ବୁଧବାର ରାଜ୍ୟସଭା (Rajyasabha) ରେ କେନ୍ଦ୍ର ଗୃହ ରାଷ୍ଚ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ (G.Kishan Reddy) ଜେଲ୍ (Jail) ଓ କଏଦୀ (Prisons)ଙ୍କ ଉପରେ ପଚରା ଯାଇଥିବାର ପ୍ରଶ୍ନର ଉତ୍ତର ରଖିଛନ୍ତି।
Trending Photos
)
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅପରାଧ ବଢିବା ସହ ଜେଲରେ କଏଦୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଜେଲରେ ଯେତିକି କଏଦୀ ରଖିବାର କ୍ଷମତା ଅଛି, ତାହାଠାରୁ ୧୫ ପ୍ରତିଶତ ଅଧିକ କଏଦୀ ରଖାଯାଉଛି। ବୁଧବାର ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ଲିଖିତ ଉତ୍ତରର ଦେଇଛି।
ବୁଧବାର ରାଜ୍ୟସଭା (Rajyasabha) ରେ କେନ୍ଦ୍ର ଗୃହ ରାଷ୍ଚ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ (G.Kishan Reddy) ଜେଲ୍ (Jail) ଓ କଏଦୀ (Prisons)ଙ୍କ ଉପରେ ପଚରା ଯାଇଥିବାର ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଦେଶର ବିଭିନ୍ନ ଜେଲରେ ୪ ଲକ୍ଷ ୩ ହଜାର ୭୩୯ ଜଣ କଏଦୀ ରଖିବାର କ୍ଷମତା ଥିଲା। କିନ୍ତୁ ସେଥିରେ ୪ ଲକ୍ଷ ୭୮ ହଜାର ୬୦୦ କଏଦୀ ଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୦ ହଜାର ୪୮୭ ବିଚାରାଧିନ କଏଦୀ।
Also Read: ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢିଗଲା କାର, ଭାଇ-ଭଉଣୀ ସମେତ ୫ ମୃତ
କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ବାସ୍ତବ କ୍ଷମତା ଅପେକ୍ଷା ପ୍ରାୟ ୧୫ ପ୍ରତିଶତ ଅଧିକ କଏଦୀଙ୍କୁ ଜେଲରେ ରଖାଯାଇଛି। ସେହିପରି ପ୍ରାୟ ୭୦ ପ୍ରତିଶତ କଏଦୀ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। କୋରୋନା ସମୟରେ କିଛି ନିର୍ଦ୍ଦିଷ୍ଟ କଏଦୀଙ୍କୁ ଜାମିନ କିମ୍ବା ପାରୋଲରେ ଛଡା ଯାଇଛି। କିନ୍ତୁ ଏବେ ବି ହଜାର ହଜାର କଏଦୀ ବର୍ଷ ବର୍ଷ ଧରି ଜାମିନ (Bail) ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ସେମାନଙ୍କୁ ଜାମିନ ମିଳିପାରୁ ନାହିଁ। ଭାରତର ନ୍ୟାୟିକ ପ୍ରକ୍ରିୟା ଧିର ଥିବାରୁ ମଧ୍ୟ କଏଦୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି। ଫଳରେ ସରକାରୀ ରାଜକୋଷର କୋଟି କୋଟି ଟଙ୍କ ଖର୍ଚ୍ଚ ହେଉଛି।
ସେପଟେ ଦିଲ୍ଲୀରେ ଅପରାଧ (Delhi crime) କମିଛି କିମ୍ବା ଲୋକେ ଏତଲା ଦେଉନାହାନ୍ତି ବା ଅଭିଯୋଗ କରୁନାହାନ୍ତି। ଯେଉଁଥିପାଇଁ ଦିଲ୍ଲୀ ପୋଲିସ (Delhi Police) ରେ ଅପରାଧିକ ମାମଲା ପଞ୍ଜିକରଣ ହ୍ରାସ ପାଇଛି। ୨୦୧୯ ତୁଳନାରେ ୨୦୨୦ ମସିହାରେ ୧୬.୮୬ ପ୍ରତିଶତ IPC ଅପରାଧ ପଞ୍ଜିକରଣ କମଛି। ସେହିପରି ଗତବର୍ଷ ତୁଳନାରେ ଚଳିତବର୍ଷର ପ୍ରଥମ ୨ ମାସରେ ୧୨.୮୨ ପ୍ରତିଶତ କମ୍ ଅପରାଧିକ ମାମଲା ରୁଜୁ ହୋଇଛି ବୋଲି କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି।
Also Read: ବିବାଦୀୟ ବୟାନ ପରେ ଏବେ Corona କବଳରେ Uttrakhand CM
ଦିଲ୍ଲୀ ପୋଲିସ, କେନ୍ଦ୍ର ସରକାର (Central Govt) ଙ୍କ ଅଧିନରେ ଆସୁଛି। କିନ୍ତୁ ଏଠାରେ ବି ହଜାର ହଜାର ପଦବୀ ଖାଲି ରହୁଛି। ସରକାର ୯୪ ହଜାର ୩୫୩ ପଦବୀ ପାଇଁ ସରକାର ସ୍ୱୀକୃତି ଦେଇଥିଲେ କିନ୍ତୁ ଚଳିତବର୍ଷ ମାର୍ଚ୍ଚ ୧୫ ସୁଦ୍ଧା ୧୪ ହଜାର ୨୭୯ ପୋଲିସ ପଦବୀ ଖାଲି ପଡିଛି। ତେବେ ଏହି ଫାଙ୍କା ଥିବା ପଦବୀ ପୂରଣ ପ୍ରକ୍ରିୟା ଚାଲିଥିବା କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି।