୍ରହଣ କରିଛି:
* ଏହା ୩.୧ kWh ବ୍ୟାଟେରୀ ଦ୍ୱାରା ୯୫ କିଲୋମିଟରର ବାସ୍ତବବାଦୀ ରେଞ୍ଜ ପ୍ରଦାନ କରେ।
* ବ୍ୟବହାର ତଥ୍ୟ ଅନୁଯାୟୀ ସାଧାରଣତଃ ଜଣେ ଭାରତୀୟ ଚାଳକ ଦିନକୁ ପ୍ରାୟ ୩୦ କିଲୋମିଟର ଯାତ୍ରା କରନ୍ତି। ଯାହାର ଅର୍ଥ ହେଉଛି ଅଧିକାଂଶ ଆରୋହୀ ଗୋଟିଏ ଚାର୍ଜରେ ତିନି ଦିନ ପାଇଁ ଚଲାଇପାରିବେ।
ଏହି ପଦ୍ଧତି ବ୍ୟବହାରିକତା ସହିତ ସାଲିସ ନକରି ସ୍କୁଟରକୁ ହାଲୁକା ଏବଂ ପରିଚାଳନା କରିବାକୁ ସହଜ କରିଥାଏ।
ସ୍ଥାୟୀତ୍ୱ ଏବଂ ଆତ୍ମବିଶ୍ୱାସ ପାଇଁ ନିର୍ମିତ
4 / 4
ବ୍ୟାଟେରୀର ରସାୟନ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବ୍ୟାଟେରୀର ସୁରକ୍ଷା ଏବଂ ପରୀକ୍ଷଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍କୁଟରରେ ବିଶେଷକରି ସୁଜୁକି ଇ-ଆକ୍ସେସରେ, ବ୍ୟାଟେରୀକୁ ଏକ ଦୃଢ଼ ଆଲୁମିନିୟମ କେସରେ ଆବଦ୍ଧ ରଖାଯାଇଛି, ଯାହା ସ୍କୁଟର ଫ୍ରେମରେ ସଂଯୁକ୍ତ। ଏହା ବ୍ୟାଟେରୀକୁ କୌଣସି କ୍ଷତି ପହଞ୍ଚିବାର ସମ୍ଭାବନା କମ୍ କରିଥାଏ ଏବଂ ଏହାକୁ ଆକସ୍ମିକ ନିଆଁରୁ ସୁରକ୍ଷିତ ରଖେ।
ଏହା ସହିତ ପ୍ରତ୍ୟେକ ଇ-ଆକ୍ସେସ ସ୍କୁଟର ଏବଂ ବ୍ୟାଟେରୀ କଠୋର ପରୀକ୍ଷଣ ପ୍ରୋଟୋକଲ ଦେଇ ଗତି କରେ। ଅତ୍ୟନ୍ତ ଗରମ ଏବଂ ଥଣ୍ଡା ଠାରୁ ଆରମ୍ଭ କରି ବର୍ଷା, କମ୍ପନ, ପାଣିରେ ବୁଡ଼ିଯିବା, ମୋଟର କ୍ଷତି, କ୍ରସିଂ ଏବଂ ପଙ୍କଚର ପର୍ଯ୍ୟନ୍ତ ପରୀକ୍ଷା ଦ୍ୱାରା ଗାଡ଼ି କିପରି ବାସ୍ତବ ଦୁନିଆକୁ ସହ୍ୟ କରିପାରିବ ତାହାକୁ ବିବେଚନା କରାଯାଇଥାଏ।
ସାରାଂଶ
ଏକ ଇଲେକ୍ଟ୍ରିକ୍ ସ୍କୁଟର ବାଛିବା କେବଳ ବୈଶିଷ୍ଟ୍ୟ ଦେଖି ହୁଏ ନାହିଁ, - ଏହା ଏକ ସମାଧାନ ବାଛିବା ବିଷୟକୁ ନେଇ ହୋଇଥାଏ ପୁଣି ଏ ସମାଧାନ ଆପଣଙ୍କୁ ଅଧିକ ଦିନ ଅଧିକ ଦୂର ଯାତ୍ରା ପାଇଁ ସହାୟକ ହୁଏ। ଏଲଏଫପି ବ୍ୟାଟେରୀ ପ୍ରଯୁକ୍ତିର ସମନ୍ୱୟ ସହିତ ସୁଜୁକି ଏକ ଇଲେକ୍ଟ୍ରିକ୍ ଯାନ ତିଆରି କରୁଛି, ଯାହା ଭାରତୀୟ ରାସ୍ତା ଏବଂ ସହରାଞ୍ଚଳ ଯାତାୟାତ ଆବଶ୍ୟକତା ପାଇଁ ସ୍ଥାୟୀ, ନିର୍ଭରଯୋଗ୍ୟ ଏବଂ ବ୍ୟବହାରିକ ହୋଇପାରିବ।
ସୁଜୁକି ଇ-ଏକ୍ସେସ, କେବଳ ଇଲେକ୍ଟ୍ରିକ୍ ନୁହେଁ, ଦୀର୍ଘ ଦୂରତା ପର୍ଯ୍ୟନ୍ତ ଚାଲିପାରୁଥିବା ଇଲେକ୍ଟ୍ରିକ୍।
ବିଶେଷ ଦ୍ରଷ୍ଟବ୍ୟ: ଏହି ଆଲେଖ୍ୟଟି ବ୍ରାଣ୍ଡ ଡେସ୍କ ଦ୍ୱାରା ସମ୍ପାଦିତ। ପାଠକ ନିଜ ବିବେକ ଅନୁସାରେ ବିଚାର କରିବାକୁ ଅନୁରୋଧ।