ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ତାପରେ...
Advertisement

ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ତାପରେ...

ଆମେରିକାର ମଝି ଆକାଶରେ ୟୁନାଇଟେଡ ଏୟାର ଲାଇନ୍ସ ବିମାନରେ ନିଆଁ ଲାଗିଯିବା ଫଳରେ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା ।

ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ତାପରେ...

ୱାଶିଂଟନ: ଅନେକ ସମୟରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ଖବର ଆପଣ ଜାଣିଥିବେ । ଏମିତି ଦୁର୍ଘଟଣାରେ ଧନ ଜୀବନ ହାନି ହେବା ଖବର ମଧ୍ୟ ନଜିର ରହିଛି । କେଉଁଠି ଏହାକୁ ପରିଚାଳନା କରୁଥିବା ପାଇଲଟର ଭୁଲ ଥାଏ ନହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅନେକ  ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ । ତେବେ ଆମେରିକାର ମଝି ଆକାଶରେ ୟୁନାଇଟେଡ ଏୟାର ଲାଇନ୍ସ ବିମାନରେ ନିଆଁ ଲାଗିଯିବା ଫଳରେ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା ।

ସୂଚନାନୁସାରେ, ଉଡ଼ାଣ ଭରିବା ସମୟରେ ବିମାନର ଇଞ୍ଜିନ (Airlines Engine) ରେ ନିଆଁ ଲାଗିଯାଇଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ଇଞ୍ଜିନ ଫେଲ (Engine Fail) ହୋଇଯିବାରୁ ମଝି ଆକାଶରେ ଏହି ନିଆଁ ଲାଗିଯାଇଥିବା ସୂଚନା ରହିଛି। ଇଞ୍ଜିନରେ ନିଆଁ ଲାଗିଯିବା ପରେ ତୁରନ୍ତ ବିମାନକୁ ଆପାତ୍ତକାଳିନ ଅବତରଣ କରିବାକୁ ପାଇଲଟ ନିଷ୍ପତ୍ତି ନେଇଥିଲେ । ୨୩୧ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ କୌଣସି ଦୁର୍ଘଟଣାର ସାମ୍ନା ନକରି ସୁରକ୍ଷିତ ଭାବେ ଅବତରଣ କରିବାରେ ସଫଳ ହୋଇଥିଲା ।

fallback

Also Read: ଯୁବକଙ୍କୁ ପ୍ରଥମେ କିସ୍ କଲେ, ପରେ ତାଙ୍କ ଜିଭ କାଟିଦେଲେ...

ଆମେରିକା (America) ର ଡେନଭର ସହରରେ ଜଳନ୍ତା ବିମାନ ଇଞ୍ଜିନର କିଛି ଅଂଶ ଏଣେତେଣେ ପଡ଼ିଥିବା ଦେଖାଯାଇଛି । ତେବେ ଏହି ବିମାନରେ ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ କେହି ଜଣେ ଏହି ଭିଡିଓକୁ ସୁଟ୍ କରି ସୋସିଆଲ ମିଡିଆ (Social Media) ରେ ଭାଇରାଲ କରିଥିଲେ । ତେବେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ୨୩୧ ଯାତ୍ରୀଙ୍କ ଜୀବନ ବଞ୍ଚିଥିବା ବେଳେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ।