• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ଗାଦି ଛାଡିବା ପୂର୍ବରୁ ଚୀନକୁ ଆଉ ଏକ ବଡ଼ ଝଟକା ଦେଲେ ଟ୍ରମ୍ପ

ଏହି କ୍ରମରେ ଟ୍ରମ୍ପ ସରକାର ଚୀନ୍‌ର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ନ୍ୟାସନାଲ ଅଫଶୋର ଅଏଲ କୋର୍ପୋରେଶନ ଓ ମୋବାଇଲ୍ ଫୋନ୍ ନିର୍ମାତା କମ୍ପାନୀ ଶ୍ୟାଓମି (Xiaomi) ଙ୍କୁ ବ୍ଲାକ୍ ଲିଷ୍ଟରେ ରଖିଛନ୍ତି ।

ଗାଦି ଛାଡିବା ପୂର୍ବରୁ ଚୀନକୁ ଆଉ ଏକ ବଡ଼ ଝଟକା ଦେଲେ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (US President Donald Trump) ଜାନୁଆରୀ ୨୦ରେ କ୍ଷମତାରୁ ବିଦାୟ ନେବେ । କିନ୍ତୁ ଯିବା ସମୟରେ ସେ ଚୀନ (China) କୁ ନେଇ ଆକ୍ରାମକତାରେ କୌଣସି କମି ଦେଖାଉ ନାହାଁନ୍ତି । ଚୀନ୍ କମ୍ପାନୀଗୁଡିକ (Chinese Companies) ଉପରେ ଟ୍ରମ୍ପ ପ୍ରଶାସନ (Trump Administration) ଏକ ନୂଆ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଚୀନରୁ ଟେକ୍ନୋଲୋଜି ଆମଦାନୀକୁ ରୋକିବା ପାଇଁ ଫେଡେରାଲ୍ ସରକାରକୁ ଅଧିକ କ୍ଷମତା ଦେଇଛି ।

ଅଧିକ ପଢ଼ନ୍ତୁ:-ଆଉ ଏକ ଗୁଡ୍ ନ୍ୟୁଜ୍ ଦେଲା ରେଲୱେ! ଉପକୃତ ହେବେ ହଜାର ହଜାର ଯାତ୍ରୀ

ଏହି କ୍ରମରେ ଟ୍ରମ୍ପ ସରକାର ଚୀନ୍‌ର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ନ୍ୟାସନାଲ ଅଫଶୋର ଅଏଲ କୋର୍ପୋରେଶନ ଓ ମୋବାଇଲ୍ ଫୋନ୍ ନିର୍ମାତା କମ୍ପାନୀ ଶ୍ୟାଓମି (Xiaomi) ଙ୍କୁ ବ୍ଲାକ୍ ଲିଷ୍ଟରେ ରଖିଛନ୍ତି । ଏଥି ସହିତ ଆମେରିକାର ବାଣିଜ୍ୟ ମନ୍ତ୍ରଣାଳୟ (US Commerce Ministry) କୁ ସେହି ଦେଶଗୁଡିକରୁ ଆମଦାନୀ ବନ୍ଦ କରିବାର ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି, ଯେଉଁଠାରୁ ସୁରକ୍ଷା ପ୍ରତି ବିପଦ ରହିଛି ।

ଅଧିକ ପଢ଼ନ୍ତୁ:- ଆଧାରକୁ ତୁରନ୍ତ କରନ୍ତୁ ମୋବାଇଲ୍ ସହିତ ଲିଙ୍କ୍, ତେବେ ହିଁ ମିଳିବ ଜାନୁଆରୀ ୧୬ରୁ କୋରୋନା ଟିକା

ଗୁରୁବାର ଆମେରିକାର ବାଣିଜ୍ୟ ମନ୍ତ୍ରଣାଳୟ ଚାଇନା ନ୍ୟାସନାଲ ଅଫଶୋର  ଅଏଲ କୋର୍ପୋରେଶନକୁ ଏଣ୍ଟିଟି ତାଲିକାରେ ସ୍ଥାନିତ କରିଛି । ଏହାର ଅର୍ଥ ହେଉଛି ଆମେରିକୀୟ ଗୋଷ୍ଠୀ ଏହି କମ୍ପାନୀର ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବସାୟ କରିବାକୁ ସମର୍ଥ ହେବେ ନାହିଁ । କିଛି ଘଣ୍ଟା ପରେ ପେଣ୍ଟାଗନ୍ ଶ୍ୟାଓମୀକୁ ବ୍ଲାକ୍ ତାଲିକାରେ ସ୍ଥାନିତ କରିଥିଲା । ନଭେମ୍ବରରେ ଶ୍ୟାଓମୀ ଆପଲ୍କୁ ଅତିକ୍ରମ କରି ବିଶ୍ୱର ତୃତୀୟ ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ହୋଇଯାଇଥିଲା । ଏହା ବ୍ୟତୀତ ଅନ୍ୟ ଆଠଟି ବ୍ୟବସାୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାର ଚୀନ୍ ସେନା ସହିତ ସମ୍ପର୍କ କଥା କୁହାଯାଉଛି । 

ଅଧିକ ପଢ଼ନ୍ତୁ:-ବଡ଼ ଖବର: ୨୦ ଲକ୍ଷ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୧,୩୪୪ କୋଟି ଟଙ୍କା!

ନଭେମ୍ବରରେ ରାଷ୍ଟ୍ରପତି ଟ୍ରମ୍ପ ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରିଥିଲା । ଯାହା ଅନ୍ତର୍ଗତ ଏହି ଲିଷ୍ଟରେ ସାମିଲ କମ୍ପାନୀରେ ନିବେଶ କରିବା ପାଇଁ ଆମେରିକାର ନାଗରିକମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏହି ପଦକ୍ଷେପ ପରେ ଆମେରିକୀୟ ନିବେଶକମାନେ ଶ୍ୟାଓମୀ କିଣିବାକୁ ଅସମର୍ଥ ହେବେ ।