ଓକିଲ ବଦଳରେ କୋର୍ଟରେ ମାମଲା ଲଢିଲା ବିଲେଇ
Advertisement

ଓକିଲ ବଦଳରେ କୋର୍ଟରେ ମାମଲା ଲଢିଲା ବିଲେଇ

ଇଣ୍ଟନେଟ ମାଧ୍ୟମରେ କରାଯାଉଥିବା ଅନେକ କାମ ବେଳେ ବେଳେ ଯାନ୍ତ୍ରିକ ସମସ୍ୟା ଅଥବା ଅନ୍ୟ କୌଣସି ଆନୁଷଙ୍ଗୀକ କାରଣରୁ ପ୍ରଭାବିତ ହୋଇଥାଏ। 

 

ଓକିଲ ବଦଳରେ କୋର୍ଟରେ ମାମଲା ଲଢିଲା ବିଲେଇ

ନୂଆଦିଲ୍ଲୀ: ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଥିଲା କୋରୋନ ମହାମରୀ। ଏହାର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ ଡାଉନ ପ୍ରଭାବରେ ବଦଳିଯାଇଥିଲା ଲୋକଙ୍କ ଜୀବନଶୈଳୀ। ଏହି ମହାମାରୀର ପ୍ରକୋପରୁ ବର୍ତ୍ତି ପାରିନଥିଲା ଲୋକଙ୍କ କାର୍ଯ୍ୟ କରିବା ପ୍ରଣାଳୀ। କୋଭିଡ୧୯ ଭଳି ସଂକଟାପନ୍ନ ସ୍ଥିତିର ମୁକାବିଲା କରିବାକୁ ଯାଇ ଅନେକ କାମକୁ ଇଣ୍ଟରନେଟ ମାଧ୍ୟମରେ କରାଯାଉଥିଲା। 

ଏପରିକି ବିଶ୍ୱରେ କୋରୋନା ସଂକଟ ଜାରି ରହିଥିବା ସମୟରେ ଅନଲାଇନ୍ ଡିଜିଟାଲ ସଭାସମିତି (Online Digital Meeting) ଅନୁଷ୍ଠିତ ହୋଇଥିଲା। ଯାହା ଏବେ ମଧ୍ୟ ଜାରି ରହିଛି। ହେଲେ ଇଣ୍ଟନେଟ ମାଧ୍ୟମରେ କରାଯାଉଥିବା ଅନେକ କାମ ବେଳେ ବେଳେ ଯାନ୍ତ୍ରିକ ସମସ୍ୟା ଅଥବା ଅନ୍ୟ କୌଣସି ଆନୁଷଙ୍ଗୀକ କାରଣରୁ ପ୍ରଭାବିତ ହୋଇଥାଏ। ଯେଉଁଥି ପାଇଁ ଅନେକ ସମୟରେ ବିଭିନ୍ନ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ।    

Also Read: ବୈଷ୍ଣୋଦେବୀ ଯାତ୍ରୀଙ୍କ ଲାଗି ଖୁସି ଖବର, ଏହି ଦିନ ଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

ଆମେରିକାର (America) ଟେକ୍ସାସ ପ୍ରଦେଶରେ (Texas Province) ଜଣେ ଓକିଲଙ୍କ ସହ ଏପରି ସମାନ ଘଟଣା ଘଟିଛି। ଏଠାକାର ଏକ ସ୍ଥାନୀୟ କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବା ସମୟର ଏକ ଭିଢିଓ ଖୁବ ଭାଇରାଲ ହେବାରେ ଲାଗିଛି।   ଜୁମ୍ କଲ୍ (Zoom Call) ଜରିଆରେ ଜଣେ ବିଚାରପତି କୌଣସି ଏକ ମାମଲାର ବିଚାର କରୁଥିଲେ।   

