Advertisement
Article Detail0/zeeodisha/odisha763742
Zee OdishaOdisha National-Internationalଦୁଷ୍କର୍ମକାରୀଙ୍କୁ କଂଗ୍ରେସ ଟିକଟ ! ବିରୋଧ କରିବାରୁ ତାରାଙ୍କୁ ମାଡ

ଦୁଷ୍କର୍ମକାରୀଙ୍କୁ କଂଗ୍ରେସ ଟିକଟ ! ବିରୋଧ କରିବାରୁ ତାରାଙ୍କୁ ମାଡ

ଉପନିର୍ବାଚନ ଟିକଟ ବଣ୍ଚାକୁ ନେଇ କଂଗ୍ରେସରେ କନ୍ଦଳ । ଜଣେ ଦୁଷ୍କର୍ମକାରୀଙ୍କୁ ଟିକଟ ଦିଆଯାଉଥିବା ଅଭିଯୋଗ । ପ୍ରତିବାଦ କରିବାରୁ ମହିଳାଙ୍କୁ ଦଳୀୟ କର୍ମୀଙ୍କ ଦୁର୍ବ୍ୟବହାର ।

ଦୁଷ୍କର୍ମକାରୀଙ୍କୁ କଂଗ୍ରେସ ଟିକଟ ! ବିରୋଧ କରିବାରୁ ତାରାଙ୍କୁ ମାଡ

ନୂଆଦିଲ୍ଲୀ: ବିହାର ବିଧନସଭା ଓ ଅନ୍ୟ ଉପ ନିର୍ବାଚନ ପାଇଁ ଆଉ ମାତ୍ର ୩ ସପ୍ତାହ ସମୟ । ବିହାରଠୁ ଯୁପି ସବୁଠି ମାହୋଲ ସରଗରମ । ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରାର୍ଥୀ ଚୟନ । ଇତି ମଧ୍ୟରେ ପଦାରେ ପଡିଛି ଉତ୍ତର ପ୍ରଦେଶ କଂଗ୍ରେସର ଦଳିୟ କନ୍ଦଳ ।

ୟୁପିର ଖାଲି ପଡିଥିବା ୮ଟି ବିଧାନସଭା ସିଟରେ ଉପନିର୍ବାଚନ ହେବାର ଅଛି । ଦେଓରିଆ ପାଇଁ ମୁକୁନ୍ଦ ଭାଷ୍କରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳୀୟ ନେତ୍ରୀ ତାରା ଯାଦବ । ଜଣେ ଦୁଷ୍କର୍ମକାରୀଙ୍କୁ କାହିଁକି ଟିକଟ ଦିଆଗଲା ବୋଲି ଶନିବାରର ଏକ କାର୍ଯ୍ୟକ୍ରମରେ ତାରା ପଚାରିଥିଲେ ।

ଏହି ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ସେଠାରେ ଉପସ୍ଥିତ ଥିବା କଂଗ୍ରେସ କର୍ମୀ ତାରାଙ୍କ ଉପରେ ଆକ୍ରମଣ କରିଥିଲେ । ତଥାପି ତାରା ନିଜ ପ୍ରଶ୍ନ ସହ ସେମାନଙ୍କୁ ଦୃଢତାର ସହ ସାମନା କରିଥିଲେ । ଏହାର ଘଟଣାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କ'ଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ରହିଲା ।

Add Zee News as a Preferred Source

ହାଥରସ ଘଟଣାକୁ ନେଇ କଂଗ୍ରେସ ଆନ୍ଦୋଳିତ ହୋଇ ଉଠିଛି । ପୀଡିତାଙ୍କୁ ନ୍ୟାୟ ଦେବାକୁ ଦଳ ପକ୍ଷରୁ ରାଲି ଓ ପ୍ରଦର୍ଶନ କରାଯାଉଛି । ଆଉ ସେହି ରାଜ୍ୟ ଓ ସେହି ଦଳରେ ଜଣେ ଦୁଷ୍କର୍ମକାରୀଙ୍କୁ କଂଗ୍ରେସ ଟିକଟ ଦେବା କେତେ ଯୁକ୍ତିଯୁକ୍ତ ? ଏପରି ନିଷ୍ପତ୍ତି ଆମ ଦଳର ବିଶ୍ୱାସନୀୟତା ଉପରେ ଆଞ୍ଚ ଆସିବ ବୋଲି ତାରା କହିଛନ୍ତି । 

About the Author