ବିହାର ନିର୍ବାଚନ: ଜୟ ଶ୍ରୀରାମ ନାରାରେ କମ୍ପି ଉଠିଲା ଯୋଗୀଙ୍କ ରାଲି
Advertisement

ବିହାର ନିର୍ବାଚନ: ଜୟ ଶ୍ରୀରାମ ନାରାରେ କମ୍ପି ଉଠିଲା ଯୋଗୀଙ୍କ ରାଲି

ୟୁପି ସିଏମ ଯୋଗୀଙ୍କୁ ଦେଖିବା ଲାଗି ସଭାସ୍ଥଳରେ ହଜାର ହଜାର ସଂଖ୍ୟକ ଲୋକ ଏକାଠି ହୋଇଥିଲେ।

ବିହାର ନିର୍ବାଚନ: ଜୟ ଶ୍ରୀରାମ ନାରାରେ କମ୍ପି ଉଠିଲା ଯୋଗୀଙ୍କ ରାଲି

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Elelction 2020) ଲାଗି ଦିନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ନିର୍ବାଚନୀ ପ୍ରଚାରରେ ସରଗରମ ହୋଇଉଠିଛି ରାଜନୈତିକ ପାଣିପାଗ। ନିର୍ବାଚନରେ ବାଜିମାତ କରିବା ପାଇଁ ସବୁ ଦଳ ଏବେ ନିଜର ସମସ୍ତ ସାମର୍ଥ୍ୟ, ଶକ୍ତି, ତାକତ ଲଗାଇ ଦେଇଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଏବେ ନିର୍ବାଚନୀ ରାଲି କରିବାରେ ଲାଗି ପଡିଛନ୍ତି। 

ଏହିକ୍ରମରେ ଦଳ ତଥା ଏନଡିଏ (NDA) ମେଣ୍ଟ ଲାଗି ପ୍ରଚାର କରିବାକୁ ବିହାର କୈମୁର ଠାରେ ପହଞ୍ଚିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (UP CM) ତଥା ବିଜେପି ତାରକା ପ୍ରଚାରକ (BJP Star Campaigner) ଯୋଗୀ ଆଦିତ୍ୟନାଥ (Yogi Adityanath)। ୟୁପି ସିଏମ ଯୋଗୀ (UP CM Yogi) ଙ୍କୁ ଦେଖିବା ଲାଗି ସଭାସ୍ଥଳରେ ହଜାର ହଜାର ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ଏପରି ମିଡିଆ ଲାଗି ନିର୍ମିତ ହୋଇଥିବା ବ୍ୟାରିକେଡିଂ ଉପସ୍ଥତି ଲୋକଙ୍କ ଦ୍ୱାରା ଭାଙ୍ଗି ଯାଇଥିଲା। 

ମଞ୍ଚରୁ ଥାଇ ସିଏମ ଯୋଗୀ କୋରୋନା ଲାଗି ଜାରି ହୋଇଥିବା ଗାଇଡ ଲାଇନ (Corona Guidelines) ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। କୈମୁର ରାଲିକୁ ସମ୍ବୋଧିତ କରିବାକୁ ଯାଇ ସେ କହିଛନ୍ତି," ମୁଁ ଭଗବାନ ରାମଙ୍କ ଜନ୍ମଭୂମିରୁ ଆସିଛି। ଉତ୍ତରପ୍ରଦେଶ-ବିହାର ସମ୍ପର୍କ ବେଶ ମଜବୁତ ଏହାକୁ କେହି ଭାଙ୍ଗି ପାରିବେ ନାହିଁ। ନିର୍ବାଚନରେ ​​ଜନତା ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ମୁଁ ବିହାରକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାର କ୍ରମାଗତ ଭାବେ ପ୍ରଗତି ପଥରରେ ଆଗେଇ ଚାଲିଛି। ପ୍ରାୟ ୭ ମାସ ଧରି ସମଗ୍ର ଦେଶ ବିଶ୍ୱ ମହାମାରୀ କରୋନା ସହ ଲଢେଇ କରୁଛି। ପ୍ରଧାନମନ୍ତ୍ରୀ ମୋଦି ୧୩୫ କୋଟି ଭାରତୀୟଙ୍କୁ କୋରୋନା କବଳରୁ  ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି । ପ୍ରତ୍ୟେକ ଗରିବ ଲୋକ ମାଗଣାରେ ରାସନ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି। " 

