Advertisement
Article Detail0/zeeodisha/odisha760654
Zee OdishaOdisha National-Internationalବିଶ୍ୱ ନୁଡଲ୍ସ ଦିବସ: ମହାଭାରତ ଯୁଗରେ ବି ଖାଉଥିଲେ ଲୋକ!

ବିଶ୍ୱ ନୁଡଲ୍ସ ଦିବସ: ମହାଭାରତ ଯୁଗରେ ବି ଖାଉଥିଲେ ଲୋକ!

ଆଜି ବିଶ୍ୱ ନୁଡଲ୍ସ ଦିବସ। ଏହା କେଉଁଠି ଉତ୍ପତ୍ତି ହୋଇଥିଲା ତାହାକୁ ନେଇ ବିରୋଧାଭାସ ରହିଛି। ତେବେ ନୁଡଲ୍ସ ୪ ହଜାର ବର୍ଷ ପୂର୍ବେ ଲୋକେ ଖାଉଥିବାର ପ୍ରମାଣ ମିଳିଛି।

ବିଶ୍ୱ ନୁଡଲ୍ସ ଦିବସ: ମହାଭାରତ ଯୁଗରେ ବି ଖାଉଥିଲେ ଲୋକ!

ଆଜି ବିଶ୍ୱ ନୁଡଲ୍ସ ଦିବସ। ଏହା କେଉଁଠି ଉତ୍ପତ୍ତି ହୋଇଥିଲା ତାହାକୁ ନେଇ ବିରୋଧାଭାସ ରହିଛି। ତେବେ ନୁଡଲ୍ସ ୪ ହଜାର ବର୍ଷ ପୂର୍ବେ ଲୋକେ ଖାଉଥିବାର ପ୍ରମାଣ ମିଳିଛି।

ଚାଇନାଠୁ ଚିକାଗୋ ଓ ଆଫ୍ରିକାରୁ ଅଷ୍ଟ୍ରେଲିଆ, ସବୁଠି ଘରେ ଘରେ ପରିଚିତ ନୁଡଲ୍ସ। ବର୍ତ୍ତମାନ ସମୟରେ ଏହା ପଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ। ନୂଡଲ୍ସ ବିଶେଷ କରି ଚାଇନା ଓ ପୂର୍ବ ଏସିଆରେ ଭାରି ଲୋକ ପ୍ରିୟ। ଲୋକଙ୍କ ମନ ଜିତିଥିବା ସେହି ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ନୁଡଲ୍ସ ପାଇଁ ପ୍ରତିବର୍ଷ ଅକ୍ଚୋବର ୬ରେ ପାଳନ ହେଉଛି ବିଶ୍ୱ ନୁଡଲ୍ସ ଦିବସ।

ବର୍ତ୍ତମାନ ସମୟରେ ନୁଡଲ୍ସର କୌଣସି ସଜ୍ଞା ନାହିଁ। ଭିନ୍ନ ଭିନ୍ନ ଦେଶରେ ଏହାକୁ ଭିନ୍ନ ଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ କରାଯାଏ। ସମୟ ସହ ଏହାର ଫ୍ଲେବରରେ ପରିବର୍ତ୍ତନ ଆସିଛି। କିନ୍ତୁ ନୁଡଲ୍ସର ମୂଳ ରୂପରେ ପୂର୍ବଭଳି ପତଳା ଓ ଲମ୍ବା ରହିଛି। ଏହା ସହଜରେ ପ୍ରସ୍ତୁତ ହେଉଥିବା ବେଳେ ଶୀଘ୍ର ହଜମ ହୁଏ। ତେଣୁ ନୁଡଲ୍ସର ଲୋକପ୍ରିୟତା ବଢିବାରେ ଲାଗିଛି। ଇଟାଲରେ ବିଶ୍ୱର ସବୁଠି ଅଧିକ ପ୍ରକାରର ନୁଡଲ୍ସ ମିଳେ।

Add Zee News as a Preferred Source

ନୁଡଲ୍ସ ପ୍ରଥମେ ବିଶ୍ୱର କେଉଁ ସ୍ଥାନରେ ଉତ୍ପତ୍ତି ହୋଇଥିଲା, ତାହାର ସଠିକ ଉତ୍ତର ମିଳିନାହିଁ। କିଛି ଐତିକାସିକଙ୍କ ମତରେ ନୁଡଲ୍ସର ଉତ୍ପତ୍ତି ସ୍ଥାନ ଚାଇନା। ୪ ବର୍ଷ ପୂର୍ବେ ଅର୍ଥାତ ମହାଭାରତର ସମକାଳୀନ ସମୟରେ ଚାଇନିଜମାନେ ନୁଡଲ୍ସ ଖାଉଥିବାର ପ୍ରମାଣ ମିଳିଛି। ପ୍ରଥମେ ଏହାକୁ ବାଜରାରେ ପ୍ରସ୍ତୁତ କରାଯାଉଥିଲା। ପରେ ଗହମ ଓ ଚାଉଳରେ ପ୍ରସ୍ତୁତ ନୁଡଲ୍ସ ଅଧିକ ଲୋକପ୍ରିୟ ହେଲା। ପ୍ରଥମ ଥର ବୌଦ୍ଧ ସନ୍ୟାସୀମାନେ ନୁଡଲ୍ସକୁ ଚାଇନାରୁ ବାହରକୁ ନେଇଯାଇଥିଲେ।

ନବମ ଶତାବ୍ଦିରେ ଜାପାନବାସୀ ନୁଡଲ୍ସ ସହ ପରିଚିତ ହୋଇଥିଲେ। ପରେ ସେଠାରେ ଏହାର ଲୋକପ୍ରିୟତା ବଢିବାରେ ଲାଗିଲା। ଆଉ ଧିରେଧିରେ ଅନ୍ୟଦେଶକୁ ଏହି ବ୍ୟଞ୍ଚନ ବ୍ୟାପିଥିଲା। ଯିଶୁଖ୍ରୀଷ୍ଟଙ୍କ ଜନ୍ମର ବହୁ ବର୍ଷ ପୂର୍ବେ ଗ୍ରୀକମାନେ ନୁଡଲ୍ସ ଖାଉଥିବା ବିଶ୍ୱାସ କରାଯାଉଛି।

About the Author