ଗାଈ ମଇଁଷିଙ୍କ ଲାଗି ଆଧାରକାର୍ଡ ବନାଇବେ ୟୁପି ସରକାର
Advertisement

ଗାଈ ମଇଁଷିଙ୍କ ଲାଗି ଆଧାରକାର୍ଡ ବନାଇବେ ୟୁପି ସରକାର

ଏହା ଦ୍ୱାରା କେବଳ ଗାବଧ ବନ୍ଦ କରିବ ନାହିଁ ବରଂ ବେଆଇନ ପଶୁ ଚାଲାଣକୁ ରୋକାଯାଇ ପାରିବ । ସମସ୍ତ ପ୍ରାଣୀ ସେମାନଙ୍କର ବୟସ, ଦୈର୍ଘ୍ୟ, ମାଲିକାନା, ପ୍ରଜାତି ମାଧ୍ୟମରେ ଚିହ୍ନଟ ହେବେ । 

ଗାଈ ମଇଁଷିଙ୍କ ଲାଗି ଆଧାରକାର୍ଡ ବନାଇବେ ୟୁପି ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ (Uttar Pradesh) ରେ ପ୍ରାୟ ୫.୨ କୋଟି ଗାଈ (Cow), ମଇଁଷି (Buffalo) ଠାରେ ଲଗାଯିବ ଜିଓ ଟ୍ୟାଗ (Jio Tag) । ଏହା ଦ୍ୱାରା ସେମାନଙ୍କର ଗତିବିଧି ଉପରେ ନଜର ରଖା ଯାଇପାରିବ । ପୂର୍ବରୁ ଏହି ରାଜ୍ୟରେ ୧.୩ କୋଟି ପଶୁଙ୍କ ଠାରେ ଜିଓ ଟ୍ୟାଗ ଲଗାଯାଇଛି । ସେମାନଙ୍କ ମଧ୍ୟରେ ୬୬ ଲକ୍ଷ ଗାଇ, ୬୭ ଲକ୍ଷ ମଇଁଷି ସାମିଲ ଅଛନ୍ତି । 

ଏହା ସହିତ ଉତ୍ତର ପ୍ରଦେଶ ସରକାର (UP Govt) ଙ୍କ ପଶୁପାଳନ ବିଭାଗ (Animal Husbandry Department) ପକ୍ଷରୁ କୁହାଯାଇଛି ସମସ୍ତ ଗାଈ ଓ ମଇଁଷିଙ୍କ ଲାଗି ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧ ୧୨ ଅଙ୍କ ବିଶିଷ୍ଟ ଆଧାରକାର୍ଡ (Aadhar Card) ପ୍ରସ୍ତୁତ କରାଯିବ । ଏପରି ବ୍ୟବସ୍ଥା ଲାଗୁ କରିବାରେ ୟୁପି ଭାରତର ପ୍ରଥମ ରାଜ୍ୟ ହେବ ।  

ଏହା ଦ୍ୱାରା କେବଳ ଗାବଧ ବନ୍ଦ କରିବ ନାହିଁ ବରଂ ବେଆଇନ ପଶୁ ଚାଲାଣକୁ ରୋକାଯାଇ ପାରିବ । ସମସ୍ତ ପ୍ରାଣୀ ସେମାନଙ୍କର ବୟସ, ଦୈର୍ଘ୍ୟ, ମାଲିକାନା, ପ୍ରଜାତି ମାଧ୍ୟମରେ ଚିହ୍ନଟ ହେବେ । ଏପରିକି ରାସ୍ତାଘାଟରେ ଏଣେତେଣେ ବୁଲୁଥିବା ଗାଇଗୋରୁଙ୍କ ଠାରେ ମଧ୍ୟ ଟ୍ୟାଗ୍ ଲଗାଯିବ । ଯଦି ଜଣେ ମାଲିକ ପଶୁଙ୍କ ଯତ୍ନ ନେବା ବନ୍ଦ କରିଦିଏ, ଏହି ଟ୍ୟାଗ୍ ସାହାଯ୍ୟରେ ସେହି ଗାଇକୁ ଚିହ୍ନଟ କରାଯିବା ସହ ସେହି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।  

ଗୃହପାଳିତ ପଶୁଙ୍କ ଠାରେ ଏକ ହଳଦିଆ ଜିଓ ଟାଗ୍ (Yellow Jio Tag) ରଖାଯିବ । ଯେଉଁଥିରେ ସେହି ପଶୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ରେଡିଓ ଚିପ୍ (Radio Chip) ରହିବ । ଏହା ମଧ୍ୟ ଏହି ପଶୁଙ୍କ ଦ୍ୱାରା ହେଉଥିବା ଫସଲ ନଷ୍ଟକୁ ରୋକା ଯାଇପାରିବ । କାରଣ  ଏହା ଦ୍ୱାରା ସେମାନଙ୍କ ମାଲିକଙ୍କୁ ଚିହ୍ନଟ କରାଯାଇ ତାଙ୍କ ଠାରୁ ଜରିମାନା କରା ଯାଇପାରିବ।

ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ଗାଇ ଓ ମଇଁଷି ପ୍ରଜାତିର ଉନ୍ନତି ଏବଂ ଦୁଗ୍ଧ ପ୍ରଦାନ କ୍ଷମତାକୁ ଉନ୍ନତ କରିବା । ଏହା ସହିତ ହଜିଯାଇଥିବା ପଶୁଙ୍କୁ ମଧ୍ୟ ବର୍ତ୍ତମାନ ସହଜରେ ଖୋଜା ଯାଇପାରିବ । ଏହା ସହିତ କୃଷକ ମଧ୍ୟ ପଶୁଙ୍କୁ ପାଖରେ ରଖିପାରିବେ । ଏଥିଲାଗି ସେମାନଙ୍କୁ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତର-ଡିବିଟି (DBT-Direct Benefit Transfer) ମାଧ୍ୟମରେ ପ୍ରତି ମାସରେ ୯୦୦ ଟଙ୍କା ପ୍ରଦାନ କରିବେ । ଏହା ସହିତ ପଶୁପାଳକ କ୍ଷୀର, ଗାବ ଗୋବର ବିକ୍ରି କରି ଅତିରିକ୍ତ ଲାଭ ପାଇପାରିବେ।