ଅନଲକ୍-2 ପାଇଁ ଗାଇଡଲାଇନ୍ ଜାରି କଲେ ସରକାର, କଣ୍ଟେନମେଣ୍ଟ ଜୋନରେ କଠୋରତା ସହ ଜାରି ରହିବ ଲକଡାଉନ୍

ଅନଲକ୍-1ର ଅବଧି ଜୁନ୍ ୩୦ରେ ଶେଷ ହେବାକୁ ଯାଉଛି । ଏହା ସହିତ ଅନଲକ୍-2 ଘୋଷଣା କରାଯାଇଛି । ଯେଉଁଥିରେ ପ୍ରତିବନ୍ଧକ ସହ ଅନେକ କାର୍ଯ୍ୟକଳାପରେ ରିହାତି ମିଳିବ । 

ଅନଲକ୍-2 ପାଇଁ ଗାଇଡଲାଇନ୍ ଜାରି କଲେ ସରକାର, କଣ୍ଟେନମେଣ୍ଟ ଜୋନରେ କଠୋରତା ସହ ଜାରି ରହିବ ଲକଡାଉନ୍

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ୍-୨ ପାଇଁ ଦିଶାନିର୍ଦ୍ଦେଶ ବା ଗାଇଡଲାଇନ୍ ଜାରି କରିଛି । କୋରୋନା ଭାଇରସର କଣ୍ଟେନମେଣ୍ଟ ଜୋନ୍ ବାହାର ଅଞ୍ଚଳରେ ଅନେକ ଗତିବିଧିରେ ରିହାତି ମିଳିବ । ଅନ୍ୟପକ୍ଷେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ନିୟମକୁ କଡ଼ାକଡି ଭାବେ ଲାଗୁ କରାଯିବ ।

ଅନଲକ୍-1ର ଅବଧି ଜୁନ୍ ୩୦ରେ ଶେଷ ହେବାକୁ ଯାଉଛି । ଏହା ସହିତ ଅନଲକ୍-2 ଘୋଷଣା କରାଯାଇଛି । ଯେଉଁଥିରେ ପ୍ରତିବନ୍ଧକ ସହ ଅନେକ କାର୍ଯ୍ୟକଳାପରେ ରିହାତି ମିଳିବ । ଅନ୍ୟପକ୍ଷେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ କଡାକଡ଼ି ଭାବେ ଜାରି ରହିବ । ଜୁଲାଇ ୧ରୁ ଏହି ନୂତନ ଗାଇଡଲାଇନ୍ କାର୍ଯ୍ୟକାରୀ ହେବ ।

ପର୍ଯ୍ୟାୟକ୍ରମେ ଗତିବଧି ଆରମ୍ଭ କରିବା କାର୍ଯ୍ୟ ଅନଲକ୍-1ରେ କରାଯାଇଥିଲା । ଅନଲକ୍-2ରେ ଏହାକୁ ଆଗକୁ ବଢ଼ାଯିବ । ବିଭିନ୍ନ କ୍ଷେତ୍ରର ଲୋକମାନଙ୍କ ସହିତ ପରାମର୍ଶ କରିବା ପରେ ଅନଲକ୍-2 ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ଏଥିରେ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଏହାର ବିଭାଗ ମଧ୍ୟ ସାମିଲ ରହିଛି ।

ଅନଲକ୍-1ରେ ଜାରି କରାଯାଇଥିବା ଗାଇଡଲାଇନରେ ଧାର୍ମିକ ସ୍ଥାନ, ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ୍ ଜୁନ୍ ୮ରୁ କଣ୍ଟେନମେଣ୍ଟ ଜୋନ୍ ବାହାରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଆହୁରି ଆଗକୁ ମଧ୍ୟ ଜାରି ରହିବ । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରାଯାଇଛି ।

ଅନଲକ୍-2ର ଖାସ୍ କଥା... 

ସୀମିତ ସଂଖ୍ୟକ ଘରୋଇ ବିମାନ ଓ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ସେମାନଙ୍କର ସଞ୍ଚାଳନ ଆହୁରି ଆଗକୁ ମଧ୍ୟ ଜାରି ରହିବ । ରାତିର କର୍ଫ୍ୟୁର ସମୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହା ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଲୋକମାନଙ୍କର ଗତିବିଧି ତଥା ଶିଳ୍ପ ୟୁନିଟ୍, ଜାତୀୟ ତଥା ଆଞ୍ଚଳିକ ରାଜପଥରେ ସାମଗ୍ରୀ ଚଳାଚଳ, କୋରଗୋର ଅବତରଣ, ବସ୍, ଟ୍ରେନ୍, ବିମାନ ଲୋଡିଂ ଏବଂ ଅନଲୋଡ୍ କରିବା ପାଇଁ ନାଇଟ୍ କର୍ଫ୍ୟୁକୁ ମଧ୍ୟ କୋହଳ କରି ଦିଆଯାଇଛି ।

ବିଦ୍ୟାଳୟ-କଲେଜ ବନ୍ଦ 

୫ରୁ ଅଧିକ ଲୋକ ଦୋକାନରେ ଏକାଠି ହୋଇପାରିବେ । କିନ୍ତୁ ଏହି ସମୟରେ ସାମାଜିକ ଦୂରତା ନିୟମକୁ ସମ୍ପୂର୍ଣ୍ଣ ଧ୍ୟାନ ରଖିବା ଆବଶ୍ୟକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତାଲିମ ପ୍ରତିଷ୍ଠାନଗୁଡ଼ିକ ଜୁଲାଇ ୧୫ରୁ ଆରମ୍ଭ ହେବ । ଏଥିପାଇଁ ସରକାରଙ୍କ ଦ୍ୱାରା SOP ଜାରି କରାଯିବ । ବିଭିନ୍ନ ରାଜ୍ୟ ସରକାରଙ୍କ ସହ ପରାମର୍ଶ ପରେ ନିଷ୍ପତ୍ତି ନିଆଯାଇଛି ଯେ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ବନ୍ଦ ରହିବ ।

ବନ୍ଦେ ଭାରତ ମିଶନ ଅଧୀନରେ ସୀମିତ ସଂଖ୍ୟକ ଆନ୍ତର୍ଜାତୀୟ ବିମାନକୁ ଅନୁମତି ଦିଆଯାଇଛି । ଏହାକୁ ଆହୁରି ବୃଦ୍ଧି କରାଯିବ । ନିମ୍ନଲିଖିତ ଗତିବିଧି ବ୍ୟତୀତ ସମସ୍ତ ଗତିବିଧିକୁ କଣ୍ଟେନମେଣ୍ଟ ଜୋନ୍ ବାହାରେ ଅନୁମତି ଦିଆଯିବ ।

-ମେଟ୍ରୋ ରେଳ, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଚିତ୍ତବିନୋଦନ ପାର୍କ, ଥିଏଟର, ବାର୍, ଅଡିଟୋରିୟମ୍, ବିଧାନସଭା ହଲ୍ 

-ସାମାଜିକ / ରାଜନୈତିକ / କ୍ରୀଡା / ମନୋରଞ୍ଜନ / ଏକାଡେମିକ୍ / ସାଂସ୍କୃତିକ / ଧାର୍ମିକ ଏବଂ ଅନ୍ୟାନ୍ୟ ବଡ଼ ସମାବେଶ 

-ସ୍ଥିତି ସମୀକ୍ଷା କରିବା ପରେ ଏହି କାର୍ଯ୍ୟକଳାପ ଆରମ୍ଭ କରିବାର ତାରିଖ ଘୋଷଣା କରାଯିବ