କୋରୋନା ନାଁରେ ପାକିସ୍ତାନ ମାଗୁଛି ଭିକ !
Advertisement
Article Detail0/zeeodisha/odisha686839

କୋରୋନା ନାଁରେ ପାକିସ୍ତାନ ମାଗୁଛି ଭିକ !

କୋରୋନା ଭାଇରସର ପ୍ରଭାବ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଯାଇଛି । ପାକିସ୍ତାନରେ ୫୫ ହଜାରରୁ ଅଧିକ କୋରନା ମାମଲା ସରକାରୀ ଭାବେ ରେକର୍ଡ ହୋଇଛି । 

କୋରୋନା ନାଁରେ ପାକିସ୍ତାନ ମାଗୁଛି ଭିକ !

ଜିନୁ ଜେନା(ଭୁବନେଶ୍ୱର): ଇମ୍ରାନ ଖାନଙ୍କ ହାତରେ ଭିକ୍ଷା ଥାଳି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନକୁ ଦେଲେ ଦାନ । ଆତଙ୍କୀସ୍ଥାନକୁ କାଙ୍ଗାଳିସ୍ଥାନ ବନାଇଦେଇଛି କୋରୋନା । ପାକିସ୍ତାନ କୋରୋନା ନାଁରେ ସାରା ଦୁନିଆକୁ ସାହାଯ୍ୟ ପାଇଁ ଭିକ ମାଗିଛି । ଦାନ ଭିକ୍ଷା କରିଛି ପାକିସ୍ତାନ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରଣ ବନ୍ଦନା କରିଛନ୍ତି । ତାଙ୍କୁ ବି ଦାନ ମାଗିଛି ଆମେରିକା । ଏବେ ଏତିକି ସବୁ କିଛି କରିଛି ମାନେ ଦାନ ତ ମିଳିବା କଥା । ଇମ୍ରାନଙ୍କ ଦାନ ଭିକ୍ଷା ଗୁହାରିକୁ ଶୁଣିନେଲା । ଏବେ ଆମେରିକା ପାକିସ୍ତାନକୁ କୋରୋନା ସହ ଲଢିବା ନାଁରେ ୬୦ ଲକ୍ଷ ଡଲାର ସାହାଯ୍ୟ କରିବାକୁ ଯାଉଛି । ପାକିସ୍ତାନକୁ ଏହି ସାହାଯ୍ୟ ଏଇଥିପାଇଁ ଦିଆଯାଇଛି, ଯଦ୍ୱାରା କୋରୋନା ସମୟରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିପାରିବ ।  କିନ୍ତୁ ଦୁଖଃର କଥା ପାକିସ୍ତାନ ଚିରାଚରିତ ଅପରାଧୀ ଭଳି ଏହି ଅର୍ଥକୁ ସବୁବେଳେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପାଇଁ କରିଆସୁଛି । 

ଏ କଥା ପୂରା ଦୁନିଆ ଜାଣିଛି କି କୋରୋନା ବ୍ୟାପିବା ପୂର୍ବରୁ ହିଁ ପାକିସ୍ତାନର ଅର୍ଥନୀତି ପୂରା ଦେବାଳିଆ ହେବା ଉପରେ ଥିଲା । କୋରୋନା ଭାଇରସର ପ୍ରଭାବ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଯାଇଛି । ପାକିସ୍ତାନରେ ୫୫ ହଜାରରୁ ଅଧିକ କୋରନା ମାମଲା ସରକାରୀ ଭାବେ ରେକର୍ଡ ହୋଇଛି । ଏଥିସହିତ ପାକିସ୍ତାନରେ ୬୮ବର୍ଷରେ ପ୍ରଥମ ଥର ପାଇଁ ଆର୍ଥିକ ଅଭିବୃଦ୍ଧି ହାର ମାଇନସରେ ପହଞ୍ଚିଯାଇଛି । ଏକଥା ସାରା ଦୁନିଆକୁ ଜଣା ଅଛି ପାକିସ୍ତାନ ଆର୍ଥିକ ଭାବେ ବରବାଦ ହୋଇସାରିଛି । ବାରମ୍ବାର ଏଥିପାଇଁ ଦାନ ମାଗିଚାଲିଛି । ହାତ ପତାଇଚାଲିଛି । ସେପଟେ କାଙ୍ଗାଳ ପାକିସ୍ତାନର ଆତଙ୍କୀ ଚରିତ୍ରକୁ ବି ଛାଡ଼ିପାରୁନି ।  

;