ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଯୋଜନା ଓ ପ୍ରବାସୀ ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାର ବସ୍ ବ୍ୟବହାର କରି ରାଜ୍ୟ ସୀମାରୁ ପ୍ରବାସୀମାନଙ୍କୁ ଘରକୁ ପଠାଇବେ । ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯିବ କିମ୍ବା ସେମାନଙ୍କ ଘରେ କ୍ୱାରେଣ୍ଚାଇନ କରାଯିବ ।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକଡାଉନକୁ ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ବୈଠକରେ କହିଛନ୍ତି ଯେ, ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଏବଂ ସେଠାରେ ଅଟକି ରହିଥିବା ଲୋକଙ୍କୁ ପର୍ଯ୍ୟାୟକ୍ରମେ ଫେରାଇ ଅଣାଯିବ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଯୋଜନା ଓ ପ୍ରବାସୀ ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ସରକାର ବସ୍ ବ୍ୟବହାର କରି ରାଜ୍ୟ ସୀମାରୁ ପ୍ରବାସୀମାନଙ୍କୁ ଘରକୁ ପଠାଇବେ । ଶ୍ରମିକମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯିବ କିମ୍ବା ସେମାନଙ୍କ ଘରେ କ୍ୱାରେଣ୍ଚାଇନ କରାଯିବ ।
ସୂଚନାଯୋଗ୍ୟ, ପୂର୍ବରୁ ଉତ୍ତରପ୍ରଦେଶ ସରକାର ଲକଡାଉନ ସମୟରେ ସ୍ୱତନ୍ତ୍ର ବସ୍ ମାଧ୍ୟମରେ ରାଜସ୍ଥାନର କୋଟାରେ ଫସି ରହିଥିବା ବିଦ୍ୟାର୍ଥୀଙ୍କୁ ଫେରାଇ ଆଣିଥିଲେ । ଯଦିଓ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନୀତୀଶ କୁମାର ଏବଂ ହେମନ୍ତ ସୋରେନଙ୍କ ଭଳି ମୁଖ୍ୟମନ୍ତ୍ରୀ ବିରୋଧ କରିଛନ୍ତି । ସେମାନେ କହିଥିଲେ ଯେ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବସ୍ ପଠାଯାଇଛି କିନ୍ତୁ ଶ୍ରମିକଙ୍କ ପାଇଁ କେହି କିଛି କରନ୍ତି ନାହିଁ । ନୀତୀଶ କୁମାର ଏହା ମଧ୍ୟ କହିଛନ୍ତି ଯେ ଏହା କରିବା ଦ୍ୱାରା ଲକଡାଉନ୍ ଦୁର୍ବଳ ହେବ ।