Advertisement
Article Detail0/zeeodisha/odisha667614
Zee OdishaOdisha National-Internationalଏପରି ଭାବେ ସମସ୍ତଙ୍କୁ ସାମାଜିକ ଦୂରତାର ପରାମର୍ଶ ଦେଲେ ଉସେନ ବୋଲ୍ଟ , ଭାଇରଲ ହେଉଛି ଫଟୋ

ଏପରି ଭାବେ ସମସ୍ତଙ୍କୁ ସାମାଜିକ ଦୂରତାର ପରାମର୍ଶ ଦେଲେ ଉସେନ ବୋଲ୍ଟ , ଭାଇରଲ ହେଉଛି ଫଟୋ

ଏହି ଫଟୋ ସେୟାର କରି ସାମାଜିକ ଦୂରତା ବଜାୟ ରଖିବାକୁ ବୋଲ୍ଟ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ ଫଟୋଟି ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, 'ସାମାଜିକ ଦୂରତା' ଶୁଭ ଇଷ୍ଟର । ବୋଲ୍ଟଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋଟି ବହୁତ ଭାଇରାଲ୍ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ କମେଣ୍ଟ ଦେଉଛନ୍ତି ଏବଂ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି । ୨୦୦୮ ବେଜିଂ ଅଲିମ୍ପିକ୍ସରେ ଉସେନ ବୋଲ୍ଟ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ ।

ଏପରି ଭାବେ ସମସ୍ତଙ୍କୁ ସାମାଜିକ ଦୂରତାର ପରାମର୍ଶ ଦେଲେ ଉସେନ ବୋଲ୍ଟ , ଭାଇରଲ ହେଉଛି ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି । ଏହି ମହାମାରୀ ଭୂତାଣୁ ଯୋଗୁଁ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ହରାଉଛନ୍ତି । ଏଭଳି ପରିସ୍ଥିତିରେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ କୋଭିଡ-19 ରୋକିବା ପାଇଁ ସାମାଜିକ ଦୂରତା ଅନୁସରଣ କରୁଛନ୍ତି । ଏହିପରି, ଜାମାଇକର ମହାନ ଧାବକ ଉସେନ ବୋଲ୍ଟ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଭାଇରାଲ ହେବାରେ ଲାଗିଛି । ବୋଲ୍ଟ  ସେୟାର କରିଥିବା ଫଟୋ ହେଉଛି ୨୦୦୮ ବେଜିଂ ଅଲିମ୍ପିକ୍ସର ୧୦୦ ମିଟର ଫାଇନାଲ ରେସର, ଯେଉଁଥିରେ ସେ କେବଳ ୯.୬୯ ସେକେଣ୍ଡରେ ରେସକୁ ସମାପ୍ତ କରି ଏକ ଅଲିମ୍ପିକ୍ ରେକର୍ଡ ସ୍ଥାପନ କରିଥିଲେ ।

ଏହି ଫଟୋ ସେୟାର କରି ସାମାଜିକ ଦୂରତା ବଜାୟ ରଖିବାକୁ ବୋଲ୍ଟ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ ଫଟୋଟି ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, 'ସାମାଜିକ ଦୂରତା' ଶୁଭ ଇଷ୍ଟର । ବୋଲ୍ଟଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋଟି ବହୁତ ଭାଇରାଲ୍ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ କମେଣ୍ଟ ଦେଉଛନ୍ତି ଏବଂ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି । ୨୦୦୮ ବେଜିଂ ଅଲିମ୍ପିକ୍ସରେ ଉସେନ ବୋଲ୍ଟ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ ।

ଏଠାରେ କହି ରଖୁଛୁ ଯେ, ବୋଲ୍ଟ ୨୦୦୮ ବେଜିଂ ଅଲିମ୍ପିକ୍ସର ପୁରୁଷ ବର୍ଗରେ ୨୦୦ମିଟର ରେସକୁ ଜିତିବାରେ ବହୁତ ଚମତ୍କାର ପ୍ରଦର୍ଶନ କରିଥିଲେ । ଏବଂ ଦୁଇଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଇତିହାସ ସୃଷ୍ଟି କରିଥିଲେ । ବୋଲ୍ଟ ଅଲିମ୍ପିକ୍ସରେ ମୋଟ ୮ଟି ସ୍ୱର୍ଣ୍ଣ ପଦକ ଏବଂ ବିଶ୍ୱ ଚାମ୍ପିଅନସିପରେ ୧୧ଟି ସ୍ୱର୍ଣ୍ଣ ପଦକ ଜିତି ନିଜ କ୍ୟାରିୟରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

About the Author