Advertisement
Article Detail0/zeeodisha/odisha698167
Zee OdishaOdisha National-International୫୨ଟି ଚାଇନିଜ୍ ଆପକୁ ହଟାଇବା ପାଇଁ ନିର୍ଦ୍ଦେଶ, ତାଲିକାର ଶୀର୍ଷରେ ଟିକଟକ୍

୫୨ଟି ଚାଇନିଜ୍ ଆପକୁ ହଟାଇବା ପାଇଁ ନିର୍ଦ୍ଦେଶ, ତାଲିକାର ଶୀର୍ଷରେ ଟିକଟକ୍

ନିର୍ଦ୍ଦେଶରେ କୁହାଯାଇଛି, ଉତ୍ତର ପ୍ରଦେଶ ଏସଟିଏଫର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ମୋବାଇଲରୁ ଚାଇନିଜ ଆପ୍ ତୁରନ୍ତ ହଟାଇ ଦିଅନ୍ତୁ । କାହିଁକିନା ଏହି ସବୁ ଆପର ବ୍ୟବହାର ନକରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଏସଟିଏଫ(STF) ନିଜର ସମସ୍ତ କର୍ମଚାରୀଙ୍କୁ ଚାଇନିଜ ଆପ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛି । ନିଜର କର୍ମଚାରୀ ଓ ଅଧିକାରୀଙ୍କୁ ମୋବାଇଲରୁ ଚାଇନିଜ୍ ଆପ୍ ହଟାଇବା ପାଇଁ କହିଛି ଏସଟିଏଫ । ଏନେଇ ଏକ ଇଣ୍ଟରନାଲ ଲେଟର ମଧ୍ୟ ଜାରି କରାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ, କର୍ମଚାରୀମାନେ ଯାଥା ଶୀଘ୍ର ନିଜ ନିଜ ମୋବାଇଲରୁ ୫୨ ଟି ଚାଇନିଜ ଆପ୍ ଅନଇନଷ୍ଟଲ କରିବେ । ତଥ୍ୟ ଚୋରିକୁ ଏହାର କାରଣ ଭାବେ ଦର୍ଶାଯାଇଛି । 

ନିର୍ଦ୍ଦେଶରେ କୁହାଯାଇଛି, ଉତ୍ତର ପ୍ରଦେଶ ଏସଟିଏଫର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ମୋବାଇଲରୁ ଚାଇନିଜ ଆପ୍ ତୁରନ୍ତ ହଟାଇ ଦିଅନ୍ତୁ । କାହିଁକିନା ଏହି ସବୁ ଆପର ବ୍ୟବହାର ନକରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ୫୨ଟି ଚାଇନିଜ ଆପର ନାଁ ଉଲ୍ଲେଖ ମଧ୍ୟ କରାଯାଇଛି । ଏହି ଆପ୍ ମାଧ୍ୟମରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ଥିବା ଏଥିରେ କୁହାଯାଇଛି । 

fallback

Add Zee News as a Preferred Source

କହିରଖୁଛୁ, ଭାରତୀୟ ସୁରକ୍ଷା ଏଜେନ୍ସି ଏନେଇ ସରକାରଙ୍କୁ ପରାମର୍ଶ ଦେଇଥିଲା । ଚୀନ ସହ ଜଡ଼ିତ ୫୨ ମୋବାଇଲ ଆପ୍ଲିକେଶନକୁ ବ୍ଲକ କରିବାକୁ ଏଥିରେ କୁହାଯାଇଛି । ଲୋକମାନେ ଏହି ୫୨ ଆପ୍ଲିକେଶନ ବ୍ୟବହାର ନକରିବା ଉଚିତ ବୋଲି କୁହାଯାଇଥିଲା । କାହିଁକିନା ଏହାର ବ୍ୟବହାର ସୁରକ୍ଷିତ ନୁହେଁ । ଭାରତର ପ୍ରତ୍ୟେକ ଛୋଟ ବଡ଼ ସୂଚନା ଏହି ଆପ୍ ମାଧ୍ୟମରେ ଚୀନ ପହଞ୍ଚିଛି । ଅନେକ ମୋବାଇଲ ଆପ୍ଲିକେଶନରେ ଡାଟା save କରିବା ପାଇଁ ଚୀନର ସର୍ଭର ଉପଯୋଗ ହୋଇଥାଏ । 

About the Author