Aadhaar Cardରେ ସାଂଘାତିକ ତ୍ରୁଟି; ପିଲାର ଭବିଷ୍ୟତ ଅନ୍ଧାର, ନାମ ବଦଳରେ ଲେଖା ହୋଇଛି...
Advertisement

Aadhaar Cardରେ ସାଂଘାତିକ ତ୍ରୁଟି; ପିଲାର ଭବିଷ୍ୟତ ଅନ୍ଧାର, ନାମ ବଦଳରେ ଲେଖା ହୋଇଛି...

ଭାରତ ସରକାରଙ୍କ Unique Identification Authority of India (UIAI)କୁ ଆଧାର କାର୍ଡ ଜାରି କରିବା ଦାୟିତ୍ୱ ଦିଆଯାଇଛି। କିନ୍ତୁ UIAI କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଗୋଟିଏ ଶିଶୁର ଭବିଷ୍ୟତ ବାଜିରେ ଲାଗିଛି। ଆଧାର କାର୍ଡରେ ପିଲାର ତ୍ରୁଟିପୂର୍ଣ୍ଣ ନାମ ଥିବାରୁ ସେ ସ୍କୁଲରେ ନାମ ଲେଖାଇ ପାରିନାହାନ୍ତି।

ସୌ- ସୋସିଆଲ ମିଡିଆ

ଲକ୍ଷ୍ନୌ: ସରକାରୀ କାମରେ ଅନେକ ତ୍ରୁଟି ନଜରକୁ ଆସେ । ସେ ଭୋଟ ପରିଚୟ ପତ୍ର ହେଉ ଅବା ଆଧାର କାର୍ଡ, ପ୍ରାୟତଃ ସମୟରେ ଏଥିରେ ଲେଖାଯାଇଥିବା ନାମ, ବୟସ ଓ ଫଟୋକୁ ନେଇ ଲୋକେ ଅଭିଯୋଗ ଆଣନ୍ତି । ଆଧାର କାର୍ଡରେ ଏକ ସାଂଘାତିକ ତ୍ରୁଟି ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାର ପରିଣାମ ସେହି ଆଧାର କାର୍ଡଧାରୀଙ୍କ ଭବିଷ୍ୟତ ଉପରେ ପଡିଛି। ଆଧାର କାର୍ଡର ନାଁ ଦେଖିଲା ପରେ ସ୍କୁଲରେ ନାମ ଲେଖାଇବାକୁ କର୍ତ୍ତୃପକ୍ଷ ମନା କରିଦେଇଛନ୍ତି।

ସୋସିଆଲ ମିଡିଆ ଦୁନିଆରେ ସେକେଣ୍ଡ ସେକେଣ୍ଡରେ ସବୁକିଛି ଭାଇରାଲ ହେଉଛି। ଏହି ସମୟରେ ଆପଣଙ୍କ ନଜରରେ ''ମଧୁ କା ପାଞ୍ଚୱା ବଚ୍ଚା' ତ ନିଶ୍ଚୟ ଆସିଥିବ। ଯଦି ନାହିଁ ତେବେ ଏହି ଖବରଟି ପଢନ୍ତୁ। ଜଣେ ନବଜାତ ଶିଶୁର ଆଧାର କାର୍ଡର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆଧାର କାର୍ଡରେ ସେହି ଶିଶୁର ନାମ 'ମଧୁ କା ପାଞ୍ଚୱା ବଚ୍ଚା' ଅର୍ଥାତ ମଧୁଙ୍କ ପଞ୍ଚମ ସନ୍ତାନ ଲେଖା ହୋଇଛି । ଏହି ନାମର ଠିକ୍ ତଳେ ଇଂରାଜୀରେ  ବେବି ଫାଇଭ୍ ଅଫ୍ ମଧୁ (Baby Five Of Madhu) ବୋଲି ଲେଖା ହୋଇଛି।

Also Read: ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ଦଣ୍ଡ ପଣା ପିଇ ୩ ମୃତ, ଅର୍ଦ୍ଧାଧିକ ଗ୍ରାମବାସୀ ଆକ୍ରାନ୍ତ

 

