ରାସ୍ତାରେ ଓହ୍ଲାଇଲେ ଟ୍ରମ୍ପ ସମର୍ଥକ, ପୋଲିସ ସହ ହେଲା ହିଂସାତ୍ମକ ସଂଘର୍ଷ
Advertisement

ରାସ୍ତାରେ ଓହ୍ଲାଇଲେ ଟ୍ରମ୍ପ ସମର୍ଥକ, ପୋଲିସ ସହ ହେଲା ହିଂସାତ୍ମକ ସଂଘର୍ଷ

ବାସ୍ତବରେ, 'ମିଲିୟନ୍ MAGA ମାର୍ଚ୍ଚ'ରେ ଭାଗ ନେବାକୁ ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ୱାଶିଂଟନରେ ପହଞ୍ଚିଛନ୍ତି । ଟ୍ରମ୍ପଙ୍କ ସମର୍ଥକମାନେ କହିଛନ୍ତି ଯେ ପେନ୍‌ସିଲଭାନିଆ, ନେଭାଡା ଭଳି ସ୍ଥାନରେ ଭୋଟ ଗଣନାରେ ଗଡ଼ବଡ଼ ହୋଇଛି ।

ରାସ୍ତାରେ ଓହ୍ଲାଇଲେ ଟ୍ରମ୍ପ ସମର୍ଥକ, ପୋଲିସ ସହ ହେଲା ହିଂସାତ୍ମକ ସଂଘର୍ଷ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଧ୍ୟରୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହୁଏତ ଶେଷ ହୋଇଥାଇପାରେ, କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ପରାଜୟକୁ ହଜମ କରିପାରୁ ନାହାଁନ୍ତି । ଏହି କ୍ରମରେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିର ରାସ୍ତାରେ ଓହ୍ଲାଇ ଆସି ନାରାବାଜୀ କରୁଛନ୍ତି । ଏହି ସମର୍ଥକଙ୍କ ସହ ପୋଲିସ ଏବଂ ବିରୋଧୀଙ୍କ ହିଂସାତ୍ମକ ସଂଘର୍ଷ ଘଟିଛି ।

ଅଧିକ ପଢ଼ନ୍ତୁ:-'ନୀତିଶଙ୍କ ସଂଖ୍ୟାଗରିଷ୍ଠତା ଦୁର୍ବଳ, ଅଧିକ ଦିନ ରହିପାରିବେନି ମୁଖ୍ୟମନ୍ତ୍ରୀ'

ବାସ୍ତବରେ, 'ମିଲିୟନ୍ MAGA ମାର୍ଚ୍ଚ'ରେ ଭାଗ ନେବାକୁ ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ୱାଶିଂଟନରେ ପହଞ୍ଚିଛନ୍ତି । ଟ୍ରମ୍ପଙ୍କ ସମର୍ଥକମାନେ କହିଛନ୍ତି ଯେ ପେନ୍‌ସିଲଭାନିଆ, ନେଭାଡା ଭଳି ସ୍ଥାନରେ ଭୋଟ ଗଣନାରେ ଗଡ଼ବଡ଼ ହୋଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ବ୍ୟାପକ ଭାବେ ଗଡ଼ବଡ଼ କରାଯାଇଛି ଏବଂ ଜନମତକୁ ଦବାଇ ଦିଆଯାଇଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଏହି ସମୟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ସମର୍ଥକ ଏବଂ ତାଙ୍କ ବିରୋଧୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି । ଉଭୟ ପକ୍ଷ ମଧ୍ୟରେ ଜୋରଦାର ମୁହାଁମୁହିଁ ହେବାସହ ନାରାବାଜୀ ମଧ୍ୟ ହୋଇଥିଲା । ଏହି ଘଟଣାରେ ଟ୍ରମ୍ପ ୱାଶିଂଟନ୍ ମେୟର ତଥା ବାମପନ୍ଥୀ ସଂଗଠନ ANTIFA କୁ ଟାର୍ଗେଟ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଭାରତ ସହିତ ଜୋ ବାଇଡେନଙ୍କ କ'ଣ ସମ୍ପର୍କ ରହିଛି ?

ଏହାପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମର୍ଥନ କରିବାକୁ ଲକ୍ଷ ଲକ୍ଷ ଲୋକ ୱାଶିଂଟନରେ ପହଞ୍ଚିଥିଲେ । ଟ୍ରମ୍ପ ସମର୍ଥକମାନେ କହିଛନ୍ତି ଯେ ସେତେବେଳେ ସନ୍ତୁଷ୍ଟି ମିଳିବ, ଯେତେବେଳେ ସମସ୍ତ ରାଜ୍ୟରେ ପୁନର୍ବାର ଭୋଟ୍ ଗଣା କରାଯିବ । ସେମାନେ କହିଛନ୍ତି ଯେ ମୃତକଙ୍କ ନାମରେ ଅନେକ ସ୍ଥାନରେ ଭୋଟ୍ ଦିଆଯାଇଛି । ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଟ୍ରମ୍ପ ବିରୋଧୀ ସଂଗଠନ ଆଣ୍ଟିଫା, ବ୍ଲାକ୍ ଲାଇଭସ୍ ମ୍ୟାଟର୍ ଏବଂ ଟ୍ରମ୍ପ୍ ସମର୍ଥକ ସଙ୍ଗଠନ ପ୍ରାଉଡ ବୟଜ ମଧ୍ୟରେ ସଂଘର୍ଷ ହୋଇଥିଲା । ୱାଶିଂଟନରେ ଯେତେ ଅନ୍ଧକାର ବଢ଼ିବାକୁ ଲାଗିଥିଲା ଟ୍ରମ୍ପ ବିରୋଧୀଙ୍କ ପ୍ରଦର୍ଶନ ଆହୁର ଅଧିକ ଉଗ୍ର ହେବାକୁ ଲାଗିଥିଲା ।