ଏହି କେଶ ଲଢୁଥିବା ଓକିଲ ଅନଲାଇନ ମାଧ୍ୟମରେ କୋର୍ଟରେ ନିଜର ପକ୍ଷ ରଖୁଥିବା ବେଳେ ତାଙ୍କୁ ଯାନ୍ତ୍ରିକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ଯାହା ଫଳରେ ଚାଲିଥିବା ଏହି ଅନଲାଇନ ବିଚାର (Online Hearing) ପ୍ରକ୍ରିୟା  ମଜାଦାର ହୋଇଉଠିଥିଲା। ଭର୍ଚ୍ୟୁଆଲ ଅଦାଲତର (Virtual Court) ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଥିବା ଏହି କେଶ ଲଢୁଥିବା ଓକିଲଙ୍କ ମୁହଁ ବଳରେ ଏକ ବିଲେଇ ମୁହଁ ଦେଖିବାକୁ ମିଳିଥିଲା।  

Also Read: ହିଂସାକାଣ୍ଡ ପରେ ଆମେରିକାରେ କର୍ଫ୍ୟୁ; ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁ୍ଦ୍ଧରେ ଆଗତ ହେବ ମହାଭିଯୋଗ!

ବିଚାର ପ୍ରକ୍ରିୟା ଆରମ୍ଭ ହେବା ପରେ ଓକିଲଙ୍କ ବଦଳରେ ବିଲେଇ ମୁହଁ ଦେଖିବା ପରେ ଜଜ୍ ରୟ.ବି ଫର୍ଗୁସନ ଆଟର୍ଣ୍ଣିଂ ରଡ୍ ପାଣ୍ଟନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହିଁଥିଲେ। ଏନେଇ ବିଚାରପତି ରୟ ଓକିଲ ପାଣ୍ଟନଙ୍କୁ ଫୋନ କରି କହିଥିଲେ ତାଙ୍କ ଲ୍ୟାପଟପ କଲ ଫିଚରରେ (Laptop Call Feature) ବିଲେଇ ଫିଲ୍ଟର (Cat Filter) ଲାଗିଛି। 

Also Read: ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ରାଷ୍ଟ୍ରପତି ଟ୍ରମ୍ପ

ଏ ଘଟଣାରେ ଓକିଲ  ବିଚାରପତିଙ୍କ ଉଦ୍ଦେଶ୍ୟରେ ସଫେଇ ଦେଇ କହିଛନ୍ତି ସେ ତାଙ୍କ ସେକ୍ରେଟେରୀଙ୍କ ଲ୍ୟାପଟପ୍ ବ୍ୟବହାର କରୁଥିଲେ। ଏହି ବିଲେଇ ଫିଲ୍ଟର ହଟାଇବା ଲାଗି ଉଭୟେ ଚେଷ୍ଟା କରିଥିଲେ। ଏହା ସହିତ ଓକିଲ ଆହୁରି ମଧ୍ୟ କହିଥିଲେ ଜୁମ୍ କଲ୍ ଭିଡିଓରେ ସେ ନିଜର ପକ୍ଷ ରଖୁଥିଲେ। ହେଲେ ତାଙ୍କ ମୁହଁ ବଦଳରେ ବିଲେଇ ଦୃଶ୍ୟମାନ ହୋଇଥିଲା। 

Also Read: ବିଦା ହେବେ ଆମେରିକା ଇତିହାସର କଳଙ୍କିତ ଅଧ୍ୟାୟର ମହାନାୟକ!

ଏହି ଭିଡିଓ ସେୟାର କରି ବିଚାରପତି ରୟ କହିଛନ୍ତି  ଜୁମ୍ କଲ୍ ଆମକୁ ଏକ ଶିକ୍ଷା ପ୍ରଦାନ କରିଛି। ଅନଲାଇନ ବୈଠକରେ (Virtual Meeting) ଯୋଗଦେବା ପୂର୍ବରୁ ନିଜର ଫିଲ୍ଟର ଫିଚର୍ସ (Filter Features) ଯାଞ୍ଚ କରିନେବା ଆବଶ୍ୟକ। ଯଦି ଆପଣଙ୍କ ଲାପଟପ୍ କୌଣସି ପିଲା ବ୍ୟବହାର କରେ ତାହଲେ ଆପଣ ସମସ୍ତ ଫିଲ୍ଟର୍ ବନ୍ଦ ରଖିଦିଅନ୍ତୁ। କାରଣ ଏହା ବନ୍ଦ କରାଯାଇନଥିବାରୁ ନିକଟରେ ଏକ ବିଲେଇ ଗୋଟିଏ ଆନୁଷ୍ଠାନିକ ଘୋଷଣା କରିଥିଲା।