ଭାରତ ସରକାରଙ୍କ Unique Identification Authority of India (UIAI)କୁ ଆଧାର କାର୍ଡ ଜାରି କରିବା ଦାୟିତ୍ୱ ଦିଆଯାଇଛି। କିନ୍ତୁ UIAI କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଗୋଟିଏ ଶିଶୁର ଭବିଷ୍ୟତ ବାଜିରେ ଲାଗିଛି। ଆଧାର କାର୍ଡରେ ପିଲାର ତ୍ରୁଟିପୂର୍ଣ୍ଣ ନାମ ଥିବାରୁ ସେ ସ୍କୁଲରେ ନାମ ଲେଖାଇ ପାରିନାହାନ୍ତି। 'ମଧୁ କା ପାଞ୍ଚୱା ବଚ୍ଚା' ଲେଖା ହୋଇଛି, ସେଥିରେ ଆଧାର ନମ୍ବର ମଧ୍ୟ ନାହିଁ ତେଣୁ ସ୍କୁଲରେ ନାମ ଦେଖା ହୋଇ ପାରିବ ନାହିଁ। ଏହାକୁ ସଂଶୋଧନ କରି ଆଣନ୍ତୁ ବୋଲି ୟୁପି ସ୍କୁଲ ପକ୍ଷରୁ କୁହାଯାଇଛି। 

fallback

ଏହି ଘଟଣା ଉତ୍ତର ପ୍ରଦେଶର ବଦାୟୁଁର ବିଲସି ତହସିଲର ରାୟପୁର ଗାଁରେ ଘଟିଛି। ଏଠାରେ ରହୁଥିବା ଦିନେଶ ନିଜ ଝିଅ ଆରତୀର ଆଡମିସନ କରିବା ପାଇଁ ପ୍ରାଇମେରୀ ସ୍କୁଲ ଯାଇଥିଲେ। ହେଲେ ସ୍କୁଲରେ ତାଙ୍କ ଝିଅର ଆଡମିସନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଆଉ ଏହା ପଛର କାରଣ ଥିଲା ତାଙ୍କ ଝିଅର ତ୍ରୁଟିପୂର୍ଣ୍ଣ ଆଧାର କାର୍ଡ। ଯେଉଁଥିରେ ଝିଅର ନାମ ଆରତୀ ବଦଳରେ 'ମଧୁ କା ପାଞ୍ଚୱା ବଚ୍ଚା' ଲେଖା ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ଆରତୀଙ୍କ ବାପାଙ୍କୁ ଆଧାର କାର୍ଡର ବିବରଣୀ ଠିକ୍ କରିବା ପରେ ଆଡମିସନ ହେବ ବୋଲି କହିଥିଲେ।

Also Read: ଭାରତରେ ଏହି ମାସରେ ଆସିବ କୋରୋନାର ଚତୁର୍ଥ ଲହର, ଏହି ୨ ଲକ୍ଷଣ ଉପରେ ରଖନ୍ତୁ ତୀକ୍ଷ୍ଣ ନଜର!

ରିପୋର୍ଟ ମୁତାବକ, ଦିନେଶଙ୍କର ୫ଟି ସନ୍ତାନ ଅଛନ୍ତି। ତାଙ୍କ ତିନି ସନ୍ତାନ ଗାଁର ପ୍ରାଇମେରୀ ସ୍କୁଲରେ ପଢନ୍ତି। ହେଲେ ଆରତୀ ତାଙ୍କର ପଞ୍ଚମ ନୁହେଁ ବରଂ ଚତୁର୍ଥ ସନ୍ତାନ। ଦିନେଶ ଆରତୀଙ୍କ ଆଡମିସନ କରାଇବା ପାଇଁ ସ୍କୁଲରେ ପହଞ୍ଚିବା ବେଳେ ଜଣାପଡ଼ିଥିଲା ଯେ ଆଧାର କାର୍ଡରେ ଆଧାର ନମ୍ବର ମଧ୍ୟ ନାହିଁ। ହେଲେ ଏଥିରେ ପାଞ୍ଚ ନମ୍ବର ଶିଶୁ ବୋଲି କେମିତି ଛପାହେଲା ତାହା ସ୍ପଷ୍ଟ ହୋଇନାହିଁ। ବଦାୟୁଁର ଜିଲ୍ଲାଅଧିକାରୀ ଏହି ତ୍ରୁଟିକୁ ସ୍ୱୀକାର କରି କହିଛନ୍ତି ଯେ, ଆଧାର କାର୍ଡ, ବ୍ୟାଙ୍କ ଆଉ ଡାକଘରେ ତିଆରି ହୁଏ। ହେଲେ ଏହି ଘଟଣା ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିଲା। ଏନେଇ ବ୍ୟାଙ୍କ ଏବଂ ଡାକଘରର ଅଧିକାରୀଙ୍କୁ ସତର୍କ କରାଯିବ। ଏପରି ଅବହେଳା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାଅଧିକାରୀ ଦୀପା ରଞ୍ଜନ କହିଛନ୍ତି।