ଲଭ୍ ଜିହାଦୀଙ୍କ ହେବ 'ରାମ୍ ନାମ୍ ସତ୍ୟ ହୈ'
Advertisement

ଲଭ୍ ଜିହାଦୀଙ୍କ ହେବ 'ରାମ୍ ନାମ୍ ସତ୍ୟ ହୈ'

ଲଭ୍ ଜିହାଦକୁ ଖତମ କରିବାକୁ ଅଣ୍ଟା ଭିଡିଛନ୍ତି ଉତ୍ତର ପ୍ରଦେଶ ସରକାର। ଆସନ୍ତା ଦିନରେ ଏ ମାମଲାରେ କଠୋର ଆଇନ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚେତାବନୀ ଦେଇଛନ୍ତି।

ସୌ- ଜୀ5

ଲକ୍ଷ୍ନୌ:  ଲଭ୍ ଜିହାଦକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଅଛନ୍ତି ଯୋଗୀ ସରକାର। ଆଲ୍ଲାବାଦ ହାଇକୋର୍ଟଙ୍କ ରାୟ ଏହାକୁ ଆହୁରି ବଢାଇ ଦେଇଛି। ତେବେ ଖୁବଶିଘ୍ର ଏହି ଲଭ୍ ଜିହାଦ ରୋକିବାକୁ ଉତ୍ତର ପ୍ରଦେଶ କଠୋର ଆଇନ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନିର୍ବାଚନୀ ରାଲିରେ କହିଛନ୍ତି।

ଶନିବାର ଆଲ୍ଲାବାଦ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ହୋଇଛି। ଭିନ୍ନ ଧର୍ମରେ ବିବାହ କରିଥିବା ଏକ ଦମ୍ପତ୍ତି ସୁରକ୍ଷା ଲୋଡି ଆଦଲତର ଦ୍ୱାରସ୍ତ ହୋଇଥିଲେ। ଅନ୍ୟଧର୍ମରେ ବିବାହ କରିବା କୌଣସି ପାପ ନୁହେଁ। କିନ୍ତୁ ମହିଳା ଜଣକ ବିବାହର ମାସକପୂର୍ବରୁ ନିଜ ଧର୍ମ ପରିବର୍ତ୍ତନ କରିଥିଲେ। ଆଉ ଅନ୍ୟ ଧର୍ମରେ ବିବାହ କରିଥିଲେ। ଯାହାକୁ ମହିଳାଙ୍କ ପରିବାର ଲୋକ ବିରୋଧ କରିଆସୁଛନ୍ତି।

କୋର୍ଟ ଏହି ମାମଲାର ବିଚାର କରି କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ ବିବାହ ଉଦ୍ଦେଶ୍ୟରେ କରାଯାଇଥିବା ସ୍ପଷ୍ଟ ଜଣା ପଡୁଛି। ଧର୍ମ ପରିବର୍ତ୍ତନ ପାଇଁ ବ୍ୟକ୍ତିର ଅଧିକାର ଅଛି। କିନ୍ତୁ ତାହା କେବେଳ ବିବାହ ପାଇଁ ଉର୍ଦ୍ଧିଷ୍ଟ ନୁହେଁ। ଏଥି ସହିତ ମହିଳାଙ୍କ ପରିବାର ଓ ପୋଲିସ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗରେ କୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି।

ସେପଟେ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ୍। ସେ ଜୋନପୁରର ଏକ ନିର୍ବାଚନୀ ସଭାରେ କହିଛନ୍ତି ଯେ, ଲଭ ଜିହାଦ ବିରୁଦ୍ଧରେ ସରକାର ଖୁବଶିଘ୍ର ଏକ କଠୋର ଆଇନ ଆଣିବେ। ଲଭ ଜିହାଦୀମାନେ ସୁଧୁରି ଯିବାର ସମୟ ଆସିଛି। ନଚେତ ସେମାନଙ୍କୁ ରାମ ନାମ ସତ୍ୟ ହୈ ଯାତ୍ରାରେ ପଠାଇ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।