)
ୱାସିଂଟନ: କୋରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ପାର କରିଛି । ସେହିପରି ମୃତ୍ୟୁ ସଂଖ୍ୟା ୯୦ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୭ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା Johns Hopkins ପକ୍ଷରୁ ଜଣାପଡ଼ିଛି ।
ଆଜିର ତାଜା ରିପୋର୍ଟ କହୁଛି, ଏପର୍ଯ୍ୟନ୍ତ ଆମେରିକାରେ ୧୫ଲକ୍ଷ ୭ହଜାର ୭୭୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୩ଲକ୍ଷ ୩୯ହଜାର ୨୩୨ ଜଣ ସୁସ୍ଥ ହେଲେଣି । ସେହିପରି ୯୦ ହଜାର ୧୧୩ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ଏବେବି ୧୦ଲକ୍ଷ ୭୮ ହଜାର ୪୨୮ ଜଣଙ୍କ ଚିକିତ୍ସା ଜାରି ରହିଛି ।
ଏବେ ନଜର ପକାନ୍ତୁ ବିଶ୍ୱବ୍ୟାପୀ କୋରୋନା ରିପୋର୍ଟ ଉପରେ । ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ଲକ୍ଷ ୧୬ ହଜାର ୯୨୮ରେ ପହଞ୍ଚିଲାଣି । ସେହିପରି ୩ଲକ୍ଷ ୧୨ ହଜାର ୯୦୨ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୮ଲକ୍ଷ ୧୦ ହଜାର ୧୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି ।