ଟ୍ରମ୍ପଙ୍କ ନୀତି ଯୋଗୁଁ ଏହି ଲୋକଙ୍କୁ ହେଉଛି ଅସୁବିଧା, ମିଳୁନାହିଁ କଣ୍ଡୋମ
Advertisement

ଟ୍ରମ୍ପଙ୍କ ନୀତି ଯୋଗୁଁ ଏହି ଲୋକଙ୍କୁ ହେଉଛି ଅସୁବିଧା, ମିଳୁନାହିଁ କଣ୍ଡୋମ

ଆମେରିକା ଲେସୋଥୋକୁ ସାହାଯ୍ୟ ପଠାଇବା ବନ୍ଦ କରିଦେଇଥିବାରୁ ଏହା ଘଟୁଛି । ରାଷ୍ଟ୍ରପତି ଟ୍ରମ୍ପ ୨୦୧୭ରେ ପୁଣି ମେକ୍ସିକୋ ସିଟି ନୀତି ଫେରାଇ ଆଣିଥିଲେ, ଯାହା ଅନ୍ତର୍ଗତ ଆମେରିକାର ଆଇନ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକର ଅର୍ଥ ବନ୍ଦ କରିପାରିବ ।

ଟ୍ରମ୍ପଙ୍କ ନୀତି ଯୋଗୁଁ ଏହି ଲୋକଙ୍କୁ ହେଉଛି ଅସୁବିଧା, ମିଳୁନାହିଁ କଣ୍ଡୋମ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକୀୟ (South African) ଦେଶ ଲେସୋଥୋରେ କଣ୍ଡୋମର ଅଭାବ ଦେଖାଦେଇଛି । ଯାହା ପରିବାର ଏବଂ ଜନସଂଖ୍ୟା ନିୟନ୍ତ୍ରଣର ପ୍ରୟାସକୁ ଝଟକା ଲାଗିଛି । ସମ୍ପ୍ରତି ଲେସୋଥୋ (Lesotho) ରେ ବଡ଼ କଷ୍ଟରେ ଗର୍ଭନିରୋଧକ ବଟିକା ମିଳୁଛି । କାରଣ ଦୂର ଦୂରାନ୍ତରେ ଥିବା କ୍ଲିନିକଗୁଡିକରେ ଏହା ମିଳୁଥିଲା । ଯାହା ସମ୍ପୂର୍ଣ୍ଣ ବିଦେଶୀ ସହାୟତା ଉପରେ ନିର୍ଭରଶୀଳ ।

ଦୀର୍ଘ ଦିନ ଧରି ଏହିପରି କ୍ଲିନିକଗୁଡିକ ବନ୍ଦ ରହିଛି । ସେଠାରେ କଣ୍ଡୋମର ବାକ୍ସଗୁଡ଼ିକ ଖାଲି ପଡ଼ି ରହିଛି । ସେଠାକାର ​ଲୋକଙ୍କୁ କଣ୍ଡୋମ (Condoms) ର ଆବଶ୍ୟକତା ରହିଛି । କିନ୍ତୁ ଅନ୍ୟ ଦେଶରୁ ସହାୟତା ମିଳୁ ନ ଥିବାରୁ କ୍ଲିନିକଗୁଡିକ ବନ୍ଦ ଅଛି । ଏହିପରି କ୍ଲିନିକ୍ ସମଗ୍ର ଆଫ୍ରିକୀୟ ଅଞ୍ଚଳରେ ଅଛି ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ସୌରଭ ଗାଙ୍ଗୁଲିଙ୍କ ନା, ପ୍ରଚାର କରିବାକୁ ବି କଲେ ମନା

ଆମେରିକା ଲେସୋଥୋକୁ ସାହାଯ୍ୟ ପଠାଇବା ବନ୍ଦ କରିଦେଇଥିବାରୁ ଏହା ଘଟୁଛି । ରାଷ୍ଟ୍ରପତି ଟ୍ରମ୍ପ ୨୦୧୭ରେ ପୁଣି ମେକ୍ସିକୋ ସିଟି ନୀତି ଆପଣାଇ ଥିଲେ, ଯାହା ଅନ୍ତର୍ଗତ ଆମେରିକାର ଆଇନ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକର ଅର୍ଥ ବନ୍ଦ କରିପାରିବ । ଏହି କାରଣରୁ ମହିଳାଙ୍କୁ ଗର୍ଭନିରୋଧକ ବଟିକା ଏବଂ ପୁରୁଷଙ୍କୁ କଣ୍ଡୋମ ମିଳିପାରୁନାହିଁ ।

ଅଧିକ ପଢ଼ନ୍ତୁ:-ପୁଣି ରୂପ ବଦଳାଉଛି କୋରୋନା ଭାଇରସ, ବେକାର ହୋଇଯିବ କି ଭ୍ୟାକ୍ସିନ?

ଏପରି ସଂଗଠନଗୁଡ଼ିକ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏବଂ  ପ୍ରଶ୍ନ କରିଛନ୍ତି ଯେ କ'ଣ ଟ୍ରମ୍ପ ଗର୍ଭପାତକୁ ସଠିକ୍ ମାନନ୍ତି କି କିମ୍ୱା ଏପରି କରିବାରେ ସାହାଯ୍ୟ କରୁଛନ୍ତି । ଏହି ଅନୁଷ୍ଠାନଗୁଡିକ କହିଛନ୍ତି ଯେ ସେମାନେ ପରିବାର ଏବଂ ସମାଜର ମୂଳଦୁଆକୁ ସୁରକ୍ଷା ଦେଉଛନ୍ତି କିନ୍ତୁ ଏହି ନିଷ୍ପତ୍ତିର ପ୍ରତିକୂଳ ପ୍ରଭାବ ରହିଛି । ସଂଗଠନ ଅନୁଯାୟୀ ୱାଶିଂଟନରେ ନିଆଯାଇଥିବା ଏହି ନିଷ୍ପତ୍ତି ଆଫ୍ରିକୀୟ ମହିଳାଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।

ଅଧିକ ପଢ଼ନ୍ତୁ:-ଯଦି ପ୍ରି-ପୋଲ୍ ସର୍ଭେ ସଠିକ୍ ପ୍ରମାଣିତ ହୁଏ, ତେବେ ଜୋ ବିଡେନ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି

ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଭାବେ ଗର୍ଭପାତ ବିରୋଧରେ ଅଛନ୍ତି ଏବଂ ସେ ଏହି କଥାର ଉଲ୍ଲେଖ ମଧ୍ୟ କରିଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ଆଫ୍ରିକାରେ ଗର୍ଭପାତ ୪୦ ପ୍ରତିଶତ ବୃଦ୍ଧି ପାଇବାର ଅଭିଯୋଗ ହୋଇଛି । ଏହାର ପରିଣାମ ସାଂଘାତିକ ହୋଇପାରେ କାରଣ ଅବାଞ୍ଛିତ ଗର୍ଭଧାରଣ ମାମଲା ସେଠାରେ ଦ୍ରୁତ ଗତିରେ ବଢୁଛି ।