ବିରୋଧି ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya janata Dal) କୁ ଟାର୍ଗେଟ କରି ୟୁପି ସିଏମ କହିଛନ୍ତି, "ଗୋଟିଏ ପଟେ ବିକାଶ କାର୍ଯ୍ୟ କରୁଥିବା ସରକାର ଅଛନ୍ତି, ଅନ୍ୟ ପଟେ ଜାତି, ଅଞ୍ଚଳ, ଭାଷା ନାମରେ ଲୋକଙ୍କୁ ଲଢାଉଥିବା ଏବଂ ହତ୍ୟା କରୁଥିବା ସରକାର ଅଛନ୍ତି। ସେମାନେ ସେମାନଙ୍କ ପରିବାର ବିଷୟରେ କଥାବାର୍ତ୍ତା କରନ୍ତି, ଆମେ ସମସ୍ତଙ୍କ ବିକାଶ ବିଷୟରେ ଆଲୋଚନା କରୁ। ତାଙ୍କର ମାନସିକତା ହେଉଛି ଦେଶକୁ ବିଭାଜିତ ରାସ୍ତାରେ ଆଗକୁ ନେଇଯିବା ଏବଂ ବିଜେପିର ମାନସିକତା ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତ ଦର୍ଶନକୁ ଗ୍ରହଣ କରିବା। ଯେଉଁ ସରକାର କାରଣରୁ ରାଜ୍ୟରେ ଆତଙ୍କବାଦ, ନକ୍ସଲବାଦ ଏବଂ ଅରାଜକତା ବ୍ୟାପିଗଲା ସେଭଳି ସରକାର ସୁଯୋଗ ଦେବା ଉଚିତ କି ନୁହେଁ, ତାହାର ନିଷ୍ପତ୍ତି ନେବେ ସାଧାରଣ ଜନତ। "

ବିରୋଧି କଂଗ୍ରେସ (Congress) କୁ ଟାର୍ଗେଟ କରି ସିଏମ ଯୋଗୀ କହିଛନ୍ତି, " ଦେଶର ଅଧିକ ସମୟ ଶାସନ କରିବାର ସୁଯୋଗ ପାଇଛି କଂଗ୍ରେସ। ହେଲେ ଦଳର ଏଜେଣ୍ଡାରେ ଗରିବ କୃଷକ, ଯୁବକ, ମହିଳା ନଥିଲେ। ଏଠାରେ କେବଳ ଗୋଟିଏ ପରିବାର ଦେଶକୁ ଶାସନ କରିବାର ଏଜେଣ୍ଡା ଚାଲିଥିଲା। ଆରଜେଡିରେ କେବଳ ୪ ଜଣ ନେତାଙ୍କ ବ୍ୟତୀତ ଅନ୍ୟ କାହାର ଫଟୋ ପୋଷ୍ଟରରେ ଦେଖାଯାଉ ନାହିଁ। ଯେତେବେଳେ ଏହି ଲୋକଙ୍କୁ ପୋଷ୍ଟରରେ ସ୍ଥାନ ମିଳୁନାହିଁ, ସେମାନଙ୍କୁ କ'ଣ ସରକାରରେ ସ୍ଥାନ ମିଳିବ। ଏହି ଲୋକଙ୍କ ପେଟ ଏତେ ବଡ ଯେ ସେମାନେ ଗରିବ ଲୋକଙ୍କ ରାସନ ଖାଇଗଲେ ଏପରିକି ଗୋ ଖାଦ୍ୟ ମଧ୍ୟ ଖାଇଗଲେ।" 

ଏହା ସହିତ ସେ କହିଛନ୍ତି ଯେ ମୁଁ ପ୍ରଭୁ ଶ୍ରୀରାମଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇଛି। ଅଯୋଧ୍ୟାରେ ମର୍ଯ୍ୟଦା ପୁରୁଷ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏବେ କେହି କହିପାରିବେ ନାହିଁ ବିଜେପି ଦେଇଥିବା ପ୍ରତିଶୃତି ରକ୍ଷା କରିପାରିନାହିଁ। କରୋନା ସମୟରେ ଯେତେବେଳେ ବିହାରର ଲୋକ ପାଦରେ ଚାଲି ଚାଲି ଘରକୁ ଫେରୁଥିଲେ, ସେତେବେଳେ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି ସରକାର (AAP Govt) ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିଲା। ହେଲେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର (UP BJP Govt) ବିହାର ଲୋକଙ୍କ ପାଇଁ ଘରକୁ ଯିବା ଲାଗି ଗାଡିର ବନ୍ଦବୋସ୍ତ କରିଥିଲା । ସେମାନେ ଆମର ଅତିଥି ଥିଲେ। ତାଙ୍କ ସହ ଆମେ କୌଣସି ଭେଦଭାବ କରିନଥିଲୁ। ଆମେ ଲୋକଙ୍କ ସହ ଭଗବାନ ରାମଙ୍କ ଲାଗି କାର୍ଯ୍ୟ ମଧ୍ୟ କରିଥିଲୁ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଆରଜେଡି ସରକାର ବିହାରର ଯୁବକଙ୍କ ପରିଚୟକୁ ବିପଦରେ ପକାଇଛି। ଲୋକେ ବାହାରକୁ ଯିବାବେଳେ ସେମାନଙ୍କର ପରିଚୟ ଲୁଚାଇବାକୁ ପଡୁଥିଲା। ଆମେ ଏପରି ସରକାର ଚାହୁଁନାହୁଁ  ଯିଏ ବିହାରର ଲୋକଙ୍କୁ ଆତଙ୍କବାଦ ଆଡକୁ ଠେଲି ଦେବ। ମୁଁ ଯୁବପିଢିଙ୍କୁ ନିବେଦନ କରୁଛି ଆପଣ ସୋସିଆଲ ମିଡିଆ ବ୍ୟବହାର କରନ୍ତୁ ଏବଂ ବିଜେପି ଶାସନ ସମୟରେ ବିକାଶ କିପରି ହୋଇଛି ତାହା କୁହନ୍ତୁ।