• ବଙ୍ଗୋପସାଗରରେ ସକ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି
  • ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା
  • ୩୦ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା
  • ଅତିରିକ୍ତ SP ତଦନ୍ତ କରୁଛନ୍ତି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ
  • କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଓଭରସିଅର ନିଖୋଜ
  • ଗତ ୨୨ ତାରିଖ ଦିନଠାରୁ ଧନୁର୍ଜ୍ୟ ଧୋବାଙ୍କ ପତ୍ତା ମିଳୁନଥିବା ଅଭିଯୋଗ
  • ରାଜ୍ୟରେ ଦିନକରେ ଆଉ ୫୪୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ନୂଆପଡ଼ା ଗୋଧଁସ ଜଳପ୍ରପାତରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର
  • ଉଭୟ ଛତିଶଗଡ଼ ଠୁଆପାଣି ଅଞ୍ଚଳର ହୋଇଥିବା ଜଣାପଡିଛି

ହାଥରସ ଗଣଦୁଷ୍କର୍ମ ମାମଲା: ହଟିଲା କଟକଣା, ନାର୍କୋଟେଷ୍ଟ କରିବେନି ପୀଡିତାଙ୍କ ପରିବାର

୪ ଦିନର ଘମାଘମ ସଙ୍ଘର୍ଷ ପରେ ଗଣମାଧ୍ୟମ ପାଇଁ ଉତ୍ତର ପ୍ରଦେଶ ହାଥରସର ବାଲଗାଦ୍ଧି ଗାଁରୁ ହଟିଛି କଟକଣା। ଜି ନ୍ୟୁଜ୍ ଆଗରେ ନିଜର ଦୁଃଖ କଷ୍ଠ ଜଣାଇଛନ୍ତି ପିଡୀତାଙ୍କ ପରିବାର।

ହାଥରସ ଗଣଦୁଷ୍କର୍ମ ମାମଲା: ହଟିଲା କଟକଣା, ନାର୍କୋଟେଷ୍ଟ କରିବେନି ପୀଡିତାଙ୍କ ପରିବାର

ନୂଆଦିଲ୍ଲୀ: ହଥରସ ଗଣଦୁଷ୍କର୍ମ ମାମଲାରେ ଆସିଛି ନୂଆ ମୋଡ। ୪ ଦିନ ପରେ ପୀଡିତାଙ୍କ ଗାଁରେ କୋହଳ ହୋଇଛି ପ୍ରଶାସନର କଟକଣା। ଗାଁରେ ଧାରା ୧୪୪ ଲାଗୁ ରହିଥିବା ବେଳେ ଏକ କାଳୀନ କେବଳ ୪ ଜଣ ମିଡିଆକର୍ମୀଙ୍କ ପ୍ରବେଶ ଅନୁମତି ମିଳିଛି।

ପୀଡିତାଙ୍କ ମୃତ୍ୟୁ ପରେ ପ୍ରଥମ ଥର ଗଣମାଧ୍ୟମ ସାମନାକୁ ଆସିଛନ୍ତି ପରିବାର। କ୍ୟାମେରା ଆଗରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଠାରୁ ଦୂରେଇ ରଖିବା ଊର୍ଦ୍ଦେଶ୍ୟରେ ପୀଡିତାଙ୍କ ପରିବାରକୁ ଏକ ପ୍ରକାରର ଗୃହବନ୍ଦୀ କରି ରଖାଯାଇଥିଲା। କୋରୋନା ବାହାନାରେ ଲୋକଙ୍କ ସହ ମିଶିବାକୁ ଦିଆଯାଉନଥିବା ପରି ପୀଡିତ ପରିବାର ଅଭିଯୋଗ ଆଣିଛନ୍ତି।

ପୀଡିତାଙ୍କ ମାଆଙ୍କ କହିବା ଅନୁସାରେ, ଜଣେ ଅଧିକାରୀ ତାଙ୍କ ବ୍ୟାଙ୍କ ଖାତାକୁ କେତେ ଟଙ୍କା ଆସିଛି ବୋଲି ପ୍ରଶ୍ନ କରିଥିଲେ। ସେହପରି ପୋଲିସ ପରିବାର ଲୋକଙ୍କ ଉପରେ ଚାପ ପକାଇ, ନେଣଦେଣ କରି ମାମଲାକୁ ରଫାଦଫା କରିବାକୁ କହିଥିଲେ ବୋଲି ପୀଡିତାଙ୍କ ଭାଇ ଅଭିଯୋଗ ଆଣିଛନ୍ତି। ତେବେ ନାର୍କୋଟିକ ଟେଷ୍ଟ ପାଇଁ ସେମାନେ ସଫାସଫା ମନା କରିଦେଇଛନ୍ତି। ଆମେ ସବୁବେଳେ ସତ କହିଛୁ, ତେଣୁ ଆମର ନୁହିଁ ପୋଲିସ ଓ ମାମଲାରେ ସମ୍ପୃକ୍ତି ଥିବା ଲୋକଙ୍କ ନାର୍କୋ ଟେଷ୍ଟ ହେଉ ବୋଲି ପରିବାର ଦାବି କରିଛନ୍ତି।

ସେପଟେ ରାତିଅଧିଆ ଶବ ସଂସ୍କାର ଘଟଣାରେ ନିଜ ପକ୍ଷ ରଖିଛି ପ୍ରଶାସନ। ପୀଡିତାଙ୍କ ମୃତ ଦେହ ଅତି ଭୟଙ୍କର ହୋଇଯାଇଥିଲା। ପୋଷ୍ଟମର୍ଟମ ହେବା ପରେ ତାଙ୍କର ମୁହଁ ଆହୁରି ବିକୃତ ଦେଖା ଯାଉଥିଲା। ତାହାକୁ ଯଦି ପରିବାରା ଲୋକ ବା କୌଣସି ବ୍ୟକ୍ତି ଦେଖିଥିଲେ ୪ ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଇନଥାନ୍ତେ। ସେଥିପାଇଁ ମୃତଦେହ ପରିବାରକୁ ନଦେଇ ସତ୍କାର କରାଯାଛି ବୋଲି ପ୍ରସାଶନ କହିଛି।

ହାଥରସ ମାମଲାକୁ ନେଇ ଉଷ୍ମ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ। ପୀଡିତ ପରିବାର ଅରାଜି ସତ୍ତ୍ବେ ପୁଣି ଥରେ ସେମାନଙ୍କୁ ଭେଟିବା ପାଇଁ ବାହାରିଛନ୍ତି ରାହୁଲ ଗାନ୍ଧୀ। ତେବେ ତାଙ୍କୁ ଅଟକାଇବା ପାଇଁ ନୋଏଡା ସୀମାରେ ବିପୁଳ ଫୋର୍ସ ମୁତୟନ କରାଯାଇଛି। ସେପଟେ ଲକ୍ଷ୍ନୌରେ ଅଜୟ ଲଲ୍ଲୁଙ୍କ ହାଉସ ଆରେଷ୍ଟ କରିରଖା ଯାଇଛି। ସେପଟେ ପୀଡିତ ପରିବାର ଉପରେ ଲଗାଯାଇଥିବା କଟଣକଣା ବିରୋଧରେ କୋର୍ଟ ଯିବାକୁ କଂଗ୍ରେସ ଯୋଜନା ଚଳାଇଛି।

--