ନଭେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଅନଲକ୫ ଗାଇଡଲାଇନ୍ସ, ଜାଣନ୍ତୁ କ'ଣ ରହିଛି ନିୟମ...
Advertisement

ନଭେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଅନଲକ୫ ଗାଇଡଲାଇନ୍ସ, ଜାଣନ୍ତୁ କ'ଣ ରହିଛି ନିୟମ...

ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଦିଆଯାଇଛି।

ନଭେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଅନଲକ୫ ଗାଇଡଲାଇନ୍ସ, ଜାଣନ୍ତୁ କ'ଣ ରହିଛି ନିୟମ...

ନୂଆଦିଲ୍ଲୀ: କୋରୋନା ସଙ୍କଟ (Corona Crisis) କୁ ନଜରରେ ରଖି ଗୃହ ମନ୍ତ୍ରଣାଳୟ (Home Ministry) ପକ୍ଷରୁ ଅନଲକ୍୫ ଗାଇଡଲାଇନ୍ସ (Guidelines) ଜାରି କରାଯାଇଛି। ଏହା ସହ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଜଣାଇ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ (Contenment Zone) ଅଞ୍ଚଳରେ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ଲକଡାଉନ (Lockdown) ଜାରି ରହିବ।  

ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯଦି  ଜଣେ ବ୍ୟକ୍ତି କିମ୍ବା କୌଣସି ସାମଗ୍ରୀ ରାଜ୍ୟ ଭିତରେ କିମ୍ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏଥିପାଇଁ କୌଣସି ପୃଥକ ପାସ ନେବାକୁ ପଡିବ ନାହିଁ। ଅନଲକ୍୫ ଗାଇଡଲାଇନ୍ସ ଅନୁସାରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଆନ୍ତର୍ଜାତୀୟ ଭ୍ରମଣ ଉପରେ ଛାଡ କରାଯାଇଛି। ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଦିଆଯାଇଛି।

 

ସେପ୍ଟେମ୍ବର ୩୦ ତାରିଖରେ କେନ୍ଦ୍ର ସରକାର ଅନଲକ୍୫ ପାଇଁ ଗାଇଡଲାଇନ୍ସ ଜାରି କରିଥିଲେ। ଏହା ଅଧିନରେ ଅକ୍ଟୋବର ୧୫ ତାରିଖ ପରେ ସିନେମା ହଲ୍, ପାର୍କ, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଗୃହ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ନିର୍ଦ୍ଦେଶବଳୀ ଅନୁସାରେ ସିନେମା ହଲ ସେମାନଙ୍କ ମୋଟ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲିପାରିବ ବୋଲି ଅନୁମତି ମିଳିଥିଲା । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ।  ଏବାବଦରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ମତାମତ ନେବେ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଦେଶକୁ ଏକ ବାର୍ତ୍ତା ଦେଇ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏନେଇ ସେ କହିଛନ୍ତି ଆମେ କୋରୋନା ବିରୁଦ୍ଧରେ ସଂଗ୍ରାମ କରିଛେ, ହେଲେ ଔଷଧ ବାହାରି ନାହିଁ ସେ ପର୍ଯ୍ୟନ୍ତ କୋରୋନାକୁ କେହି ହାଲକା ଭାବେ ଗ୍ରହଣ କରିବା ଆବଶ୍ୟକ ନୁହେଁ। ନୂଆବର୍ଷ ଆରମ୍ଭ ହେବା ପର୍ଯ୍ୟନ୍ତ ଏବେ ଲଗାତାର ଭାବେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଉଛି। ଏଭଳି ପରିସ୍ଥିତିରେ ବଜାରରେ ଭିଡ ହେବାରେ ଲାଗିଛି। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଲୋକଙ୍କୁ କଠୋର ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି।